ETV Bharat / city

ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ମନମୋହିଲା କ୍ରାନ୍ତି ପୁରୁଷ - ନାଟକ କ୍ରାନ୍ତି ପୁରୁଷ

ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ମନମୋହିଲା ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ କାହାଣୀକୁ ନେଇ ନାଟକ 'କ୍ରାନ୍ତି ପୁରୁଷ' । ଅଧିକ ପଢନ୍ତୁ

ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ମନମୋହିଲା 'କ୍ରାନ୍ତି ପୁରୁଷ'

author img

By

Published : Apr 29, 2022, 12:16 PM IST

ଭୁବନେଶ୍ବର: ରବୀନ୍ଦ୍ର ମଣ୍ଡପରେ ୫ଜଣ ବରପୁତ୍ରଙ୍କ କାହାଣୀକୁ ନେଇ ନାଟକ ଉତ୍ସବ ଆରମ୍ଭ ହୋଇଛି । ଗତକାଲି ଚତୁର୍ଥ ସନ୍ଧ୍ୟାରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ କାହାଣୀକୁ ନେଇ ନାଟକ 'କ୍ରାନ୍ତି ପୁରୁଷ' ପ୍ରଦର୍ଶିତ ହୋଇଥିଲା । ସମ୍ବଲପୁରର ଚୌହାନ ବଂଶର ରାଜା ବୀର ସୁରେନ୍ଦ୍ର ସାଏ ଇଂରେଜଙ୍କ ସହ ଲଢି ଯେଉଁ ବିରତ୍ବ ଦେଖାଇ ଥିଲେ ତାହା ନାଟକରେ ଚିତ୍ରିତ ହୋଇଥିଲା ।

ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ମନମୋହିଲା 'କ୍ରାନ୍ତି ପୁରୁଷ'

ଖାଲି ସେତିକି ନୁହେଁ ୩୭ ବର୍ଷ ଜେଲରେ ରହି ମଧ୍ୟ ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇନଥିଲେ ବୀର ସୁରେନ୍ଦ୍ର ସାଏ । ତେଣୁ ସେ ଓଡ଼ିଆ ଜାତିର ଜଣେ ବୀର ପୁରୁଷ । ଉଦଯାପନୀ ଦିନରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ନେଇ ଶାନ୍ତନୁ କୁମାର ରଥଙ୍କ ରଚିତ ଓ ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନାଟକ 'କବି ସମ୍ରାଟ' ମଞ୍ଚସ୍ଥ ହେବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.