ETV Bharat / city

ସାମ୍ବାଦିକାରୁ BJD ମେୟର ପ୍ରାର୍ଥୀ: ନଜର ପକାନ୍ତୁ ସୁଲୋଚନାଙ୍କ କ୍ୟାରିୟର ଉପରେ - ପୌର ନିର୍ବାଚନ ପାଇଁ ମେୟର ତାଲିକା ଘୋଷଣା କଲା ବିଜେଡ଼ି

ବିଜେଡି ସଭାପତି ନବୀନ ପଟ୍ଟନାୟକ ଶନିବାର ତିନି ମହାନଗର ନିଗମ ଲାଗି ମେୟର ପ୍ରାର୍ଥୀ ନାଁ ଘୋଷଣା କରିଛନ୍ତି । ଭୁବନେଶ୍ୱରରୁ ବିଜେଡି ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ କିଏ ଓ କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ? ଅଧିକ ପଢନ୍ତୁ

ସାମ୍ବାଦିକାରୁ BJD ମେୟର ପ୍ରାର୍ଥୀ: ନଜର ପକାନ୍ତୁ ସୁଲୋଚନାଙ୍କ କ୍ୟାରିୟର ଉପରେ

author img

By

Published : Mar 5, 2022, 7:48 PM IST

Updated : Mar 5, 2022, 8:22 PM IST

ଭୁବନେଶ୍ବର : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି (ଶନିବାର) ତିନି ମହାନଗର ନିଗମ ଲାଗି ମେୟର ପ୍ରାର୍ଥୀ ନାଁ ଘୋଷଣା କରିଛନ୍ତି । ଭୁବନେଶ୍ୱର ଲାଗି ସୁଲୋଚନା ଦାଶ, କଟକ ପାଇଁ ସୁବାସ ସିଂ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କ ନାଁ ଘୋଷଣା ହୋଇଛି । ତିନି ପ୍ରାର୍ଥୀଙ୍କ ମଧ୍ୟରେ ସମାନତା ହେଉଛି ଏମାନେ ଆମଦାନୀ ନେତା ।

ସେ ଯାହା ବି ହେଉ ଅନେକ ବିଚାର ବିମର୍ଷ, ଟଣାଓଟରା ପରେ ଦଳ ତିନି ପ୍ରାର୍ଥୀ ନାଁ ଘୋଷଣା କରିଛି । ତେବେ ଭୁବନେଶ୍ୱରରୁ ବିଜେଡି ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ କିଏ ଓ କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ? ସାମ୍ବାଦିକତାରୁ ରାଜନୀତି, ଆଉ ଏବେ ବିଜେଡିର ମେୟର ପ୍ରାର୍ଥୀ ହେଉଛନ୍ତି ସୁଲୋଚନା ଦାସ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଜନ୍ମିତ ସୁଲୋଚନା ଛାତ୍ର ଜୀବନରେ ଜଣେ ମେଧାବୀ ଛାତ୍ରୀ ଥିଲେ । ଭଦ୍ରକ କଲେଜରୁ ଯୁକ୍ତ 3 ପାଠପଢା ଶେଷ ପରେ ବାଣୀବିହାରରେ ସାମ୍ବାଦିକତା କରିଥିଲେ ।

ସାମ୍ବାଦିକାରୁ ବିଜେଡି ମେୟର ପ୍ରାର୍ଥୀ: ନଜର ପକାନ୍ତୁ ସୁଲୋଚନାଙ୍କ କ୍ୟାରିୟର ଉପରେ

ଏହାସହ ସେ ବାଣୀବିହାରରୁ ଆଇନ ପାଠ ଶେଷ କରିଛନ୍ତି । ଏହାପରେ ସେ ସାମ୍ବାଦିକତାରେ କ୍ୟାରିଅର କରିଥିଲେ । ଦଶନ୍ଧିରୁ ଅଧିକ ସମୟ ଧରି ସେ ରାଜ୍ୟର ପ୍ରତିଷ୍ଠିତ ଓ ଜାତୀୟ ଗଣମାଧ୍ୟମରେ ଉଚ୍ଚପଦରେ ଅବସ୍ଥାପିତ ମଧ୍ୟ ହୋଇଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ ଗଣମାଧ୍ୟମ ସହିତ ଜଡିତ ଅଛନ୍ତି ।

ସୁଲୋଚନା ରାଜନୈତିକ କ୍ୟାରିଅର କଂଗ୍ରେସରୁ ଆରମ୍ଭ କରିଥିଲେ । ଦଳ ତାଙ୍କୁ ସାଧାରଣ ସମ୍ପାଦକ ସହ ମୁଖପାତ୍ର ଦାୟିତ୍ବ ଦେଇଥିଲା । ମୁଖପାତ୍ର ଭାବେ ସଠିକ ତଥ୍ୟ ଉପସ୍ଥାପନ କରି ବିଭିନ୍ନ ବିତର୍କରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ ସୁଲୋଚନା ।

ତେବେ ସେ 2017 ଜୁନ 19 ରେ କଂଗ୍ରେସ ସହ ନିଜର ରାଜନୈତିକ ସମ୍ପର୍କ ଛିନ୍ନ କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇଥିଲେ । ଜୁନ 20ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିବା ସହ ଦଳର ଆସେଟ ହେବେ ବୋଲି କହିଥିଲେ ।

ଦଳ ତାଙ୍କୁ ମୁଖପାତ୍ର ଓ ପ୍ୟାନେଲିଷ୍ଟ ଦାୟିତ୍ୱ ଦେଇଥିଲା । 2019 ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଦଳୀୟ ନେତାଙ୍କୁ ନିଗମ ଓ କମିଶନରେ ଥଇଥାନ କରିଥିଲେ । ଏହି ସମୟରେ ସୁଲୋଚନାଙ୍କୁ ମୁଖ୍ୟମନ୍ତ୍ରୀ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନ ଭାବରେ ନିଯୁକ୍ତି ଦେଇଥିଲେ । ଭିନ୍ନକ୍ଷମଙ୍କୁ ନିଯୁକ୍ତି ଓ ସଶକ୍ତ ଦିଗରେ ସୁଲୋଚନା ଅନେକ ପଦକ୍ଷେପ ନେଇଛନ୍ତି । ବିଜେଡି ଏବେ ସୁଲୋଚନାଙ୍କୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ ଭାବେ ବଡ ଦାୟିତ୍ୱ ଦେଇଛି । ଭୁବନେଶ୍ୱରରୁ ଜିତି ଦଳର ସମ୍ମାନ ରକ୍ଷା କରିବା ତାଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ହେବ ।

ନଜର ପକାନ୍ତୁ ସୁଲୋଚନାଙ୍କ କ୍ୟାରିୟର ଉପରେ

-ଯାଜପୁରରେ ଜନ୍ମ ଓ ସ୍କୁଲ ପାଠପଢା
-ଭଦ୍ରକରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶିକ୍ଷା
-ଉତ୍କଳ ବିଶ୍ଵବିଦ୍ୟାଳୟରୁ ସାମ୍ବାଦିକତା ସହ ଆଇନ ଶିକ୍ଷା
-ସାମ୍ବାଦିକତାକୁ କ୍ୟାରିୟର ଭାବେ ଗ୍ରହଣ କରିଥିଲେ
-ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ସାମ୍ବାଦିକତା କରିଛନ୍ତି
-କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ

-କଂଗ୍ରେସର ମୁଖପାତ୍ର ଓ ସାଧାରଣ ସମ୍ପାଦକ ହୋଇଥିଲେ
-2017 ଜୁନରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ
-ବିଜେଡିର ମୁଖପାତ୍ର ଭାବେ ସୁଲୋଚନାଙ୍କୁ ଦାୟିତ୍ୱ ମିଳିଥିଲା
-2019ରୁ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିଲେ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 5, 2022, 8:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.