ETV Bharat / city

ଆଉ କିଛି ସମୟ ପରେ ଶେଷ ଲଢେଇ - bjp

ଆଉ କିଛି ମୁହୂର୍ତ୍ତ ପରେ 4ର୍ଥ ତଥା ଶେଷ ପର୍ଯ୍ୟାୟ ମହାଲଢେଇ। ରାଜ୍ୟର 6 ହାଇପ୍ରୋଫାଇଲ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 41ଟି ବିଧାନସଭା କ୍ଷେତ୍ରରେ ପଡିବ ଭୋଟ ।

ଡିଜାଇନ ଫଟୋ
author img

By

Published : Apr 28, 2019, 11:27 PM IST

ଭୁବନେଶ୍ବର: ଆଉ କିଛି ମୁହୂର୍ତ୍ତ ପରେ 4ର୍ଥ ତଥା ଶେଷ ପର୍ଯ୍ୟାୟ ମହାଲଢେଇ। ରାଜ୍ୟର 6 ହାଇପ୍ରୋଫାଇଲ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 41ଟି ବିଧାନସଭା କ୍ଷେତ୍ରରେ ପଡିବ ଭୋଟ । 3 ପ୍ରମୁଖ ରାଜନୈତିକ ଦଳର ହେଭିଓ୍ବେଟଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ପ୍ରକାଶ ଯେ, ଲୋକସଭା ପାଇଁ ୧୨ ମହିଳାଙ୍କ ସମେତ ମୋଟ ୫୨ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିବା ବେଳେ ବିଧାନସଭା ପାଇଁ ୩୪ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀଙ୍କ ସମେତ ୩୩୬ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି ।

ତେବେ ମୋଟ ୯୫ ଲକ୍ଷ ୬୫୩ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏହା ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୪୯ ଲକ୍ଷ ୧୦ ହଜାର ୭୯ ଓ ମହିଳା ଭୋଟର ସଂଖ୍ୟା ୪୫ ଲକ୍ଷ ୯୮ ହଜାର ୯୭୯ । ସେହିପରି ଦିବ୍ୟାଙ୍ଗ ଭୋଟର ସଂଖ୍ୟା ୧ ଲକ୍ଷ ୮୬ ହଜାର ୪୫୫ ରହିଛି । ୧୦ ହଜାର ୭୯୨ ମତଦାନ କେନ୍ଦ୍ରରେ ଭୋଟିଂ ହେବ ।

ଗତ 3ଟି ପର୍ଯ୍ୟାୟରେ ରାଜ୍ୟର ଅନେକ ହାଇପ୍ରୋଫାଇଲ ଆସନରେ ମତଦାନ ହୋଇସାରିଥିବା ବେଳେ ଶେଷ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ଫୋକସ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ଶେଷ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ତେବେ ଏହି 6ଟି ସିଟ ମଧ୍ୟରୁ ସମଗ୍ର ଦେଶର ନଜର ରହିଛି କେନ୍ଦ୍ରାପଡା ଆସନ ଉପରେ । କାରଣ ଏହି ଆସନରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ଅଭିନେତାରୁ ନେତା ବନିଥିବା ଅନୁଭବ ମହାନ୍ତି ।

କେନ୍ଦ୍ରାପଡା- ଏହି ଆସନରେ ଟ୍ରାଏଙ୍ଗୁଲର ଫାଇଟ ହେବ । ବିଜେପି, ବିଜେଡି ଏବଂ କଂଗ୍ରେସ ଏଠାରେ 3 ଲଢୁଆ ପ୍ରାର୍ଥୀ ଦେଇଛନ୍ତି । ବିଜୁ ଜନତା ଦଳ (ବିଜେଡି) ବିଜେପିର ହେଭିଓ୍ବେଟ ନେତା ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଅନୁଭବ ମହାନ୍ତିଙ୍କୁ ମୈଦାନକୁ ଓହ୍ଲାଇଛି । ବିଜେପି ଏଠାରେ ସ୍ବାଭିମାନ ଲଢେଇ ଲଢୁଥିବା ବେଳେ ବିଜେଡି ସମ୍ମାନ ରକ୍ଷା ପାଇଁ ସବୁ ଦମ ଖଟାଉଛି ।

ବାଲେଶ୍ବର- ଏହି ଆସନରେ ହେବ କାଣ୍ଟେ କା ଟକ୍କର । ପିସିସି ମୁଖିଆଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ବିଜେଡିର ଟାଣୁଆ ନେତା ରବିନ୍ଦ୍ର ଜେନା ଏବଂ ବିଜେପିର ଷ୍ଟଲଓ୍ବାର୍ଟ ପ୍ରତାପ ଷଡଙ୍ଗୀଙ୍କ ମଧ୍ୟରେ କଡା ଟକ୍କର ହେବ । ରବିନ୍ଦ୍ର ଜେନା ପୂର୍ବ ଫଳାଫଳକୁ ଦେହରାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ଏବଂ କଂଗ୍ରେସ ବାଜି ପଲଟାଇବା ପାଇଁ ସବୁ ଦମ ଲଗାଇଛନ୍ତି ।

ଭଦ୍ରକ- ଏହି ଆସନରେ ମଧ୍ୟ 3 ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ମୁକାବିଲା ହେବ । ବିଜେପି ଅଭିମନ୍ୟୁ ସେଠି, କଂଗ୍ରେସ ମଧୁମିତା ସିଠି ଏବଂ ବିଜେଡି ମଞ୍ଜୁଲତା ମଣ୍ଡଳଙ୍କୁ ଏଠାରେ ମୈଦାନକୁ ଓହ୍ଲାଇଛି ।

ତେବେ ଏହା ସହିତ କେତେକ ବିଧାନସଭା ଆସନରେ ମଧ୍ୟ ଆର ପାର ଲଢେଇ ହେବ । ସେଗୁଡିକ ମଧ୍ୟରେ ନିମାପଡାରେ ସମୀର ରଞ୍ଜନ ଦାସ ଏବଂ ପ୍ରଭାତୀ ପରିଡା, ପାରାଦୀପରେ ସମ୍ବିତ ରାଉତରାୟ ଏବଂ ଅରିନ୍ଦମ ସର୍କେଲ, ବାଲିକୁଦା-ଏରସମାରେ ରଘୁନନ୍ଦନ ଦାସ ଏବଂ ଦାମୋଦର ରାଉତ, ଚାନ୍ଦବାଲିରେ ବ୍ୟୋମକେଶ ରାୟ ଏବଂ ମ୍ୟାନମୋହନ ସାମଲ, ଭଣ୍ଡାରୀ ପୋଖରୀରେ ପ୍ରଫୁଲ ସାମଲ ଏବଂ ନିରଞ୍ଜନ ପଟ୍ଟନାୟକ, ସୁକିନ୍ଦାରେ ପ୍ରୀତିରଞ୍ଜନ ଘଡାଇ ଏବଂ ଶରମ ରାଉତ, କେନ୍ଦ୍ରାପଡାରେ ଶଶି ଭୂଷଣ ବେହେରା ଏବଂ ଗଣେଶ୍ବର ବେହେରା, ଉଦଳାରେ ଶ୍ରୀନାଥ ସୋରେନ ଏବଂ ଭାସ୍କର ମାଧେଇଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ।

ପ୍ରକାଶ ଯେ, ଗତ ନିର୍ବାଚନରେ ଏହି 6ଟି ଆସନରେ ରେକର୍ଡ ପ୍ରତିଶତ ମତଦାନ ହୋଇଥିଲା । ଗତ 11 ତାରିଖରୁ ନିର୍ବାଚନ ଆରମ୍ଭ ହୋଇ 3ଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଛି । ତେବେ କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତର୍ଗତ ପାଟକୁରା ବିଧାନସଭାରେ ଆସନ୍ତା ମାସ 19 ତାରିଖରେ ନିର୍ବାଚନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.