ଭୁବନେଶ୍ବର: ନିଲମ୍ବିତ ହେଲେ କୋରାପୁଟ ସବ-ଜେଲର ସାରଦା ପ୍ରସନ୍ନ ରାଉତ । ହାଇକୋର୍ଟ ବିଚାରପତି ଜେଲ ଭ୍ରମଣ ବେଳେ ଜାଣିବାକୁ ପାଇଥିଲେ ଯେ, ଜେଲରେ ଦିଆଯାଉଥିଲା ନିମ୍ନ ମାନର ଖାଦ୍ୟ ଓ ବିପର୍ଯ୍ୟସ୍ତ ଥିଲା ପରିମଳ ବ୍ୟବସ୍ଥା । ଯାହାକୁ ନେଇ କ୍ଷୁବ୍ଧ ଥିଲେ ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ । ଏନେଇ ବିଭାଗକୁ ଜଣାଇବା ପରେ ଆକ୍ସନ ନେଇଛି କଏଦୀ ଓ କାରାଗାର ବିଭାଗ । ଏନେଇ ସୂଚନା ଦେଇଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ।
ଏନେଇ କୋରାପୁଟ ଉପକାରାଗାରରୁ ଖଣ୍ଡପଡା କାରାଗାରକୁ ଟ୍ରାନସଫର ହୋଇଥିବା ସାରଦା ପ୍ରସନ୍ନ ରାଉତଙ୍କୁ ନିଲମ୍ବିତ କରାଯାଇଛି । କୋରାପୁଟ ସବ-ଜେଲରେ ଭ୍ରମଣ ବେଳେ କଏଦୀଙ୍କୁ ନିମ୍ନ ମାନର ଖାଦ୍ୟ ଓ ପରିମଳ ବ୍ୟବସ୍ଥାରେ ଠିକ ନଥିବା ଜାଣିବାକୁ ପାଇଥିଲେ । ସେଠାରେ ଦିଆଯାଉଥିବା ଖାଦ୍ୟ ଏପରି ଥିଲା ଯାହା ଖାଇବା ଅନୁକୂଳ ନଥିଲା । ଏନେଇ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ ବିଚାରପତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ