ETV Bharat / city

Book Circular No-47: ଜାଣନ୍ତୁ, ସରକାରୀ ବାବୁଙ୍କଠୁ କିଭଳି ବ୍ୟବହାର ପାଇବେ ସାଂସଦ ଓ ବିଧାୟକ ? - Know all about Book Circular No-47 about how a govt officer should behave mp and mla

Book Circular No 47 ଅନୁଯାୟୀ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଂସଦ ଓ ବିଧାୟକଙ୍କ ମଧ୍ୟମରେ ଉତ୍ତମ ବୁଝାମଣା ରହିବା ଉପରେ ଗୁରୁତ୍ବ ଦିଆଯାଇଛି। କୁହାଯାଇଛି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଂସଦ ଓ ବିଧାୟକଙ୍କ ଭୂମିକା ଅତି ଗରୁତ୍ବପୂର୍ଣ୍ଣ । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସାଂସଦ ଓ ବିଧାୟକମାନଙ୍କୁ ବିଧାନସଭା ଓ ଲୋକସଭାରେ କିମ୍ବା ଲୋକଙ୍କ ପ୍ରତି ଥିବା ତାଙ୍କ ଉତ୍ତରଦ୍ବାୟିତ୍ବ ପାଳନ ପାଇଁ ଅନେକ ସମୟରେ ପ୍ରଶାସନିକ ସ୍ତରରୁ ବିଭିନ୍ନ ସୂଚନା ଆବଶ୍ୟକ କରିଥାନ୍ତି । ଅଧିକ ପଢନ୍ତୁ

Book Circular No-47
Book Circular No-47
author img

By

Published : May 2, 2022, 10:41 PM IST

Updated : May 2, 2022, 11:00 PM IST

ଭୁବନେଶ୍ବର: ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ତିଲେଇବଣି ବିଡିଓଙ୍କୁ ଆକ୍ରମଣ ଅଭିଯୋଗ ଓ ବିଧାୟକଙ୍କ ଗିରଫଦାରୀକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଜନସ୍ବାର୍ଥରେ ଉନ୍ନୟନମୂଳକ ଓ ନିର୍ବାଚନ ମଣ୍ଡଳୀର କାମ ପାଇଁ ସରାକରୀ ବାବୁ ମାନେ ଅନେକ ସମୟରେ ସାଂସଦ ଓ ବିଧାୟକଙ୍କ କଥା ଶୁଣୁ ନଥିବା ଉଭୟ ବିରୋଧୀ ଓ ଶାସକ ଦଳ ବିଧାୟକ, ସାଂସଦ ଅଭିଯୋଗ ଆଣିଛନ୍ତି । ତେବେ ସରକାରୀ ଅଧିକାରୀଙ୍କ ଜନ ପ୍ରତିନିଧି ବିଶେଷ କରି ସାଂସଦ ଓ ବିଧାୟକଙ୍କ ଉଦ୍ଦେଶ୍ୟରେ କିଭଳି ବ୍ୟବହାର ପ୍ରଦର୍ଶନ କରିବେ ସେନେଇ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ 2005 ରୁ Book Circular No. 47 ଜାରି କରାଯାଇଛି। ତେବେ କଣ ରହିଛି ଏହି Book Circular No. 47 ? କଣ ରହିଛି ବିଧି ବ୍ୟବସ୍ଥା । ପଢନ୍ତୁ ଏହି ରିପୋର୍ଟରେ ।

ସରକାରୀ ବାବୁଙ୍କ ଠାରୁ କିଭଳି ବ୍ୟବହାର ପାଇବେ ସାଂସଦ ଓ ବିଧାୟକ ଜାଣନ୍ତୁ

Book Circular No 47 ଓଡିଶା ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ 30 ଜୁଲାଇ 2002, ଚିଠି ନମ୍ବର-8021ରେ ଜାରି ହୋଇଥିଲା । ପରବର୍ତ୍ତୀ ସମୟରେ 2 ଡିସେମ୍ବର 2005ରେ No. OLA-II-21/2005- 7820 /PAD ମାଧ୍ୟମରେ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରାଯାଇ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସେତେବେଳର କମିଶନର ଓ ସଚିବ ତୁହିନୀକାନ୍ତ ପାଣ୍ଡେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ ସଚିବ, ଆରଡିସି, ସମସ୍ତ ବିଭାଗର ମୁଖ୍ୟ ଓ ଜିଲ୍ଲାପାଳଙ୍କ ଅବଗତି ପାଇଁ ଚିଠି କରିଥିଲେ।

Book Circular No 47 ଅନୁଯାୟୀ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଂସଦ ଓ ବିଧାୟକଙ୍କ ମଧ୍ୟମରେ ଉତ୍ତମ ବୁଝାମଣା ରହିବା ଉପରେ ଗୁରୁତ୍ବ ଦିଆଯାଇଛି। କୁହାଯାଇଛି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଂସଦ ଓ ବିଧାୟକଙ୍କ ଭୂମିକା ଅତି ଗରୁତ୍ବପୂର୍ଣ୍ଣ। ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସାଂସଦ ଓ ବିଧାୟକ ମାନଙ୍କୁ ବିଧାନ ସଭା ଓ ଲୋକସଭାରେ କିମ୍ବା ଲୋକଙ୍କ ପ୍ରତି ଥିବା ତାଙ୍କ ଉତ୍ତରଦ୍ବାୟିତ୍ବ ପାଳନ ପାଇଁ ଅନେକ ସମୟରେ ପ୍ରଶାସନିକ ସ୍ତରରୁ ବିଭିନ୍ନ ସୂଚନା ଆବଶ୍ୟକ କରିଥାନ୍ତି। ଏଥିପାଇଁ ସରକାରୀ ଅଧିକାରୀ ଓ ବିଧାୟକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୀତିଗତ ସିଦ୍ଧାନ୍ତ ତିଆରି କରାଯାଇ Book Circular No 47 କୁ ଜାରି କରାଯାଇଥିଲା। ଯେଉଁଥିରେ ସରକାରୀ ଅଧିକାରୀଙ୍କ ସାଂସଦ ଓ ବିଧାୟକଙ୍କ ପ୍ରତି କିଭଳି ବ୍ୟବହାର ରହିବ ସେନେଇ ବିଶଦଭାବେ ଉଲ୍ଲେଖ କରାଯାଇଛି।

ବିଧାୟକ ସାଂସଦଙ୍କୁ କିଭଳି ବ୍ୟବହାର ଦେଖାଇବେ ସରକାରୀ ବାବୁ ?

Book Circular No 47 ବ୍ୟବସ୍ଥା ଅନୁଯାୟୀ ପ୍ରଥମ ଭାଗରେ କାର୍ଯ୍ୟାଳୟରେ ଅବସ୍ଥାପତି ଥିବା ସରକାରୀ ଅଧିକାରୀ କିଭଳି ସାଂସଦ ଓ ବିଧାୟକ ମାନଙ୍କୁ ବ୍ୟବହାର ପ୍ରଦର୍ଶନ କରିବେ ସେନେଇ ଉଲ୍ଲେଖ ରହିଛି। ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଦାୟିତ୍ବ ନିର୍ବାହ କଲାବେଳେ ଲୋକସେବା ବା ବିଧାନସଭାର ସଦସ୍ୟଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବେ । ଏଥିରେ ବିଳମ୍ବ ବା ଟାଳଟୁଳ ନୀତି ଅବଲମ୍ବନ କରିବେ ନାହିଁ। ବିଧାୟକ ଓ ସାଂସଦ ମାନଙ୍କୁ ସେମାନଙ୍କର ଲୋକଙ୍କ ପ୍ରତି ଥିବା ଦାୟିତ୍ବ ପୂରଣ କରିବା କାର୍ଯ୍ୟରେ ସାହାଯ୍ୟ କରିବା ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ କର୍ତ୍ତବ୍ୟର ଅଂଶ ବିଶେଷ ବୋଲି ଉଲ୍ଲେଖ କରାଯାଇଛି। କୌଣସି ସାଂସଦ କିମ୍ବା ବିଧାୟକ କୌଣସି ସରକାରୀ ଅଫିସକୁ ଆସିଲେ ସେମାନଙ୍କୁ ଆଗମନକୁ ସମ୍ମାନ ଜଣାଇବା ସହ ଭଦ୍ରତାର ସହ ବିଦାୟ ଦେବା ପାଇଁ ବୁକ ସର୍କୁଲାର 47ରେ ଉଲ୍ଲେଖ ରହିଛି। ପ୍ରତ୍ୟେକ ଜିଲ୍ଲା ଓ ସବ ଡିଭିଜନାଲ ଅଫିସରେ ପ୍ରତ୍ୟେକ ଦିନ ଏଥିପାଇଁ ନିର୍ଦିଷ୍ଟ ସମୟ ରଖିବା ପାଇଁ କୁହାଯାଇଥିବା ବେଳେ ହେଡକ୍ବାର୍ଟର କାର୍ଯ୍ୟରତ ଥିବା ଅଧିକାରୀ ଏନେଇ ସଦସ୍ୟ ମାନଙ୍କୁ ପ୍ରାଥମିକତା ଦେବା ପାଇଁ କୁହାଯାଇଛି। ଯଦି କୌଣସି କାରଣରୁ ଅଧିକାରୀ ଜଣକ ଜନସ୍ବାର୍ଥ ସମ୍ବଳିତ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ସେ ସାଂସଦ ଓ ବିଧାୟକଙ୍କୁ ନିଜ କାର୍ଯ୍ୟ ସମୟ ସୀମା ବାହାରେ ସାଂସଦ ଓ ବିଧାୟକଙ୍କୁ ଭେଟିବେ । ସରକାରୀ ଅଧିକାରୀ ଅଫିସର ଥିବା ସମୟରେ ବା ଅଫିସରେ ଅନୁପସ୍ଥିତ ଥିବା ସମୟରେ କୌଣସି ସଦସ୍ୟ ଫୋନ କଲେ ଏହାକୁ ରିସିଭ କରିବେ କିମ୍ବା କଲ ବ୍ୟାକ କରିବ ଓ ଅଫିସରେ ଏକ ରେଜିଷ୍ଟରେ ଏନେଇ ପଞ୍ଜିକୃତ କରିବା ପାଇଁ କୁହାଯାଇଛି।

ସରକାରୀ ବାବୁ ସାଂସଦ ଓ ବିଧାୟକଙ୍କୁ ପତ୍ର ମାଧ୍ୟମରେ କିଭଳି ଯୋଗାଯୋଗ କରିବେ ?

ସରକାରୀ ଅଧିକାରୀ ସାଂସଦ ଓ ବିଧାୟକଙ୍କ ପତ୍ରର ଯୋଗାଯୋଗ ବ୍ୟବସ୍ଥା ନେଇ ମଧ୍ୟ ସର୍କୁଲାରେ ଉଲ୍ଲେଖ ରହିଛି। ବିଭିନ୍ନ ପ୍ରସଙ୍ଗରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଂସଦ ଓ ବିଧାୟକଙ୍କ ପତ୍ରକୁ ଯଥାଶୀଘ୍ର ବିଚାରକୁ ନିଆଯିବାକୁ ପରାମର୍ଶ ଦଆଯାଇଛି। ଯଦି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପତ୍ର ରହିଛି , ଯଥା ସମ୍ଭବ ମନ୍ତ୍ରୀ ଏହାର ଉତ୍ତର ଦେବେ। ଅନ୍ୟଥା ସଚିବ ପାହ୍ୟାର ଅଧିକାରୀଙ୍କ ହସ୍ତାକ୍ଷର ସହ ଉତ୍ତର ପଠାଯିବ। ଯଦି କୌଣସି ବିଭାଗର ଅନ୍ୟ କୌଣସି ମୁଖ୍ୟଙ୍କକୁ ଚିଠି କିମ୍ବା ସରକାରୀ ସଂସ୍ଥା , ଆର୍ଥିକ ସଂସ୍ଥା ଯଥା ଜାତୀୟକରଣ ବ୍ୟାଙ୍କ, କୌଣସି ସଂସ୍ଥା ବା ବିଭାଗ ଶାଖାର ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ନାମରେ ଚିଠି କରାଯାଇଥାଏ ସେ ନିଜେ ଏହାର ଉତ୍ତର ରଖିବେ। ଯଦି ପଲିସି ସଂପର୍କୀତ କୌଣସି ପ୍ରଶ୍ନର ଉତ୍ତର ମଗାଯାଇଥାଏ, ଅଧିକାରୀ ବା ଅଫିସର ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ପରେ ଉତ୍ତର ରଖିବେ। ତେବେ ବ୍ୟକ୍ତିଗତ ସଂପର୍କୀତ ତଥ୍ୟ ନେଇ କୌଣସି ଉତ୍ତର, କୋର୍ଟରେ ବିଚାରାଧିନ ଥିବା ମାମଲା, ବା କୌଣସି ବିଷୟ ତଦନ୍ତ ଚାଲିଥିବା ମାମଲା, ଓ ଗୁପ୍ତ ତଥ୍ୟ ସଂସପର୍କରେ ତଥ୍ୟ ଦିଆଯାଇ ନପାରିଲେ, ସେନେଇ ସୂଚନା ମାଗିଥିବା ସଦସ୍ୟଙ୍କୁ କାରଣ ସହ କାହିଁକି ତଥ୍ୟ ଦିଆଯାଇପାରିବନି ସେନେଇ ସୂଚନା ଦେବାକୁ କୁହାଯାଇଛି।

ସାଂସଦ ଓ ବିଧାୟକଙ୍କ ଚିଠିର ଉତ୍ତର କିଭଳି ରଖିବେ ସରକାରୀ ବାବୁ?

ସାଂସଦ ଓ ବିଧାୟକ ମାନେ ବିଭିନ୍ନ ବିଷୟରେ ଦେଉଥିବା ପ୍ରସ୍ତାବ ଓ ମତ ଦେବାକୁ ବିଶେଷତ୍ବ ଲିଖିତ ଭାବେ ଜଣାଇବାକୁ ପରାମର୍ଶ ଦିଆଯାଇଛି। କୌଣସି ସରକାରୀ ଅଧିକାରୀ ଚିଠି ପାଇଲା ପରେ ସଂପୃକ୍ତ ସଦସ୍ୟଙ୍କୁ ଜଣାଇବେ, ଚିଠିରେ ଥିବା ପ୍ରସ୍ତାବ ଓ ମତ ଉପରେ ଅନୁଧ୍ୟାନ କରି 15 ଦିନ ଭିତରେ ଉତ୍ତର ରଖିବେ। ଯଦି ଅଧିକ ସମୟ ଲାଗୁଛି ସେନେଇ ସଂପୃକ୍ତ ସାଂସଦ ବା ବିଧାୟକଙ୍କୁ ଜଣାଇବେ ଓ କେବେ ସୁଦ୍ଧା ଉତ୍ତର ମିଳିବ ସେନେଇ ଉଲ୍ଲେଖ କରିବେ। ଯଦି ଭୂଲରେ ଗୋଟିଏ ବିଭାଗ ବଦଳରେ ଅନ୍ୟ ବିଭାଗକୁ ଚିଠି ଲେଖାଯାଇଛି ଏହାକୁ 3 ଦିନ ମଧ୍ୟରେ ନିର୍ଦ୍ଦିଷ୍ଟ ବିଭାଗକୁ ପଠାଇଦେବେ। ଯଦି କୌଣସି କାରଣରୁ ପ୍ରସ୍ତାବ ବା ମତ ଉପରେ ବିଭାଗୀୟ ଅଧିକାରୀ ଜଣାଇବାକୁ ଅସମର୍ଥ ରୁହନ୍ତି ସେନେଇ କାରଣ ସହ ସଂପୃକ୍ତ ସଦସ୍ୟଙ୍କୁ ଅବଗତ କରାଇବେ । ସେହିପରି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ଚିଠି ଆଦାନ ପ୍ରଦାନ ନେଇ ସଚିବାଳୟର ପ୍ରତ୍ୟେକ ବିଭାଗରେ ଏକ ସ୍ବତନ୍ତ୍ର ରେଜିଷ୍ଟରରେ ଉଲ୍ଲେଖ ରଖିବାକୁ ପରାମର୍ଶ ଦେବା ସହ15 ଦିନରେ ଥରେ ସମୀକ୍ଷା କରିବା ଓ ଏହି ନେଇ ତଦାରଖ କରୁଥିବା ଅଧିକାରୀଙ୍କୁ ଜଣାଇବାକୁ ଉଲ୍ଲେଖ ରହିଛି।

କାର୍ଯ୍ୟକ୍ରମ ଓ ଉତ୍ସବରେ ସାଂସଦ ଓ ବିଧାୟକ ଥିଲେ ସରକାରୀ ବାବୁ କରିପାରିବେନି ସଭାପତିତ୍ବ

ଏହା ସହ କୌଣସି କାର୍ଯ୍ୟକ୍ରମ ବା ଉତ୍ସବରେ ମନ୍ତ୍ରୀ , ସାଂସଦ ଓ ବିଧାୟକ ଯୋଗ ଦେଉଥିଲେ ସେଥିରେ ସରକାରୀ ଅଧିକାରୀ ଏହାର ସଭାପତିତ୍ବ କରିପାରିବେ ନାହିଁ। ସେହିପରି ସାଂସଦ ଓ ବିଧାୟକଙ୍କୁ ତାଙ୍କ ନିର୍ବାଚନ ମଣ୍ଡମଣ୍ଡଳୀରେ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କୀତ ବିବରଣୀ ଓ ପରିସଂଖ୍ୟନ ବିଷୟରେ ଜାଣିବାକୁ ଚାହିଁଲେ ସେନେଇ ସୂଚନା ପ୍ରଦାନ କରିବାକୁ କୁହାଯାଇଛି। ବିଧାୟକ ଓ ସାଂସଦ ମାନେ ରାଜ୍ୟ, ଜିଲ୍ଲା, ସବଡିଭିଜନାଲ, ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କମିଟି ଓ ସଂଗଠନ ସହ ଜଡିତ ଥିଲେ ସେମାନଙ୍କ ମତାମତ, ପ୍ରସ୍ତାବ ଉପରେ ବିଚାର ବିମର୍ଶ ଓ କାର୍ଯ୍ୟନୁଷ୍ଠାନ ନେବା ନେଇ ବୁକ ସର୍କୁଲାର 47ରେ ଉଲ୍ଲେଖ ରହିଛି। ସେହିପରି ଯଦି ବିଧାୟକ ଓ ସାଂସଦ ରାଜ୍ୟ ଓ ରାଜ୍ୟ ବାହାରକୁ ଗସ୍ତ କରୁଛନ୍ତି ସେମାନଙ୍କ ରହିବା ନେଇ ସର୍କିଟ ହାଉସ, ଇନସପେକସନ୍ ବଙ୍ଗଳା ରିଜର୍ଭ ରଖିବା ନେଇ କଡାକଡି ନିୟମ ପାଳନ କରିବାକୁ ଉଲ୍ଲେଖ ରହିଛି।

ଭୁବନେଶ୍ବରରୁ ରୁଦ୍ରନାରାୟଣ ଦାସ, ବ୍ୟୁରୋ ଚିଫ୍, ଇଟିଭି ଭାରତ

Last Updated : May 2, 2022, 11:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.