ଭୁବନେଶ୍ବର: ପିଡିଏସ କିରୋସିନର କଳାବଜାରୀ । ଲିଟର ପିଛା ୫୦ ଟଙ୍କାରେ ବିକ୍ରି । ଏଭଳି ସାଙ୍ଘାତିକ ସୁରାକ ପାଇ ଏସଟିଏଫର ରେଡ ବେଳେ ଗିରଫ ହେଲା ବେପାରୀ । ତେବେ ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ସାମପୋଇ ଅଞ୍ଚଳରେ ଏଭଳି କଳାବଜାରୀର ସୁରାକ ପାଇଥିଲା ଏସଟିଏଫ ଟିମ । ଏପରିକି ବିଲରେ ପାଣି ଅଭାବରୁ ଚାଷ ଜମି ଜଳି ଯାଉଥିବାରୁ ପାଣିପମ୍ପରେ ଜମିକୁ ପାଣି ମଡାଇବାକୁ ଆବଶ୍ୟକ ହେଉଥିଲା କିରୋସିନ ।
![ପିଡିଏସ କିରୋସିନର କଳାବଜାରୀ, 50 ଲିଟର କିରୋସିନ ଜବତ](https://etvbharatimages.akamaized.net/etvbharat/prod-images/od-bbs-02-kerosine-smugling-avo-7203832_04082020200432_0408f_1596551672_1067.jpg)
![ପିଡିଏସ କିରୋସିନର କଳାବଜାରୀ, 50 ଲିଟର କିରୋସିନ ଜବତ](https://etvbharatimages.akamaized.net/etvbharat/prod-images/od-bbs-02-kerosine-smugling-avo-7203832_04082020200432_0408f_1596551672_653.jpg)
ଲୋକଙ୍କ ଚାହିଦା ଦେଖି ଲିଟର ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବାର ସୂଚନା ପାଇଥିଲା ଏସଟିଏଫ ଟିମ । ତେବେ ଏନେଇ ଏକ ଅପରେସନରେ ତେଲ କିଣିବା ବାହାନାରେ ପହଞ୍ଚିଥିଲା ଟିମ । ଏକକାଳୀନ ୫୦ ଲିଟର ଆବଶ୍ୟକ କହି କିରୋସିନ ମାଗିବା ପରେ ମାଡି ବସିଥିଲା ଟିମ । ତାପରେ ଭଣ୍ଡାରିପୋଖରୀର ରାମଚନ୍ଦ୍ରପୁରର ସଦାଶିବ ସାହୁକୁ ଗିରଫ କରାଯାଇଥିଲା । ବେପାରୀଠାରୁ ୫୦୫ ଲିଟର ପିଡିଏସ କିରୋସିନ ଜବତ ସହ EC Act ୧୯୫୫ରେ ଗିରଫ କରିଥିଲା ଟିମ ।
![ପିଡିଏସ କିରୋସିନର କଳାବଜାରୀ, 50 ଲିଟର କିରୋସିନ ଜବତ](https://etvbharatimages.akamaized.net/etvbharat/prod-images/od-bbs-02-kerosine-smugling-avo-7203832_04082020200432_0408f_1596551672_1094.jpg)
ତେବେ କେଉଁଠୁ ଏବଂ କିପରି ପିଡିଏସ କରୋସିନ ଆଣି ବିକ୍ରି କରୁଥିଲା, ଏହା ପଛର କେଉଁ ଡିଲର ବା ରାଜନେତାଙ୍କ ହାତ ଅଛି ସେ ନେଇ ପଚରାଉଚରା କରୁଛି ଟିମ । ଅଭିଯୁକ୍ତକୁ ରିମାଣ୍ଡରେ ନେଇ କିରୋସିନ କଳାବଜାରୀର ଖୁଲାସା କରିପାରେ ଏସଟିଏଫ ଟିମ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ