ETV Bharat / city

ଆଜି ଶେଷ ରଜ, ଉତ୍ସବ ମୁଖର ଓଡିଶା - festival

ଆଜି ସରିବ ରଜ । ତିନି ଦିନ ଧରି ଧୁମଧାମରେ ପାଳନ ହେଉଛି ଗଣପର୍ବ ରଜ । ଝିଅ ବୋହୂମାନେ ସକାଳୁ ସଜବାଜ ହୋଇ ନୂଆ ପୋଷାକ ସହ ଦୋଳି ଖେଳ ଓ ପିଠାପଣାକୁ ମନଭରି ଉପଭୋଗ କରୁଛନ୍ତି ।

ଫାଇଲ ଫଟୋ
author img

By

Published : Jun 16, 2019, 1:27 PM IST

ଭୁବନେଶ୍ବର : ଆଜି ଶେଷ ରଜ । ଗାଁ ଠାରୁ ସହର ସବୁଠି ଚାଲିଛି ଉତ୍ସବ । ମିଠାପିଠା ରଜଦୋଳିର ମଜାନେଇ ଏହି ତିନି ଦିନିଆ ପର୍ବକୁ ସାରିବେ କୁମାରୀ । ତେବେ ଆଜିର ଦିନକୁ ଭୂମି ଦହନ ବୋଲି ମଧ୍ୟ କୁହାଯାଏ । ଆଜି ଶେଷ ରଜ ଥିବାରୁ ସମସ୍ତେ ଅତି ଆନନ୍ଦରର ସହ ସକାଳୁ ନିଜକୁ ସଜବାଜ କରି ନୂଆ ପୋଷାକ ସହ ଦୋଳି ଖେଳକୁ ମନଭରି ଉପଭୋଗ କରୁଛନ୍ତି ।

ଝିଅଙ୍କ ଦୋଳିଖେଳ ଓ ପୁଅମାନେ ମଧ୍ୟ ତାସ ପାଲିସହ ମାତିଛନ୍ତି କବାଡି ଖେଳରେ । କିଛି ସ୍ଥାନରେ ତିଆରି ହେଉଛି ଭଳିକି ଭଳି ପିଠା । ଘରର ଝିଅବୋହୂ ମାତିଛନ୍ତି ପିଠା ତିଆରିରେ । ଆଉ ଆର ବର୍ଷକୁ ରହିବ ଅପେକ୍ଷା ।

ଏହି ତିନି ଦିନ ବସୁମତି ମାତା ରଜସ୍ବଳା ହୋଇଥାନ୍ତି । ତେଣୁ ଚାଷକାମ ମଧ୍ୟ ବନ୍ଦ ରହିଥାଏ । କୁଆଁରୀ ଝିଅ ସହ ଚାଷୀ ଭାଇ ବି କରିଥାଏ ଆରାମ । ଆଉ ଆସନ୍ତା କାଲି ବସୁମତି ସ୍ନାନ ପରେ ଆରମ୍ଭ ହୋଇଥାଏ ଚାଷକାମ ।

Intro:Body:

EY

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.