ETV Bharat / city

Congress Mayor Candidate: କିଏ ସେହି କଂଗ୍ରେସର ମେୟର ପ୍ରାର୍ଥିନୀ ? ଜାଣନ୍ତୁ ତାଙ୍କ ଜୀବନୀ

author img

By

Published : Mar 4, 2022, 4:30 PM IST

ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ  । ଅଧିକ ପଢନ୍ତୁ

କିଏ ସେହି କଂଗ୍ରେସର ମେୟର ପ୍ରାର୍ଥୀ: ଜାଣନ୍ତୁ ତାଙ୍କ ଜୀବନି

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେ ମଧ୍ୟ ହେଉଛନ୍ତି ଜଣେ ମହିଳା ଉଦ୍ୟୋଗୀ ।

ରାଜନୈତିକ କ୍ଷେତ୍ରରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି। କଲେଜ ସମୟରୁ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ସେ। ମଧୁସ୍ମିତା ଆଚାର୍ଯ୍ୟଙ୍କ ଘର ଭୁବନେଶ୍ୱରର ନାୟପଲ୍ଲୀର ଭିଆଇପି ଅଞ୍ଚଳରେ ।

ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବା ବେଳେ ଏମବିଏ ମଧ୍ୟ କରିଛନ୍ତି। ଭୁବନେଶ୍ୱରର କମଳା ନେହୁରୁ କଲେଜରୁ ଛାତ୍ରୀ ଜୀବନରୁ ସଭାପତି ଏବଂ ସମ୍ପାଦକ କାର୍ଯ୍ୟ ତୁଲାଇଥିଲେ । ରାଜନୀତି କ୍ଷେତ୍ରରେ ଜ୍ଞାନ ଥିବା ସହ ସେ ମଧ୍ୟ ଜଣେ ସାମାଜିକ କର୍ମୀ।

ଏହାବି ପଢନ୍ତୁ : ପୂର୍ବତନ ବିଧାୟକଙ୍କ ବୋହୂଙ୍କୁ ମେୟର ଟିକେଟ ଦେଲା କଂଗ୍ରେସ

ଓଡିଶା ମହିଳା ଦୁଃସାହସିକତା କାର୍ଯ୍ୟ ସଂଗଠନ ସେ ଅଂଶ ଗ୍ରହଣ ମଧ୍ୟ କରିଥିଲେ । ଟ୍ରାଫିକ ସଚେତନତା ପାଇଁ ସେ ସବୁବେଳେ ସକ୍ରିୟ ଭାବରେ ଜଡିତ । ଏହି କାର୍ଯ୍ୟକ୍ରମ ସମୟରେ 500 ମହିଳା ବାଇକ ରାଲିର ଆୟୋଜନ କରିଥିଲେ। ନୂଆଦିଲ୍ଲୀରେ ଏନସିସି ରିପବ୍ଲିକ୍ ଡେ ପ୍ୟାରେଡରେ ସର୍ବୋତ୍ତମ କ୍ୟାଡେଟ୍ ସେ ଥିଲେ। ଅନେକ ସରକାରୀ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି ମଧୁସ୍ମିତା । ଓଡିଶା ବଲ ବ୍ୟାଡମିଣ୍ଟନ୍ ଆସୋସିଏସନର ପୂର୍ବତନ ଖେଳାଳି ଓ ପ୍ରଶିକ୍ଷକ ଥିଲେ ।

ଏହାସହ ଉପାନ୍ତ ଅଞ୍ଚଳରେ କିଭଳି ଶିକ୍ଷା କ୍ଷେତ୍ରରେ ଲୋକ ଆଗେଇ ପାରିବେ ସେନେଇ ପ୍ରଚାର ପ୍ରସାର ମଧ୍ୟ କରିଛନ୍ତି। ପିଲାଦିନରୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ପାଇଁ ତାଙ୍କର ଉତ୍ସାହ ମଧ୍ୟ ରହିଥିଲା । ସ୍ୱଗର୍ତ କାଙ୍ଗାଳୀ ଚରଣ ପଣ୍ଡା ତଥା ଧର୍ମଶାଳା ପୂର୍ବତନ ବିଧାୟକଙ୍କ ବୋହୂ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.