ETV Bharat / city

ସପ୍ତାହକରେ ମିଳିବ ଜମିଜମା ଓ ଜାତିଗତ ପ୍ରମାଣପତ୍ର - land and cast certificates

ଏଣିକି ସପ୍ତାହକ ମଧ୍ୟରେ ମିଳିବ ଜମିଜମା ଏବଂ ଜାତିଗତ ପ୍ରମାଣପତ୍ର । ଜମି କ୍ରୟ-ବିକ୍ରୟ ପ୍ରକ୍ରିୟାକୁ ପୂର୍ଣ୍ଣ ଅନଲାଇନ ଓ ସ୍ଵୟଂକ୍ରିୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ସପ୍ତାହକରେ ମିଳିବ ଜମିଜମା ଓ ଜାତିଗତ ପ୍ରମାଣପତ୍ର

author img

By

Published : Jul 8, 2021, 5:37 PM IST

ଭୁବନେଶ୍ବର: ଜମି କ୍ରୟ-ବିକ୍ରି ପ୍ରମାଣପତ୍ର ଲାଗି ଆଉ ମାସ ମାସ ଅପେକ୍ଷା କରିବାକୁ ପଡିବ ନାହିଁ । ଏଣିକି ସପ୍ତାହକ ମଧ୍ୟରେ ମିଳିବ ଜମିଜମା ପ୍ରମାଣପତ୍ର । ଏହାସହ ଜମିଜମା କ୍ରୟ-ବିକ୍ରିକୁ ପୂର୍ଣ୍ଣ ଅନ୍‌ଲାଇନ୍ ଓ ସ୍ଵୟଂକ୍ରିୟ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ରାଜସ୍ବ ସେବା ଯୋଗାଣରେ ୫-ଟି ଢ଼ାଞ୍ଚା କାର୍ଯ୍ୟାନ୍ବୟନ ଦିଗରେ ଏହା ଏକ ବଡ ପଦକ୍ଷେପ । ଜାତି, ଆୟ ଓ ଆବାସିକ ଆଦି ବିଭିନ୍ନ ପ୍ରକାର ପ୍ରମାଣପତ୍ର 7 ଦିନରେ ମିଳିବ । ଏନେଇ ଓଡ଼ିଶା ସାଧାରଣ ସେବା ଅଧିକାର ଆଇନ୍ -୨୦୧୨ ରେ ନିର୍ଦ୍ଧାରଣ କରାଯାଇଥିବା ସମୟସୀମାକୁ ହ୍ରାସ କରାଯାଇଛି । ନିର୍ବିବାଦୀୟ ଜମିଜମା ଦାଖଲ ଖାରଜ କେସର ଫଇସଲା ସମୟସୀମା ୭ ଦିନକୁ ହ୍ରାସ କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜସ୍ବ ବିଭାଗ ସେବା ପ୍ରଦାନ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏନେଇ ସୂଚନା ମିଳିଛି ।

ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ । ସାଧାରଣ ସେବା ଯୋଗାଣ ଅଧିକାର ଆଇନରେ ବିଭିନ୍ନ ସେବା ଯୋଗାଣ ନିମନ୍ତେ ନିର୍ଦ୍ଧାରିତ ସମୟସୀମାକୁ ଆହୁରି ହ୍ରାସ କରିବା ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ହୋଇଛି । ଜମି କିଣା-ବିକ୍ରି ପ୍ରକ୍ରିୟାକୁ ଅଧିକ ସରଳ ଏବଂ ସ୍ଵୟଂକ୍ରିୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପତ୍ତି କିଣା-ବିକା ପ୍ରକ୍ରିୟାରୁ ଦଲାଲଙ୍କୁ ବାଦ୍ ଦେବା ଏବଂ ସବ୍‌-ରେଜିଷ୍ଟାର ବା ଜିଲ୍ଲା-ରେଜିଷ୍ଟାର ଅଫିସରେ ଲୋକଙ୍କ ସ୍ବୟଂ ଉପସ୍ଥିତିର ଆବଶ୍ୟକତା କମାଇବା ଉପରେ ବିଭାଗ ଗୁରୁତ୍ୱ ଦେଉଛି ।

ଭୂସମ୍ପତ୍ତି କ୍ରୟବିକ୍ରୟ ପ୍ରକ୍ରିୟା ସ୍ଵୟଂକ୍ରିୟ ହେଲେ ଅଫିସରେ ଗହଳି କମିବା ସହ ସେବା ଯୋଗାଣ ଅଧିକ ସହଜ, ସ୍ଵଚ୍ଛ ଏବଂ ଶୀଘ୍ର ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସାଧାରଣ ସେବା ଅଧିକାର ଆଇନରେ ଭୂସମ୍ପତ୍ତି ଦାଖଲ ଓ ଖାରଜ ପାଇଁ ସମୟସୀମା ୯୦ ଦିନ ଧାର୍ଯ୍ୟ କରାଯାଇଥିଲା । ଇତିମଧ୍ୟରେ ପ୍ରକ୍ରିୟାଗତ ସଂସ୍କାର ମାଧ୍ୟମରେ ଏହି ସମୟସୀମା ୭ ଦିନକୁ କମାଯାଇଛି । ଅଂଶୀଦାରମାନଙ୍କର ବିରୋଧ ନଥିଲେ ଦାଖଲ-ଖାରଜ ପ୍ରକ୍ରିୟା ୭ ଦିନ ମଧ୍ୟରେ ଶେଷ କରାଯାଇ ପଟ୍ଟା ପ୍ରମାଣପତ୍ର ଯୋଗାଇ ଦିଆଯିବ । ସେହିପରି ଭାବେ ଅନୁସୂଚିତ ଜାତି, ଜନଜାତି, ଓ.ବି.ସି ଓ ପଛୁଆ ବର୍ଗ ଆଦି ପ୍ରମାଣପତ୍ର ଯୋଗାଇବା ସମୟସୀମା ୩୦ ଦିନରୁ ୧୫ ଦିନକୁ କମାଯାଇଛି । ଆବାସିକ ଓ ଆୟ ପ୍ରମାଣପତ୍ର ପାଇଁ ସମୟସୀମା ପୂର୍ବ ନିର୍ଦ୍ଧାରିତ ୧୫ ଦିନରୁ ୧୦ ଦିନକୁ ଏବଂ ଅଭିଭାବକତ୍ୱ ପ୍ରମାଣ ପତ୍ର ଯୋଗାଣ ପାଇଁ ସମୟସୀମା ୪୫ ଦିନରୁ ୩୦ ଦିନକୁ କମାଇ ଦିଆଯାଇଛି । ସମ୍ପତ୍ତିଗତ ପ୍ରମାଣପତ୍ର ଏବଂ ଆର୍ଥିକ ଦୁର୍ବଳଶ୍ରେଣୀ ପ୍ରମାଣପତ୍ର ଯୋଗାଣର ସମୟ ମଧ୍ୟ ପୂର୍ବ ନିର୍ଦ୍ଧାରିତ ୧୫ ଦିନରୁ ୧୦ ଦିନକୁ କମାଇ ଦିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ସମୟସୀମା ହ୍ରାସର ନିର୍ଦ୍ଦେଶନାମା ଦିଆଯିବା ପରଠାରୁ ବିଭିନ୍ନ ତହସିଲରେ ଏବେ ସୁଦ୍ଧା ପ୍ରାୟ ୪୦ ହଜାର ଦାଖଲ-ଖାରଜ ମାମଲା ୭ ଦିନ ମଧ୍ୟରେ ଫଇସଲା ହୋଇଛି । ସେହିପରି ପ୍ରାୟ ୪.୪୭ ଲକ୍ଷ ଜାତି ଓ ଅନ୍ୟାନ୍ୟ ପ୍ରମାଣପତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଗାଇ ଦିଆଯାଇଛି । ମୋ ସରକାର ବ୍ୟବସ୍ଥା ମାଧ୍ୟମରେ ସଂଗୃହୀତ ମତାମତ ଆଦି ସମୀକ୍ଷା କରି ତହସିଲ କାର୍ଯ୍ୟାଳୟମାନଙ୍କରେ ସେବା ଯୋଗାଣ ବ୍ୟବସ୍ଥାରେ ବେଶ୍ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଆଧୁନିକ ବୈଷୟିକ କୌଶଳ ପ୍ରୟୋଗ ଏବଂ ପ୍ରକ୍ରିୟାଗତ ସଂସ୍କାର ମାଧ୍ୟମରେ ସବରେଜିଷ୍ଟ୍ରାର ଏବଂ ଜିଲ୍ଲାରେଜିଷ୍ଟ୍ରାର କାର୍ଯ୍ୟାଳୟମାନଙ୍କରେ ସମୟାନୁବନ୍ଧିତ ଅନୁରୂପ ପରିବର୍ତ୍ତନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶଶଧର ନାୟକ , ଶୈଳେନ୍ଦ୍ର ଦ୍ୱିବେଦୀ, ଡ଼କ୍ଟର ଉଷାରାଣୀ ସାହୁଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.