ETV Bharat / city

'କୁଣ୍ଡଳୀ' ଓ 'ସନ୍ଧାନ' ନାମକ 2ଟି ଆପ ଲଞ୍ଚ କଲା କମିଶନରେଟ ପୋଲିସ - Commissionerate Police action

କମିଶନରେଟ ପୋଲିସ 2ଟି ଆପ ଲଞ୍ଚ କରିଛି । ଭୁବନେଶ୍ବର ଡିସିପି ଅଫିସରୁ କାର୍ଯ୍ୟକ୍ଷମ ହେବ ଏହି ଦୁ୍ଇ ଆପ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା । ଅଧିକ ପଢନ୍ତୁ....

କୁଣ୍ଡଳୀ ଓ ସନ୍ଧାନ 2 ଟି ଆପ ଲଞ୍ଚ କଲା କମିଶନରେଟ ପୋଲିସର

author img

By

Published : Jun 17, 2021, 5:34 PM IST

ଭୁବନେଶ୍ବର: କମିଶନରେଟ ପୋଲିସ କୁଣ୍ଡଳୀ ଓ ସନ୍ଧାନ ନାମରେ 2ଟି ଆପ ଲଞ୍ଚ କରିଛି । ଆଜି ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ଏହି 2ଟି ଆପକୁ ଉନ୍ମୋଚନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଭୁବନେଶ୍ୱର ଡିସିପି ଅଫିସରେ ଅପରେଟର ହେବ ଏହି ଦୁଇ ଆପ । କୁଣ୍ଡଳୀ ଆପରେ ଅପରାଧୀର ଅପରାଧର ପଞ୍ଜିକା ରହିବାକୁ ଥିବାବେଳେ ସନ୍ଧାନ ଆପରେ ପ୍ରୋପୋର୍ଟି ଅଫେନ୍ସ ସମସ୍ତ ତଥ୍ୟ ରହିବା ନେଇ ବ୍ୟବସ୍ଥା ରହିଛି ।

କୁଣ୍ଡଳୀ ଓ ସନ୍ଧାନ 2 ଟି ଆପ ଲଞ୍ଚ କଲା କମିଶନରେଟ ପୋଲିସର

ଜାଣନ୍ତୁ କଣ ଏହି କୁଣ୍ଡଳୀ ଓ ସନ୍ଧାନ ଆପ୍ଲିକେସନ

ଦୁଇଟି ଆପର ଭିନ୍ନ ଭିନ୍ନ କାର୍ଯ୍ୟକାରିତା ରହିଛି । କୁଣ୍ଡଳୀ ଆପ୍ଲିକେସନରେ ଅପରାଧୀର ନାଁ କ୍ଲିକ୍ କଲାମାନେ ତାର ଅପରାଧ ତାଲିକା ଆଖି ପିଛୁଳାକେ ମିଳିପାରିବ । ତଦନ୍ତରେ ଏହା ପୋଲିସକୁ ଅଧିକ ସହାୟକ ହୋଇପାରିବ। ତାର ଅପରାଧ ତାଲିକା ଅନୁଯାୟୀ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଆଗରୁ ଟିମ ୬୦ ଏକାଧିକ ମାମଲାର ପର୍ଦ୍ଦାଫାଶ କରିଛି । ଆଜି ପୋଲିସ କମିଶନର ସଂଗଠିତ ଅପରାଧ ନିୟନ୍ତ୍ରଣ ସେଲ୍ ଶୁଭାରମ୍ଭ କରିବା ସହ ଏହି ଦୁଇ ଆପ୍ଲିକେସନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେହିପରି ଲୁଟ ହୋଇଥିବା ସାମଗ୍ରୀର ତଥ୍ୟ ରଖିବ ସନ୍ଧାନ ଆପ । ଜବତ ହୋଇଥିବା ପ୍ରୋପୋର୍ଟିକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ତଥ୍ୟ ସନ୍ଧାନ ଆପରୁ ମିଳିପାରିବ । ସେଥିପାଇଁ କମିଶନରେଟ ପୋଲିସର ସ୍ୱତନ୍ତ୍ର ସେଲ ଖୋଲା ଯାଇଛି । ଏଥିପାଇଁ ଦୁଇଟି ଟିମ ମଧ୍ୟ ଗଠନ କରାଯାଇଛି । ଏଥିରେ ବଛାବଛା ଅଫିସର ରହିଛନ୍ତି । ଏହା ପ୍ରଥମେ ଭୁବନେଶ୍ବର UPDରେ କାର୍ଯ୍ୟ କରିବ ଏହି ସେଲ । ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମାତ୍ର ଗୋଟିଏ କ୍ଲିକରେ ମିଳି ପାରିବ ଅପରାଧୀ ଓ ଜବତ୍ ପ୍ରୋପୋର୍ଟିର ହିତାଧିକାରୀଙ୍କ ତାଲିକା । ପ୍ରୋପୋର୍ଟି ଅଫେନ୍ସ ଅପରାଧୀଙ୍କ ଅପରାଧ ତାଲିକା ଆଉ ମିଳିଥିବା ପ୍ରୋପୋର୍ଟିର ପ୍ରକୃତ ହିତାଧିକାରୀଙ୍କ ତଥ୍ୟ ରଖିବା ସହ ସେମାନଙ୍କୁ ଫେରସ୍ତ କରିବାରେ ବେସ ସହାୟକ ହେବ ଦୁଇ ଆପ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.