ETV Bharat / city

କଟିଲା ନାମାଙ୍କନ ପତ୍ର, ୮ ହଜାର ୬୪୮ ଆଶାୟୀ ଲଢ଼ିପାରିବେନି ନିର୍ବାଚନ

author img

By

Published : Jan 23, 2022, 5:37 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ଅନେକ ନାମାଙ୍କନ ପତ୍ରକୁ ନାକଚ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟରେ ମୋଟ ୮ ହଜରା ୬୪୮ ପ୍ରାର୍ଥୀପତ୍ରକୁ ନାକଚ କରିଛନ୍ତି ନିର୍ବାଚନ ଆୟୋଗ । ଅଧିକ ପଢ଼ନ୍ତୁ

many nominations cancelled by odisha election commission for upcoming panchayat election
କଟିଲା ନାମାଙ୍କନ ପତ୍ର, ୮ ହଜାର ୬୪୮ ଲଢ଼ିପାରିବେନି ନିର୍ବାଚନ

ଭୁବନେଶ୍ବର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ଅନେକ ନାମାଙ୍କନ ପତ୍ରକୁ ନାକଚ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟରେ ମୋଟ ୮ ହଜାର ୬୪୮ ପ୍ରାର୍ଥୀପତ୍ରକୁ ନାକଚ କରିଛନ୍ତି ନିର୍ବାଚନ ଆୟୋଗ । ସେଥିମଧ୍ୟରେ ୨୩୨ଟି ଜିଲ୍ଲା ପରିଷଦ ନାମାଙ୍କନ ପତ୍ର ସାମିଲ ରହିଛନ୍ତି ।

ତା ସହିତ ୱାର୍ଡ ମେମ୍ବର ପାଇଁ ମୋଟ ଦାଖଲ ହୋଇଥିବା ନାମାଙ୍କନ ପତ୍ର ମଧ୍ୟରୁ ୫୫୪୪ ଜଣଙ୍କ ପ୍ରାର୍ଥୀପତ୍ରକୁ ନାକଚ କରି ଦିଆଯାଇଛି । ଏହି କ୍ରମରେ ୧୭୫୩ ଜଣଙ୍କ ସରପଞ୍ଚ ପ୍ରାର୍ଥୀପତ୍ରକୁ ନାକଚ କରି ଦିଆଯାଇଥିବା ବେଳେ ୧୧୧୯ ଜଣ ପଞ୍ଚାୟତ ସମିତି ସଭ୍ୟଙ୍କ ପ୍ରାର୍ଥୀପତ୍ର ମଧ୍ୟ ନାକଚ ହୋଇଛି । ମୋଟ ୨ ଲକ୍ଷ ୨୦ ହଜାର ୧୪୧ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ।

ଯୋଗ୍ୟ ବିବେଚିତ ହୋଇଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୱାର୍ଡ ମେମ୍ବର ପାଇଁ ୧ ଲକ୍ଷ ୫୬ ହଜାର ୭୫୩ ପ୍ରାର୍ଥୀ ରହିଛନ୍ତି । ତା ସହିତ ସରପଞ୍ଚ ପାଇଁ ୩୨ ହଜାର ୮୬୦ ପ୍ରାର୍ଥୀ ରହିଛନ୍ତି । ସେହିଭଳି ସମିତି ସଭ୍ୟ ପାଇଁ ୨୭ ହଜାର ୩୪ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୩ ହଜାର ୭୬୭ ପ୍ରାର୍ଥୀ ଜିଲ୍ଲା ପରିଷଦ ପଦ ପାଇଁ ନିର୍ବାଚନ ଲଢ଼ିବେ ।

ଫେବ୍ରୁଆରୀ ୧୭ ତାରିଖରୁ ୨୧ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଥିଲା । ସମସ୍ତ ପଦ ପାଇଁ ମୋଟ ୨ ଲକ୍ଷ ୨୯ ହଜାର ୬୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସର୍ବାଧିକ ୱାର୍ଡମେମ୍ବର ପାଇଁ ୧ ଲକ୍ଷ ୬୨ ହଜାର ୨୯୭ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.