ଭୁବନେଶ୍ବର : ଜନ୍ମଦିନ ପାଳିବା ଆଳରେ ମହିଳାଙ୍କୁ ଅପହରଣ ପ୍ଲାନ। ଅଖାରେ ଅପହରଣ ଉଦ୍ୟମବେଳେ ଖସିଆସିଲେ ମହିଳା। ଅପହରଣକାରୀଙ୍କ ସହ ଧସ୍ତାଧସ୍ତି ପରେ ପୋଲିସର ନେଲେ ସାହାରା ।
ଫଳରେ ଅପହରଣକାରୀଙ୍କ ମରଣାନ୍ତକ ଆକ୍ରମଣରେ ଶିକାର ମହିଳାଙ୍କ ଅଭିଯୋଗ ପରେ ଅପହରଣକାରୀ ମଞ୍ଚେଶ୍ବର ଥାନାରେ ଅଟକ । ଏନେଇ ପୋଲିସ କହିଛି ଏହା ଭିତରେ ରହିଛି କିଛି ତ୍ରିକୋଣୀୟ ପ୍ରେମ ମାମଲା। ସୂଚନା ମୁତାବକ ସ୍ଥାନୀୟ ଏକ ମଲରେ ଥିବା ପିଜା ଦୋକାନରେ ଉକ୍ତ ମହିଳା ଜଣକ କାମ କରନ୍ତି। କିଛି ଦିନ ତଳେ ଭଦ୍ରକର ଜଣେ ଯୁବକ ସହ ଇନଷ୍ଟାରେ ଦେଖଚାହାଁ ହୋଇଥିଲା ।
ପରେ ପ୍ରେମରୁ ବଢିଥିଲା ସମ୍ପର୍କ ଆଉ କିଛି ଦିନ ପରେ ଦୁହେଁ କୋର୍ଟରେ କରିଥିଲେ ବିବାହ। ହେଲେ ମହିଳା ଜଣକ ଉକ୍ତ ମଲରେ କାମ କରୁଥିବାରୁ ଆଉ କେଉଁ ଯୁବକଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରୁଥିଲେ ଯୁବକ ଜଣକ । ଏନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଯାହାକୁ ନେଇ କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରେ ଏକ ଡିଭର୍ସ ପିଟିସନ ଫାଇଲ ହୋଇଥିଲା।
ଏନେଇ ଶୁକ୍ରବାର ମହିଳାଙ୍କର ଜନ୍ମଦିନ ଥିଲା । ଯାହାକୁ ନେଇ ଜନ୍ମଦିନ ପାଳିବାକୁ ଆସିଥିଲେ ବିବାହ କରିଥିବା ଯୁବକ। ଏନେଇ ମହିଳାଙ୍କ ସହ ଜନ୍ମଦିନ ପାଳନ ପରେ ପୂର୍ବରୁ ଯୋଜନା ମୁତାବକ ବିବାହ କରିଥିବା ଯୁବକ ସାଥିରେ ଦୁଇଟି ଅଖା ସହ କିଛି ସହଯୋଗୀଙ୍କ ଜରିଆରେ ଯୁବତୀକୁ ଅପହରଣ ପାଇ ଉଦ୍ୟମ କରିଥିଲେ ।
ହେଲେ ଏହି ସମୟରେ କୌଶଳ କ୍ରମେ ମହିଳା ଜଣକ ଖସିଯିବାକୁ ଉଦ୍ୟମ ବେଳେ ହାତାହାତି ସହ ଧସ୍ତାଧସ୍ତି ହୋଇଥିଲା। ଏପରିକି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ବେଳେ ଖସି ଆସି ମହିଳା ଥାନାରେ ସାହାର ନେଇଥିଲା। ଏନେଇ ସେହି ଅପହରଣକାରୀ ଯୁବକକୁ ଥାନାରେ ଅଟକ ରଖିଛି ପୋଲିସ। ଏକାକି ରହୁଥିବା ମହିଳାଙ୍କୁ ଆକ୍ରମଣ ଓ ଅପହରଣ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ଏ ମହିଳା ଜଣଙ୍କ ଯାଜପୁରର ହୋଇଥିବା ଜଣାପଡିଛି ।
ସେପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅପହରଣ ପାଇଁ ଏକ କାରରେ ଆସିଥିବା ୩-୪ ଯୁବକ ଗଲେ କୁଆଡେ, କାହିଁକି ପୋଲିସ ସେମାନଙ୍କୁ ସ୍କାନରକୁ ଆଣୁନାହିଁ, ତାହାକୁ ନେଇ ପୋଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର