ETV Bharat / city

ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା, ଆସିଲେ ଅନନ୍ତ କେଶରୀ

author img

By

Published : Feb 8, 2022, 8:16 AM IST

Updated : Feb 8, 2022, 8:53 AM IST

କୋଭିଡ କଟକଣା ମଧ୍ୟ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । କଟକଣା ଯୋଗୁଁ ଏଥର ଆସିଛନ୍ତି କମ୍ ସଂଖ୍ୟକ ସାଧୁସନ୍ଥ । ଅଧିକ ପଢନ୍ତୁ

କଟକଣା ଭିତରେ ଆରମ୍ଭ ହେଲା ଖଣ୍ଡଗିରି ମେଳା
କଟକଣା ଭିତରେ ଆରମ୍ଭ ହେଲା ଖଣ୍ଡଗିରି ମେଳା

ଭୁବନେଶ୍ବର: ସୋମବାର ଠୁ ଆରମ୍ଭ ହୋଇଛି ଖଣ୍ଡଗିରି ମାଘ ସପ୍ତମୀ ମେଳା । କୋଭିଡ କଟକଣା ପାଇଁ ଚଳିତ ବର୍ଷ ବି ମେଳା ଫିକା ପଡ଼ିଛି । କେତେକ ମନ୍ଦିର ଭିତରେ ବିଧି ମୁତାବକ ନୀତିକାନ୍ତି ପାଳନ କରାଯାଇଛି । କଟକଣା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଏଥର କମ୍ ସଂଖ୍ୟକ ସାଧୁସନ୍ଥ ଏଠାକୁ ଆସିଛନ୍ତି । ଭକ୍ତଙ୍କ ପାଇଁ ମେଳା ବାରଣ ଥିବାବେଳେ କୌଣସି ପ୍ରକାର ଦୋକାନ ପତ୍ର ଖୋଲିବ ନାହିଁ । ଏହାସହ ଅପେରା ମଧ୍ୟ ବନ୍ଦ କରାଯାଇଛି ।

କଟକଣା ଭିତରେ ଆରମ୍ଭ ହେଲା ଖଣ୍ଡଗିରି ମେଳା
କଟକଣା ଭିତରେ ଆରମ୍ଭ ହେଲା ଖଣ୍ଡଗିରି ମେଳା

ମନ୍ଦିର ଭିତରେ ନୀତିକାନ୍ତି ପାଳନ ସହିତ ଖଣ୍ଡଗିରି ମାଘ ସପ୍ତମୀ ମେଳା ଅନୁଷ୍ଠିତ ହୋଇଛି । ସୋମବାର ସନ୍ଧ୍ୟାରୁ ପୂଜା ଆରମ୍ଭ ହୋଇଥିବା ବେଳେ ଜାଗମରା ଗାଁ ନାଗ ମଠରୁ ଅନନ୍ତ କେଶରୀଙ୍କ ବିମାନ ସୁସଜ୍ଜିତ ହୋଇ ଆସିଥିଲା । ଅଳ୍ପ କିଛି ଭକ୍ତଙ୍କୁ ନେଇ ଅନନ୍ତ କେଶରୀଙ୍କ ବିମାନ ଯାତ୍ରା ସମ୍ପନ୍ନ ହୋଇଥିଲା ଏବଂ ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମାଆ ବାରଭୁଜଙ୍କ ପୂଜା କରାଯାଇଥିଲା । ମା'ଙ୍କ ଆଳତି ସହ ଖଣ୍ଡ ଖିରି ଲାଗି ହୋଇଥିଲା । ବିଶ୍ୱାସ ରହିଛି ଏହି ଖିରି ଖାଇବା ଦ୍ୱାରା ରୋଗ ଭଲ ହେବା ସଙ୍ଗେ ସଙ୍ଗେ ପୁଣ୍ୟପ୍ରାପ୍ତି ହୋଇଥାଏ ।

ସବୁଠାରୁ ବଡ କଥା ହେଲା, ଏଠାରେ ବିଶ୍ବଶାନ୍ତି ପାଇଁ ହେଉଥିବା ହୋମ ଯଜ୍ଞରେ ମନସ୍କାମନା ପୂରଣ ଓ ଆଶୀର୍ବାଦ ଭିକ୍ଷା ପାଇଁ ଯେଉଁଠି ଶହ ଶହ ଭକ୍ତ ଓ ବାବାଙ୍କ ଆଗମନ ହୁଏ ଏବଂ ପୁରା ପରିବେଶ ମନ୍ତ୍ର ଧ୍ଵନିରେ ଗୁଞ୍ଜରିତ ହୁଏ, ଏଥର ଅଳ୍ପ ସଂଖ୍ୟକ ବାବାଙ୍କୁ ନେଇ ପୂଜାର୍ଚ୍ଚନା ହୋଇଛି । ଜନସମାଗାମ ଉପରେ ବାରଣ ଥିବାରୁ ଭକ୍ତ ନିରାଶ ହୋଇଛନ୍ତି । ମେଳାରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ବିଏମସିର ନିଦ୍ଦେର୍ଶ ଥିବା ବେଳେ ବିଭିନ୍ନ ରାଜ୍ୟରୁ ବାବାମାନେ ଆସି ପହଞ୍ଚିଛନ୍ତି । ଚଳିତ ବର୍ଷ ଖଣ୍ଡଗିରି ମୋଟ ୧୦୦ ଜଣ ବାବା ଆସିବେ । ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 8, 2022, 8:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.