ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତାକାଲି (ମଙ୍ଗଳବାର) ଭେଟିବେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଏଥିପାଇଁ ସେ ଆସନ୍ତାକାଲି ଓଡିଶା ଆସୁଛନ୍ତି । ଉଭୟଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନ ହେବ ବୋଲି ସୂଚନା ମିଳିଛି ।
ଜଗନଙ୍କ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ତଥା ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର । ଦେବୀ କହିଛନ୍ତି ଯେ, ‘ଆମ ପାଇଁ କୋଟିଆ ବଡ ପ୍ରସଙ୍ଗ । ଏନେଇ ଜଗନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଦୀର୍ଘଦିନ ହେଲା ପୋଲାଭରମ ଲଢେଇ ଜାରି ରହିଛି ।
ଭେଟଘାଟ ବେଳେ ପୋଲାଭରମ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ । ଆଲୋଚନା ଦ୍ବାରା ସମାଧାନର ବାଟ ବାହାରିବା ନେଇ ଆଶା ଥିବା ଦେବୀ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ