ETV Bharat / city

କାମ କରିବାକୁ ଯାଇ ଫେରିଲେନି ରଙ୍ଗମିସ୍ତ୍ରୀ, ହତ୍ୟା ସନ୍ଦେହରେ ଥାନାକୁ ଦୌଡୁଛନ୍ତି ସହଯୋଗୀ - କାମ କରିବାକୁ ଯାଇ ଫେରିଲେନି ରଙ୍ଗମିସ୍ତ୍ରୀ

ନାମକୁ ମାତ୍ର ମ୍ୟାନ‌ ମିସିଂ ସେଲ । କାମ କିନ୍ତୁ ସିରିୟସ ନୁହେଁ । ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି କମିଶନରେଟ ପୋଲିସର ଡିସିପିଙ୍କ ମ୍ୟାନ ମିସିଂ ସେଲ ବିରୋଧରେ। ଅଧିକ ପଢନ୍ତୁ

କାମ କରିବାକୁ ଯାଇ ଫେରିଲେନି ରଙ୍ଗମିସ୍ତ୍ରୀ, ହତ୍ୟା ସନ୍ଦେହରେ ଥାନାକୁ ଦୈଡୁଛନ୍ତି ସହଯୋଗୀ

author img

By

Published : Feb 26, 2022, 10:19 PM IST

ଭୁବନେଶ୍ବର : ନାମକୁ ମାତ୍ର ମ୍ୟାନ‌ ମିସିଂ ସେଲ। କାମ କିନ୍ତୁ ସିରିୟସ ନୁହେଁ। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି କମିସନରେଟ ପୋଲିସର ଡିସିପିଙ୍କ ମ୍ୟାନ ମିସିଂ ସେଲ ବିରୋଧରେ। କୌଣସି ବ୍ୟକ୍ତି ନିଖୋଜ ବା ଅପହରଣ ବା ଅଚିହ୍ନା ମୃତଦେହ ମିଳିଲେ । ଏହି ମ୍ୟାନ ମିସିଂ ସେଲ ସେହି ନିଖୋଜ ଲୋକକୁ ଖୋଜି ଆଣିବ ବା ମୃତ ଲୋକର‌ ପରିଚୟ ଖୋଜିବ।

କିନ୍ତୁ ଯୋଜନା‌କାର୍ଯ୍ୟକାରୀ ପରେ ବାସ୍ତବିକ କେହି ଶୁଣୁନାହାନ୍ତି ଅଫିସର । ଏମିତି ଏକ ଅଭିଯୋଗ ଆଣିଛନ୍ତି ବିହାରର ଜଣେ ରଙ୍ଗ ମିସ୍ତ୍ରୀ। ସହିଦନଗର ଥାନା ଶାନ୍ତି ପଲ୍ଲୀ ବସ୍ତିରେ‌ ରହୁଥିବା ଲୋକ ବାପୁଜି ଯାଦବ ଅଭିଯୋଗ ଆଣିଛନ୍ତି । ଗତ 25 ଫେବୃଆରିରେ କଟକ ରୋଡର ଦୁଇ ବ୍ୟବସାୟୀଙ୍କ ଘରକୁ ରଙ୍ଗ କାମ ପାଇ ଡକାଇଥିଲେ ତାଙ୍କର ସହଯୋଗୀ ଅଜୟ ଯାଦବଙ୍କୁ । ଅଜୟ ଯାଦବ ନିଜ ନୂତନ ବାଇକ ନେଇ ତାଙ୍କ ପାଖକୁ ଯାଇଥିଲେ ମଧ୍ୟ ପରେ ଆଉ ଖୋଜ ଖବର ମିଳୁନି । ଏପରିକି ନା ତାଙ୍କର ମୋବାଇଲ ଲାଗୁଛି ନା ସେ କେଉଁଠି ଅଛି ତାର କିଛି ପତ୍ତା ମିଳୁଛି ।

ତେବେ ଯେଉଁ ବ୍ୟବସାୟୀଙ୍କ ଘରକୁ କାମ ପାଇ ଯାଇଥିଲେ ତାଙ୍କୁ ଯୋଗାଯୋଗ କରିବାରୁ ସେମାନେ ଧମକ ଦେଉଛନ୍ତି । ତେଵେ ଅଭିଯୋଗକାରୀ ଏଵେ ସନ୍ଦେହରେ । କୁଆଡେ ଗଲେ ତାଙ୍କ ସହଯୋଗୀ ଅଜୟ ଯାଦବ । ଏଥିପାଇଁ ସହିଦନଗର ଥାନାରେ ସକାଳୁ ରାତି ଯାଏଁ ନେହୁରା ହେଲେ ଵି କେହି ଶୁଣିଲେନି ।

ଏପରିକି ଏଫଆଇଆର ବି ଗ୍ରହଣ କଲେ ନାହିଁ । ଯାହାକୁ ନେଇ ତାଙ୍କ ସାଙ୍ଗକୁ କେହି ହତ୍ୟା କରି ଥାଇପାରନ୍ତି ନଚେତ କେହି ଅପହରଣ କରି ଥାଇପାରନ୍ତି ସେ ଅଭିଯୋଗ କରିଛନ୍ତି । ଏପରିକି ପୋଲିସ ପାଖରେ ଅଭିଯୋଗ ଜଣାଇଥିଲେ ଘଟଣାକୁ ଗୁରୁତର ସହକାରେ ନେଉ ନଥିବା ସେ ଅଭିଯୋଗ କରିଛନ୍ତି । ଦୀର୍ଘ 48 ଘଣ୍ଟା ବିତିଥିଲେ ତାଙ୍କ ସାଙ୍ଗର ଖୋଜ ଖବର ନ ମିଳୁଥିବାରୁ ଭୟରେ ରହିଛନ୍ତି ସେ । ହେଲେ ପୋଲିସର ମ୍ୟାନ ମିସିଂ ସେଲର ଗଠନ ନେଇ ଉଠିଛି ପ୍ରଶ୍ନ । ପ୍ରକୃତରେ କାହା କାମରେ ପୋଲିସ ଓ ମ୍ୟାନ ମିସିଂ ସେଲ ।

ଭୁବନେଶ୍ବରରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.