ETV Bharat / city

Panchayat Election: ମତଦାନ ପାଇଁ କର୍ମଚାରୀଙ୍କୁ ମିଳିବ ସବେତନ ଛୁଟି, ନିର୍ଦ୍ଦେଶ ଦେଲା ଶ୍ରମ ବିଭାଗ - ନିର୍ବାଚନ ପାଇଁ କର୍ମଚାରଙ୍କୁ ମିଳିବ ସବେତନ ଛୁଟି

ପଞ୍ଚାୟତ ନିର୍ବାଚନ ଲାଗି କର୍ମଚାରୀଙ୍କୁ ଭୋଟ ଦେବା ପାଇଁ ସବେତନ ଛୁଟି ଦେବାକୁ ନିର୍ଦ୍ଦେଶ ଦେଇଛି ଶ୍ରମ ବିଭାଗ । ଅଧିକ ପଢନ୍ତୁ

Panchayat Election: ମତଦାନ ପାଇଁ କର୍ମଚାରୀଙ୍କୁ ମିଳିବ ସବେତନ ଛୁଟି, ନିର୍ଦ୍ଦେଶ ଦେଲା ଶ୍ରମ ବିଭାଗ

author img

By

Published : Feb 14, 2022, 1:18 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି ଆସନ୍ତା ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ । ନାଗିରକମାନେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ । ଏଥିଲାଗି ଏହି ଦିନଗୁଡ଼ିକରେ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ସବେତନ ସହ ଛୁଟି ଦେବାକୁ ଶ୍ରମ ବିଭାଗ ସଂସ୍ଥାଗୁଡ଼ିକ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Panchayat Election: ମତଦାନ ପାଇଁ କର୍ମଚାରୀଙ୍କୁ ମିଳିବ ସବେତନ ଛୁଟି, ନିର୍ଦ୍ଦେଶ ଦେଲା ଶ୍ରମ ବିଭାଗ
Panchayat Election: ମତଦାନ ପାଇଁ କର୍ମଚାରୀଙ୍କୁ ମିଳିବ ସବେତନ ଛୁଟି, ନିର୍ଦ୍ଦେଶ ଦେଲା ଶ୍ରମ ବିଭାଗ

ଏହି ନିୟମ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁହେବ । କର୍ମଚାରୀଙ୍କ ଆବେଦନ ସତ୍ତ୍ବେ ଛୁଟି ନଦେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ । ଆସନ୍ତା ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ । ଭୋଟ ପାଇଁ ସବେତନ ଛୁଟି ଦେବାକୁ ଶ୍ରମ ବିଭାଗ ନିର୍ଦ୍ଦେଶ ଦେଇଛି । ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଭୋଟ ପାଇଁ ଛୁଟି ଦିଆଯିବ ।

ତେବେ ବ୍ୟବସାୟ ସଂଗଠନ 16 ରୁ 24 ମଧ୍ୟରେ ନିର୍ବାଚନ ଦିନ ଶ୍ରମିକଙ୍କୁ ମଧ୍ୟ ସବେତନ ଛୁଟି ଦେବାକୁ କୁହାଯାଇଛି । ଅର୍ଥାତ୍‌ ଏହି ଦିନଗୁଡ଼ିକରେ ଶ୍ରମିକମାନେ ଭୋଟ ପାଇଁ ଛୁଟି ନେଲେ ସେମାନଙ୍କ ବେତନ କଟାଯିବ ନାହିଁ । ଅନ୍ୟପଟେ ଛୁଟି ନଦେଲେ ଆଇନରେ ଦଣ୍ଡିତ ହେବେ କର୍ତ୍ତୃପକ୍ଷ । ଛୁଟି ପାଇଁ ଭୋଟର ତାଲିକା ଦେଖାଇବାକୁ ପଡିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.