ETV Bharat / city

ବ୍ରହ୍ମପୁରରେ କୁଆଁର ପୁନେଇଁ ଜହ୍ନଲୋ କାର୍ଯ୍ୟକ୍ରମ, ମନମୋହିଲା ଠିଆ ପୁଚି ନାରଙ୍ଗ ନୃତ୍ୟ - କୁଆଁର ପୁନେଇଁ ଜହ୍ନଲୋ କାର୍ଯ୍ୟକ୍ରମ

ବ୍ରହ୍ମପୁର ସହରରେ ମହାସମାରୋହରେ ଆୟୋଜିତ ହୋଇଯାଇଛି କୁଆଁର ପୁନେଇଁ ଜହ୍ନଲୋ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ଆୟୋଜିତ ହେଲା କୁଆଁର ପୁନେଇଁ ଜହ୍ନଲୋ କାର୍ଯ୍ୟକ୍ରମ

author img

By

Published : Oct 10, 2022, 7:41 AM IST

ବ୍ରହ୍ମପୁର: ରବିବାର ଥିଲା କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା । କୁମାରୀମାନେ ଦେବତାଙ୍କ ମଧ୍ୟରେ କାର୍ତ୍ତିକଙ୍କ ଭଳି ବର ପ୍ରାପ୍ତ ପାଇଁ ଏହି ପୂଜା କରାଯାଉଥିବା କୁହାଯାଏ । ଏଥିପାଇଁ ବ୍ରହ୍ମପୁର ଆୟୋଜିତ ହୋଇଯାଇଛି କୁଆଁର ପୁନେଇଁ ଜହ୍ନୋଲୋ କାର୍ଯ୍ୟକ୍ରମ । ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ ପକ୍ଷରୁ ଗତ 12 ବର୍ଷ ଧରି ବ୍ରହ୍ମପୁର ସହରରେ ଗ୍ରାମାଞ୍ଚଳରେ ହଜି ଯାଉଥିବା ପରମ୍ପରାର ପୁନଃଜୀବିତ କରିବା ପାଇଁ ଏପରି ଏକ କାର୍ଯ୍ୟକ୍ରମର ପ୍ରୟାସ ଆରମ୍ଭ କରି ଗତ କିଛି ବର୍ଷ ଧରି କ୍ରମାଗତ ଭାବରେ ଏହାକୁ ଆୟୋଜିତ କରି ଆସୁଛନ୍ତି । ଚଳିତବର୍ଷ ସହରର ଆଇଟିଆଇ କ୍ୟାମ୍ପସ୍ ପରିସରରେ ରହିଥିବା ବିଜୁ ପଟ୍ଟନାୟର ଅଡିଟରିୟମ୍ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବାହାରିନ୍ ଓଡିଆ ସମାଜର ପ୍ରତିଷ୍ଠାତା ଡ.ଅରୁଣ କୁମାର ପ୍ରହରାଜ ଯୋଗ ଦେଇଥିଲେ।

ବ୍ରହ୍ମପୁରରେ ଆୟୋଜିତ ହେଲା କୁଆଁର ପୁନେଇଁ ଜହ୍ନଲୋ କାର୍ଯ୍ୟକ୍ରମ

ଏହା ମଧ୍ୟ ପଢନ୍ତୁ: କୁମାର ପୂର୍ଣ୍ଣିମାରେ ଚଳଚଞ୍ଚଳ ବ୍ରହ୍ମପୁର, ତାସ୍‌ ଖେଳ ସାଙ୍ଗକୁ ଜମୁଛି ନାଚଗୀତର ଆସର

ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଞ୍ଚାସିନ ରହିଥିବା ବେଳେ ଏହି ଅବସରରେ ତିନି ଜଣ ଓଡିଆଙ୍କୁ ୟୁତ୍ ଏଚିଭର ଆୱାର୍ଡରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ରହ୍ମପୁର ନିକଟବର୍ତ୍ତୀ ନରେନ୍ଦ୍ରପୁରର ଶରତ ମହାପାତ୍ର ଏବଂ ତାଙ୍କ ଟିମ୍ ପକ୍ଷରୁ ଜୋଡି ଶଙ୍ଖ ନୃତ୍ୟ ପରିବେଷଣ ପରେ ସୁଶ୍ରୀ ଶ୍ରମିଷ୍ଠାଙ୍କର ଶକ୍ତି ଅଭୟନୀ ନୃତ୍ୟ ପରିବେଷଣ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରୀଙ୍କ ପକ୍ଷରୁ ପାରମ୍ପାରିକ ସଙ୍ଗୀତ କୁମାର ପୂର୍ଣ୍ଣିମା ଜହ୍ନଲୋ ଫୁଲ ବଉଳ ବେଣୀ ପରିବେଷଣ କରିଥିଲେ । ପରେ ହାଇଦ୍ରାବାଦରୁ ଆସିଥିବା କଳାକାରଙ୍କ ପକ୍ଷରୁ ଶ୍ରମିଷ୍ଠା ମିଶ୍ର ଓ ତାଙ୍କ ଟିମ୍ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ସହିତ ପୂର୍ବରୁ ଆୟୋଜିତ ଗ୍ରାମାଞ୍ଚଳ କ୍ରୀଡାର ଶ୍ରେଷ୍ଠ କୃତି ପ୍ରତିଯୋଗୀଙ୍କ ପକ୍ଷରୁ ଠିଆ ପୁଚି ନାରଙ୍ଗ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ କଣ୍ଠଶିଳ୍ପୀ ଶଶାଙ୍କ ଶେଖରଙ୍କ ସଙ୍ଗୀତ ବେଶ ଆକର୍ଷିତ କରିଥିଲା ।

ଏହି ଅବସରରେ ଆୟୋଜକ ହୃଷିକେଶ ପାଣିଗ୍ରାହୀ କହିଛନ୍ତି ଯେ, "ଆଜି କୁମାର ପୂର୍ଣ୍ଣିମା ଅବସରରେ ବହୁତ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଭାରତର ବିଭିନ୍ନ ଅଞ୍ଚଳରୁ କଳାକାରମାନେ ଆସିଛନ୍ତି । ବାହାରିନର ଓଡିଆ ସଭାପତିଙ୍କ ସହ ହାଇଦ୍ରାବାଦରୁ ମଧ୍ୟ ବହୁ କଳାକାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ଏହି ପ୍ରୟାସ କରାଯାଉଛି।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.