ETV Bharat / city

ରୋଗୀଙ୍କୁ ଅବହେଳା କରି କିମ୍ସ ଗଣିବ ଅଢେଇ ଲକ୍ଷ ତଣ୍ଡ - କିମ୍‌ସକୁ ଛାଟ

କିମ୍ସ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସାରେ ଅବେହେଳା ମାମଲା । ଆବେଦନକାରୀ ପକ୍ଷକୁ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବ ଅଧିକାର କମିଶନ ।

ଡିଜାଇନ ଫଟୋ
author img

By

Published : Sep 26, 2019, 5:40 PM IST

ଭୁବନେଶ୍ବର: କିମ୍ସ ହସ୍ପିଟାଲକୁ ନୋଟିସ୍ । ରୋଗୀଙ୍କୁ ଅବହେଳା ମାମଲାରେ କିମ୍ସ ହସ୍ପିଟାଲକୁ ନୋଟିସ୍‌ ପଠାଇଛନ୍ତି ରାଜ୍ୟ ମାନବ ଅଧିକାର କମିଶନ(ଓଏଚଆରସି) । ଆବଦେନକାରୀ ପକ୍ଷଙ୍କୁ ଅଢେଇ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କିମ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି । ଆସନ୍ତା 2 ମାସ ମଧ୍ୟରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷତିପୂରଣ ନଦେଲେ ହସ୍ପିଟାଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଡ଼ିଏମଇଟିକୁ ନିର୍ଦ୍ଦେଶ ଜାରି କରିଛନ୍ତି ଓଏଚଆରସି ।

kims
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାର ଶିବ ପ୍ରସାଦ ନନ୍ଦଙ୍କ ପତ୍ନୀ ଗତ ଫେବୃଆରୀ 9, 2017 ମସିହାରେ ଆଡମିଟ ହୋଇଥିଲେ କିମ୍ସରେ । ସେଠାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁଟିର ସ୍ବାସ୍ଥବସ୍ଥା ଗୁରୁତର ଅଛି କହି ଡାକ୍ତର ଜଗନ୍ନାଥ ମିଶ୍ର ଶିଶୁଟିକୁ ଆଇସିୟୁରେ ରଖିଥିଲେ । ଦୀର୍ଘ ୭୨ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ଘଟିଥିବା ଖବର ଦେବା ସହ ଚିକିତ୍ସା ବାବଦରେ ସମସ୍ତ ଅର୍ଥ ଡିପୋଜିଟ କରି ଶିଶୁକୁ ନେବାକୁ କହିଥିଲେ ଡାକ୍ତର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଶିଶୁଟି ଜନ୍ମ ସମୟରେ ହିଁ ମୃତ୍ୟୁ ଘଟିଥିବା ସନ୍ଦେହ କରି ଡାକ୍ତରଙ୍କ ନିକଟରେ ଅଭିଯୋଗ କରିଥିଲେ ଶିବପ୍ରସାଦ । ଏନେଇ ଡାକ୍ତର ଅଭିଯୋଗ ନ ଶୁଣିବାରୁ ରାଜ୍ୟ ମାନବଅଧିକାର ଆୟୋଗଙ୍କ ନିକଟରେ ସେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇ କିମ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଓଏଚଆରସି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କିମ୍ସ ହସ୍ପିଟାଲ କୁ ନୋଟିସ, ଚିକିତ୍ସା ରେ ଅବହେଳା ହେଲେ କ୍ଷତିପୂରଣ।

କିମସ ହସ୍ପିଟାଲ କୁ ନୋଟିସ। ହସ୍ପିଟାଲ ରେ ରୋଗୀଙ୍କ ଚିକିତ୍ସା ରେ ଅବହେଳା ହେଉଛି। ଅବହେଳିତ ହୋଇଥିବା ରୋଗୀଙ୍କୁ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ। ଦୁଇ ସପ୍ତାହ ମଧ୍ୟରେ କ୍ଷତିପୁରାଣ ଦେବାକୁ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦେଶ।

Body:

ଚିକିତ୍ସା ଅବହେଳାରେ ଶିଶୁର ମୃତ୍ୟୁ ନେଇ ଅଭିଯୋଗ ପରେ କିମ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। 2 ମାସ ମଧ୍ୟରେ ପିଡିତାଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କିମ୍ସ କୁ ନିର୍ଦେଶ ରହିଛି। କ୍ଷତିପୂରଣ ନ ଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଡ଼ି ଏମ ଇ ଟି କୁ ନିର୍ଦେଶ ଜାରି କରିଛି ରାଜ୍ୟ ମାନବାଧିକାର କମିଶନ।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ପୁରୀ ଜିଲ୍ଲାର ଶିବ ପ୍ରସାଦ ନନ୍ଦ ଙ୍କ ପତ୍ନୀ କିମ୍ସ ରେ ୦୯-୦୨-୨୦୧୭ ମସିହାରେ ଆଡମିଟ ହୋଇଥିଲେ। ଏବଂ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି କହି ଡ଼ଃ ଜଗନ୍ନାଥ ମିଶ୍ର ଶିଶୁ ଟିକୁ ଆଇସିୟୁ ରେ ରଖିଥିଲେ। ଦୀର୍ଘ ୭୨ ଘଣ୍ଟା ପରେ ଟେଲିଫୋନ ମାଧ୍ୟମରେ ପରିବାର ଲୋକଙ୍କୁ ଶିଶୁ ପୁତ୍ରଟି ମୃତ୍ୟୁ ହୋଇଥିବା ଜଣାଇଥିଲେ। ଏହା ବାଦ ସମସ୍ତ ଟଙ୍କା ଜମା କରି ଶିଶୁ ପୁତ୍ରଟିକୁ ନେବା ପାଇଁ କହିଥିଲେ ଡ଼ଃ ଜଗନ୍ନାଥ ମିଶ୍ର। ଶିଶୁ ପୁତ୍ରଟିକୁ ଅନୁଧ୍ୟାନରୁ ଜଣାପଡୁଥିଲା କି 40 ରୁ ଉର୍ଦ୍ଧ ଷ୍ଟିଜ ପଡିଥିଲା। ଯାହା ଜଣାପଡୁଥିଲା ଏହା ଜନ୍ମ ପରେ ମୃତ୍ୟୁ ହୋଇଛି। ଏନେଇ ହସ୍ପିଟାଲ ର କତ୍ତୃପକ୍ଷଙ୍କ ନିକଟରେ ଶିବ ପ୍ରସାଦ ନନ୍ଦ ଅଭିଯୋଗ କରିଥିଲେ। ଅଭିଯୋଗ ନ ଶୁଣିବାରୁ ଶିବ ପ୍ରସାଦ ନନ୍ଦ 20-03-2017 ମସିହାରେ ରାଜ୍ୟ ମାନବାଧିକାର ଆୟୋଗ ନିକଟରେ ଅଭିଯୋଗ କରିଥିଲେ। ଏହି ଗଜଟଣାକୁ ନେଇ ଗୁରିତର ଭାବରେ ନେଇଥିଲା ରାଜ୍ୟ ମାନବାଧିକାର ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.