ETV Bharat / city

ସପ୍ତମ ବେତନ କମିଶନ ବକେୟା ୨୦%, ଏପ୍ରିଲରେ ପାଇବେ ସରକାରୀ କର୍ମଚାରୀ - ସପ୍ତମ ବେତନ କମିଶନ ଖବର

ସରକାରୀ ଅଧିକାରୀଙ୍କୁ ମିଳିବ ସପ୍ତମ ବେତନ କମିଶନର ଶେଷ ୨୦ ପ୍ରତିଶତ ବକେୟା ଦେୟ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ଉପକୃତ ହେବେ ୪ ଲକ୍ଷ କର୍ମଚାରୀ । ଅଧିକ ପଢନ୍ତୁ

ସପ୍ତମ ବେତନ କମିଶନ ବକେୟା ୨୦ ପ୍ରତିଶତ, ଅପ୍ରେଲରେ ପାଇବେ ସରକାରୀ କର୍ମଚାରୀ

author img

By

Published : Mar 28, 2022, 7:02 PM IST

ଭୁବନେଶ୍ବର: ସରକାରୀ ଅଧିକାରୀଙ୍କୁ ମିଳିବ ସପ୍ତମ ବେତନ କମିଶନର ଶେଷ ୨୦ ପ୍ରତିଶତ ବକେୟା ଦେୟ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ଉପକୃତ ହେବେ ୪ ଲକ୍ଷ କର୍ମଚାରୀ । ଏଥିପାଇଁ ୮୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାଦ୍ବାରା କର୍ମଚାରୀମାନେ ସଂପୂର୍ଣ୍ଣ ବକେୟା ରାଶି ପାଇ ପାରିବେ । ପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି । ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିଶନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇ ପାରିବେ । ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।ସେହିପରି କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମାରେ ପାଇବେ । ରାଜ୍ୟ ସରକାର ସପ୍ତମ ବେତନ କମିଶନର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସରୁ ଲାଗୁ କରିଥିଲେ । ୨୦୧୭ ସେପ୍ଟେମ୍ବର ମାସ ଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ ।

ସେହିଭଳି କର୍ମଚାରୀମାନେ ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ୨୦ ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ରେ ୪୦ ପ୍ରତିଶତ, ୨୦୧୯-୨୦ରେ ୧୦ ପ୍ରତିଶତ ଓ ୨୦୨୧-୨୨ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା । ପେନସେନ ଭୋଗୀ ମାନେ ମଧ୍ୟ ସେମାନଙ୍କ ଦରମାର ଶତକଡା ୧୦୦ ପ୍ରତିଶତ ପାଇ ସାରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.