ଭୁବନେଶ୍ବର: କୋରୋନା ମହାମାରୀ ସମୟରେ କୋଭିଡ ରୋଗୀଙ୍କ ସହାୟତା ପାଇଁ ହାତ ବଢାଇଲା ଖିମଜି ଫାଉଣ୍ଡେସନ। ଭୁବନେଶ୍ୱରରେ କୋଭିଡ କେୟାର ସେଣ୍ଟର ପାଇଁ ୬୦ଟି ବେଡ ଦାନ କଲା ଭୁବନେଶ୍ୱରର ଅଗ୍ରଣୀ ସୁନା ବ୍ୟବସାୟିକ ପ୍ରତିଷ୍ଠାନ ଖିମଜି ଫାଉଣ୍ଡେସନ ।
ସୂଚନାମୁତାବକ, ଏହି ୬୦ ଗୋଟି ବେଡ ସାଙ୍ଗକୁ ଶେଜ, ତକିଆ, ଏବଂ ସଂଲଗ୍ନ ଉପକରଣମାନ ଦେଇଛନ୍ତି । ଆଜି(ସୋମବାର) ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷରେ ବିଏମସି କମିଶନର ସଞ୍ଜୟ ସିଂହଙ୍କ ଉପସ୍ଥିତରେ ଆନୁଷ୍ଠାନିକ ଭାବେ ଏହି ବେଡ଼ ଗୁଡିକ ବିଏମସିକୁ ହସ୍ତାନ୍ତର କରିଛି ଖିମଜି ଫାଉଣ୍ଡେସନ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ