ETV Bharat / city

ପଞ୍ଚଭୂତରେ ବିଲୀନ ହେଲେ ଶିଳ୍ପୀ ରଘୁନାଥ ମହାପାତ୍ର - ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ବିଲୀନ ହେଲା ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ...

ଶିଳ୍ପୀ ରଘୁନାଥ ମହାପାତ୍ର
ଶିଳ୍ପୀ ରଘୁନାଥ ମହାପାତ୍ର
author img

By

Published : May 10, 2021, 8:57 AM IST

Updated : May 10, 2021, 9:13 AM IST

ଭୁବନେଶ୍ବର: ପଞ୍ଚଭୂତରେ ବିଲୀନ ହେଲା ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପାର୍ଥିବ ଶରୀର । ରବିବାର ବିଳମ୍ବିତ ରାତିରେ ସିପସରୁବାଲି ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରଘୁନାଥ ମହାପାତ୍ରଙ୍କ ପୁଅ ନୀତି ନୀତେଷ ମହାପାତ୍ର ମୁଖାଗ୍ନି ଦେଇଛନ୍ତି ।

କୋରୋନା ସହିତ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଶିଳ୍ପୀ ରଘୁନାଥ ମହାପାତ୍ର । ତାଙ୍କ ବିୟୋଗରେ ସମଗ୍ର କଳାଜଗତ ସ୍ତବ୍ଧ ହୋଇଯାଇଛି । ତାଙ୍କ ନିହାଣ ମୁନ ସ୍ପର୍ଶରେ ପଥର ଦେହରେ ଜୀବନ୍ତ ହୋଇଉଠୁଥିଲା ନିଖୁଣ କାରୁକାର୍ଯ୍ୟ । ହାତୁଡି ପ୍ରହାରରେ ସତେ ଯେମିତି କଥା କହୁଥିଲା ନିର୍ଜୀବ ପଥର । ହେଲେ ଆଉ ତାଙ୍କ ହାତୁଡିର ଶଦ୍ଦ ଶୁଭିବନି କି ତାଙ୍କ କଳାକୃତ୍ତି ଦେଖିବାକୁ ମିଳିବନି । ତାଙ୍କ ହାତରେ ସେ 2ହଜାରରୁ ଅଧିକ ଶିଳ୍ପୀଙ୍କୁ ଗଢିଛନ୍ତି ।

ବିଶୁ ମହାରଣା ସାଜି ଦ୍ବିତୀୟ କୋଣାର୍କର ସ୍ବପ୍ନ ଦେଖିଥିଲେ ଶିଳ୍ପୀ ରଘୁନାଥ ମହାପାତ୍ର । ତାଙ୍କ ଉଚ୍ଚକୋଟୀର କଳାନୈପୁଣ୍ୟ ପାଇଁ ସେ ବହୁ ସମ୍ମାନର ଅଧିକାରୀ ହୋଇଥିଲେ । ତାଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗ ଶଳ୍ପୀଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : May 10, 2021, 9:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.