ଭୁବନେଶ୍ବର: ଗୁରୁଦ୍ବାର ସିଂ ସଭା ପକ୍ଷରୁ ରାଜଧାନୀ ମିଳୁଛି ବାତ୍ୟାବିପନ୍ନଙ୍କୁ ଲଙ୍ଗର । ଦିନକୁ ଦୁଇ ଓଳି ଖାଦ୍ୟ ଦିଆଯାଉଛି । ଶନିବାର ପାଖାପାଖି 2ହଜାର ଲୋକ ଲଙ୍ଗରରେ ଖାଇଛନ୍ତି । ଏହିପରି ଆହୁରି 3/4 ଦିନ ଯାଏଁ ଗୁରୁଦ୍ବାର ସିଂ ସଭା ପକ୍ଷରୁ ମାଗଣା ଖାଦ୍ୟ ଯୋଗାଇ ଦିଆଯିବ ।
ଏହା ମଧ୍ୟ ପଢନ୍ତୁ:ରୋଗ ଯନ୍ତ୍ରଣାଠୁ ବଳି ଯାଇଛି 'ଫନି' ପ୍ରକୋପ
ଏହି ଲଙ୍ଗରରେ ଯୋଗ ଦେଇଥିବା ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ବିଜୁଳି ନଥିବା ଯୋଗୁଁ 3ଦିନ ହେବ ଖାଇବା ପିଇବା ହୋଇପାରୁ ନାହିଁ ।
ତେବେ ଏହି କଷ୍ଟରୁ ରାଜଧାନୀବାସୀ ମୁକ୍ତି ପାଇବେ ଯେତେବେଳେ ରାଜଧାନୀରେ ବିଜୁଳି ସେବା ସ୍ବାଭିବକ ହେବ ।
ଭୁବନେଶ୍ବରରୁ ଲକ୍ଷ୍ନୀକାନ୍ତ ଦାସ, ଇଟଭି ଭାରତ