ETV Bharat / city

ଭିତ୍ତିଭୂମି ଅଭାବ ନା ପ୍ରୋତ୍ସାହନ: କାହିଁକି ଅଲମ୍ପିକରେ ଫେଲ ମାରୁଛନ୍ତି ଓଡ଼ିଆ କ୍ରୀଡ଼ାବିତ ?

କେବେ ଘଟିବ ଦୀର୍ଘ ପ୍ରତୀକ୍ଷାର ଅନ୍ତ ? କେବେ ପୂରଣ ହେବ 4 କୋଟି ଓଡିଆଙ୍କ ପଦକ ଅପେକ୍ଷା ? କାରଣ ବାରମ୍ବାର ଅଲମ୍ପିକ ଗେମ୍ସ ଭଳି କ୍ରୀଡ଼ା ପ୍ରତିଯୋଗିତାରେ ଫେଲ୍ ମାରୁଛନ୍ତି ଓଡ଼ିଆ ଆଥଲେଟ୍ । ଅଲମ୍ପିକ୍ସ ଆରମ୍ଭର 100 ବର୍ଷ ପରେ ଓଡିଶା ଖେଳାଳି ଭାଗ ନେଇଥିବା ବେଳେ ଆଜିଯାଏଁ ରାଜ୍ୟ ସରକାର ଯୋଗାଇ ପାରିନାହାନ୍ତି ଆବଶ୍ୟକୀୟ ବିଶ୍ବସ୍ତରୀୟ ଭିତ୍ତିଭୂମି । ଅଧିକ ପଢ଼ନ୍ତୁ...

know the real reason behind odia athletes failed to secure a medal in olympics
ଅଲମ୍ପିକ ଗେମ୍ସରେ ଫେଲ ମାରୁଛନ୍ତି ଓଡ଼ିଆ କ୍ରୀଡ଼ାବିତ୍, ଜାଣନ୍ତୁ କାରଣ
author img

By

Published : Aug 2, 2021, 8:56 PM IST

Updated : Aug 4, 2021, 8:11 PM IST

ଭୁବନେଶ୍ବର/କଟକ: ଅଲମ୍ପିକ୍ସ ଭଳି ବଡ଼ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟରେ କ୍ରୀଡ଼ାବିତଙ୍କୁ ମିଳୁନି ଆବଶ୍ୟକୀୟ ଭିତ୍ତିଭୂମି । ଫଳ ସ୍ବରୁପ ବାରମ୍ବାର ଏଭଳି ବିଗ୍ ଇଭେଣ୍ଟରେ ଫେଲ ମାରୁଛନ୍ତି ରାଜ୍ୟର କ୍ରୀଡ଼ାବିତ୍ । ବଡ଼ ଇଭେଣ୍ଟ ପାଇଁ ନିର୍ମାଣ ହେଉଥିବା ଷ୍ଟାଡିୟମ ଗୁଡ଼ିକର ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ କରାଯାଉନାହିଁ । ଏହାସହ କ୍ରୀଡ଼ାବିତଙ୍କୁ ଅନ୍ତର୍ଜାତୀୟ ସ୍ତରର ଭଲ କୋଚ୍ ଯୋଗାଇ ଦିଆଯାଉନାହିଁ । ଯାହା ଫଳରେ ଉପଯୁକ୍ତ ଅଭ୍ୟାସ କରି ପାରୁନାହାଁନ୍ତି ରାଜ୍ୟର କ୍ରୀଡ଼ାବିତ୍ ।

ଭିତ୍ତିଭୂମି ଅଭାବ ନା ପ୍ରୋତ୍ସାହନ: କାହିଁକି ଅଲମ୍ପିକରେ ଫେଲ ମାରୁଛନ୍ତି ଓଡ଼ିଆ କ୍ରୀଡ଼ାବିତ ?

ବଡ଼ ଇଭେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କ୍ରୀଡ଼ାବିତଙ୍କ ପାଇଁ ହାଇ ପରଫରମାନ୍ସ ସେଣ୍ଟର ତିଆରି ହେଉଛି । ତେବେ କଣ ଏହାଦ୍ବାରା କ୍ରୀଡ଼ାବିତ୍ ସଠିକ ଭାବରେ ଅଭ୍ୟାସ ସହ କୋଚିଂ ପାଇ ପାରୁଛନ୍ତି ? ଜିଲ୍ଲାସ୍ତରରେ ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜିବା ପାଇଁ ତିଆରି ହୋଇଥିବା ଷ୍ଟାଡିୟମରେ ଉପଯୁକ୍ତ କୋଚିଂ ଷ୍ଟାଫ୍ ରହୁଛନ୍ତି କି ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ମନରେ ଉଙ୍କି ମାରିବା ଆରମ୍ଭ କରିଛି ।

ଜଣେ କ୍ରୀଡ଼ାବିତକୁ ତୃଣମୂଳ ସ୍ତରରୁ ପ୍ରସ୍ତୁତ କରିବା ନେଇ ରାଜ୍ୟ ସରକାର ଯୋଗାଇ ଦେଉଥିବା ସମସ୍ତ ଯୋଜନାର ଲାଭ ମିଳୁଛି କି ନାହିଁ, ତାହା ତଦାରଖ କରିବା ଆବଶ୍ୟକତା ରହିଛି । ୧୯୯୬ ମସିହାରୁ ଓଡ଼ିଆ ଆଥଲେଟ ଅଲମ୍ପିକ୍ସରେ ଭାଗ ନେଇ ଆସୁଛନ୍ତି । ହେଲେ ଏଯାଏଁ ଗୋଟିଏ ମଧ୍ୟ ପଦକ ଓଡ଼ିଆ ଆଥଲେଟ ଜିତି ପାରିନାହାଁନ୍ତି । ଦୀଲ୍ଲିପ ତିର୍କୀଙ୍କ ଭାବରେ ପ୍ରଥମ ଓଡ଼ିଆ ଅଲମ୍ପିଆନ ଦେଖିଥିଲା ରାଜ୍ୟ । ହେଲେ ତିନିତିନି ଥର ଅଲମ୍ପିକ୍ସରେ ଭାଗ ନେଇଥିବା ସତ୍ତ୍ବେ କୌଣସି ପଦକ ହାସଲ କରି ପାରିନଥିଲେ । ଏହାପରେ ଦୁଇ ପାରା ଆଥଲେଟଙ୍କୁ ମିଶାଇ ମୋଟ 17 ଜଣ ଓଡ଼ିଆ ଆଥଲେଟ ଅଲମ୍ପିକ୍ସରେ ଯୋଗ ଦେଇଥିଲେ ସୁଦ୍ଧା ଓଡ଼ିଶା ପାଇଁ ଗୋଟିଏ ମଧ୍ୟ ପଦକ ହାସଲ କରି ପାରିନାହାଁନ୍ତି ।

ତେବେ ବର୍ତ୍ତମାନ ବ୍ଲକ ସ୍ତରରେ ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରିବା ରାଜ୍ୟ କ୍ରୀଡ଼ା ବିଭାଗର ମୂଳ ଉଦ୍ଦେଶ୍ୟ । ବ୍ଲକସ୍ତରର କ୍ରୀଡ଼ାବିତଙ୍କୁ ଅନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ଦିଆଯିବ । ଅଧିକରୁ ଅଧିକ କ୍ରୀଡ଼ାବିତଙ୍କୁ ଉଚ୍ଚ ମାନର ପ୍ରଶିକ୍ଷଣ କିଭଳି ଦିଆଯାଇ ପାରିବ ସେନେଇ ଦୃଷ୍ଟି ଦିଆଯାଉଛି । ରାଜ୍ୟର କ୍ରୀଡ଼ାବିତମାନେ କିଭଳି ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପାରିବେ ତାହା ମୂଳ ଲକ୍ଷ୍ୟ ରହିଛି । ଏଥିପାଇଁ ରାଜ୍ୟର 314 ଟି ବ୍ଲକରେ 314 ଟି ମିନି ଷ୍ଟାଡିୟମ ଓ 114 ଟି ଅର୍ବାନ ଅଞ୍ଚଳରେ 149 ଟି ଅର୍ବାନ ଷ୍ଟାଡିୟମ କରାଯାଇଛି । ଏହାକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ତେବେ ଏସବୁ ଷ୍ଟାଡିୟମର ରକ୍ଷଣବେକ୍ଷଣ ପାଇଁ କାହାକୁ ନିଯୁକ୍ତ କରାଯାଇଛି ? ମିନି ଷ୍ଟାଡିୟମରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ରହିଛି କି ନାହିଁ ତାହାର ହିସାବ କାହାରି ପାଖରେ ନାହିଁ । ରାଜଧାନୀରେ ଥିବା କେବଳ କଳିଙ୍ଗ ଷ୍ଟାଡିୟମକୁ ଛାଡ଼ି ଦେଲେ ଆଉ କୌଣସି ସ୍ଥାନରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । କାରଣ କ୍ରୀଡ଼ାବିତଙ୍କ ପାଇଁ ବିଦେଶୀ କୋଚ ଅଣାଯାଉନାହିଁ । ଯେଉଁମାନଙ୍କ ଦ୍ବାରା କ୍ରୀଡ଼ାବିତମାନେ ନିଜକୁ ଅନୁପ୍ରାଣିତ କରି ନିଜକୁ ପ୍ରସ୍ତୁତ କରିପାରିବେ ।

କଟକରୁ ପ୍ରଭୁକଲ୍ୟାଣ ପାଲ ଓ ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 4, 2021, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.