ଭୁବନେଶ୍ବର: ଏକା ସାଙ୍ଗରେ 26,882ଜଣ ପିଲା ଦାନ୍ତ ଘଷି କଲେ ରେକର୍ଡ । ଯାହା ଏବେ ଗିନିଜ ବିଶ୍ବ ରେକର୍ଡରେ ସାମିଲ ହୋଇଛି। ଏହା ପୂର୍ବରୁ ଏହି ରେକର୍ଡ ଦିଲ୍ଲୀର ଦିଲ୍ଲୀ ପବ୍ଲିକ ସ୍କୁଲ ନାମରେ ଥିଲା । ଗତ 2016ମସିହାରେ ଏଥିରେ 16,441ଜଣ ପିଲା ଅଂଶଗ୍ରହଣ କରି ଏହି କିର୍ତ୍ତୀ ଅର୍ଜନ କରିଥିବା ବେଳେ 2019 ରେ ଏହାକୁ ଓଡ଼ିଶାର କିସ୍ ଅତିକ୍ରମ କରି ନିଜ ନାମରେ ନାମିତ କରିଛି।
ନଭେମ୍ବର 7 ତାରିଖକୁ ଆନ୍ତର୍ଜାତିକ ଟୁଥ ବ୍ରଶିଙ୍ଗ ଦିବସ ଭାବେ ପାଳନ କରାଯାଇଥାଏ । ଇଣ୍ଡିଆନ ଆସୋସିଏସନ ଅଫ ପବ୍ଲିକ ହେଲଥ ଡେଣ୍ଟିଷ୍ଟ୍ରି, କିସ ଓ କୋଲଗେଟ ପକ୍ଷରୁ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ କିସ ପରିସରରେ ଆୟୋଜିତ ହୋଇଛି। ଏହାର ମୁଖ୍ୟ ଉଦେଶ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଟୁଥ ବ୍ରସର ବ୍ୟବହାର କରାଇବା ସଙ୍ଗେ ସଙ୍ଗେ ଓରାଲ ସ୍ବାସ୍ଥ୍ୟ ସମ୍ପର୍କରେ ସମାଜକୁ ସଚେତନ କରିବା ବୋଲି ଇଣ୍ଡିଆନ ଡେଣ୍ଟିଷ୍ଟ ଆସୋସିଏସନର ସଚିବ ଡଃ ସବ୍ୟସାଚୀ ସାହା ପ୍ରକାଶ କରିଛନ୍ତି।
ଏହାର ବ୍ୟବହାର ସଠିକ ଭାବରେ କରାଯାଇ ପାରିଲେ ଦେଶରୁ 50 ରୁ 60 ଶତକଡା ମୁଖ ରୋଗ ଭଲ ହୋଇପାରିବ ବୋଲି ସେ କହିଛନ୍ତି। ସଂଗଠନର 25 ବର୍ଷ ପୂର୍ତ୍ତି ଅବସରରେ ଏହିଭଳି ପ୍ରୟାସ କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଏପରି ଆଗରୁ 3ଟି ରେକର୍ଡ କରି ସାରିଥିବ କିସ ଏହି ରେକର୍ଡ ନିଜ ନାମରେ କରିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ