ETV Bharat / city

ସାମ୍ନାକୁ ଆସିଲା ସାଂଘାତିକ ସତ, ଔଷଧ ନାଁରେ ବିଷ ଖାଉଛନ୍ତି କିଡନୀ ରୋଗୀ !

author img

By

Published : Sep 28, 2022, 2:17 PM IST

ରାଜ୍ୟ ସରକାର କିଡନୀ ଜନିତ ରୋଗୀଙ୍କୁ ନିଷିଦ୍ଧ ଔଷଧ ଯୋଗାଉଥିବା ଅଭିଯୋଗ କରି ଭୁବନେଶ୍ବର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଶହଶହ କିଡନୀ ରୋଗୀ ଏବଂ ସମ୍ପର୍କୀୟ । ଅଧିକ ପଢ଼ନ୍ତୁ

kidney patients protest against government in bhubaneswar allegation provide banned medicine
ଔଷଧ ନାଁରେ ବିଷ ଖାଉଛନ୍ତି କିଡନୀ ରୋଗୀ!

ଭୁବନେଶ୍ବର: ଔଷଧ ନା'ରେ ବିଷ ଖାଉଛନ୍ତି କିଡନୀ ରୋଗୀ । ସାମ୍ନାକୁ ଆସିଲା ସାଂଘାତିକ ସତ । ନିଷିଦ୍ଧ ଔଷଧକୁ ରାଜ୍ୟ ସରକାର କିଡନୀ ରୋଗୀଙ୍କୁ ମାଗଣାରେ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଆଜି ତଥ୍ୟ ସହ ପ୍ରମାଣ ଦେଇଛନ୍ତି କିଡନୀ ରୋଗୀ ଓ ତାଙ୍କ ପରିବାର । ଭୁବନେଶ୍ୱରର ଲୋୟର ପିଏମଜିରେ ଦୀର୍ଘ 72 ଦିନ ଧରି ନିଜର ନ୍ୟାୟ ପାଇଁ ଲଡେଇ କରି ଆସୁଥିବା କିଡ଼ିନୀ ରୋଗୀ ଓ ତାଙ୍କ ପରିବାର ଏବେ ସ୍ୱାସ୍ଥ୍ୟ ବିଭାଗ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଔଷଧ ନାଁରେ ବିଷ ଖାଉଛନ୍ତି କିଡନୀ ରୋଗୀ

ଏହା ମଧ୍ୟ ପଢ଼ନ୍ତୁ: ଫିଟୁଛି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ, ଅଡିଓ ସାର୍ବଜନୀନ କଲା BJP

2018 ମସିହା ଅଗଷ୍ଟ ମାସରେ RDTL( Regional drug testing lab Chandigarh)ରେ ଯେଉଁ ମେଡ଼ିସିନ ରିଜେକ୍ଟ ହୋଇଥିଲା ସେହି କମ୍ପାନୀର ମେଡ଼ିସିନକୁ କିଣି ରାଜ୍ୟ ସରକାର କିଡନୀ ରୋଗୀଙ୍କୁ ମାଗଣାରେ ଯୋଗାଇ ଦେଉଥିବା କିଡନୀ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ମୃତ୍ୟୁ ପାଇଁ ଔଷଧ ଦେଉଛନ୍ତି ସରକାର । କିଡ଼ନୀ ରୋଗୀଙ୍କୁ ଦିଆଯାଉଥିବା ମେଡିସିନକୁ ଚଣ୍ଡିଗଡ଼ ଲ୍ୟାପରେଟେଣ୍ଟ କରାଯାଇଛି । ସେଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଏହା ବ୍ଲାକ ଲିଷ୍ଟ ମେଡ଼ିସିନ ବା ରିଜେକ୍ଟ ମେଡ଼ିସିନ । ଏବଂ ଏହାକୁ ବ୍ୟାନ କରାଯାଇଛି ।"ଯାହା ଫଳରେ କିଡନୀ ରୋଗୀଙ୍କ ମୃତ୍ୟୁ ଘଟୁଥିବାର ଅଭିଯୋଗ ଆଣିଛନ୍ତି ଅନ୍ୟ କିଡନୀ ରୋଗୀ ଓ ତାଙ୍କ ସଂପର୍କୀୟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.