ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲେ ବିଜେପି ବିଧାୟିକା କୁସୁମ ଟେଟେ । ଆଉ ସନ୍ଧ୍ୟାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ତେବେ କୁସୁମଙ୍କ ପ୍ରତିକ୍ରିୟା ବେଶ ଆଲୋଡନ ସୃଷ୍ଟି କରିଛି । ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କୁସୁମ କହିଛନ୍ତି, ପ୍ରଥମେ ସେମାନେ ଛାଡିଲେନି ,ଆମେ ବାହାରେ ବସିଲୁ । ଏହାପରେ ମୁଖ୍ୟମନ୍ତ୍ରୀ ଆସି ଡାକିବାରୁ ଆମେ ଗଲୁ । ପ୍ରଥମେ ନବୀନ ନିବାସ ମଧ୍ୟରେ ଫରମାଲିଟ୍ ଡ୍ରାମାବାଜୀ କଲେ ଏବଂ ଫୁଲ ଚନ୍ଦନ ଦେଇ ବସେଇଲେ । ପରେ ଆମ୍ବ ତୋଟାରେ ଖରାରେ ବସେଇ ଛାଡିଲେ ବୋଲି କହିଛନ୍ତି କୁସୁମ ।
ନବୀନ ନିବାସରୁ ଫେରି ଅତିଥି ସତ୍କାର ବିଷୟରେ ପ୍ରତିକ୍ରିୟା ରଖିଲେ କୁସୁମ ଟେଟେ ଏହାସହ ସେ କହିଛନ୍ତି ଯେ, ଆମେ ଭାବିଥିଲୁ ଏସିରେ ବସେଇବେ, ଚାଲି ଚାଲି ହାଲିଆ ହୋଇଥିଲୁ, ପ୍ରବଳ ଝାଳ ବୋହିଥିଲା । ହେଲେ କିଛି ନାହିଁ। ଏଇଟା କି ପ୍ରକାର ସତ୍କାର ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ କୁସୁମ ଟେଟେ । ଏହା ସହ ନବୀନ ନିବାସରେ ପାଣି ସହ ଘୋଳ ଦହି ଦେଇଥିବା କହିଛନ୍ତି କୁସୁମ ଟେଟେ। ନବୀନଙ୍କୁ ଭେଟିବା ପରେ ପୁରୁଣା କଥା ମନେ ପଡୁଥିବା କହିଲେ କୁସୁମ ଟେଟେ । ଏବେବି ଅନେକ ବିଜେଡି ବିଧାୟକ ଓ ମନ୍ତ୍ରୀ ମାନେ ବିଜେଡିରେ ମିଶିବା ପାଇଁ ଡାକିବା ସହ ମନ୍ତ୍ରୀ ପଦ ଦିଆଯିବ ବୋଲି କହୁଛନ୍ତି । ଯାହା କିଛି ହୋଇଛି ପୂର୍ବରୁ ଭୁଲ ହୋଇଯାଇଛି ବୋଲି ମନ୍ତ୍ରୀ ମାନେ କହୁଛନ୍ତି ବୋଲି କୁସୁମ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ