ETV Bharat / city

ମହିଳାଙ୍କୁ ସ୍ବାଭିମାନ ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ ‘ଖଦି’

author img

By

Published : Oct 27, 2021, 8:42 AM IST

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ବାରା ଏକ ବୈଠକ ଭର୍ଚୁଆଲ ଜରିଆରେ ଅନୁଷ୍ଠିତ ହୋଇଛି । ଏଥିରେ ମହିଳାଙ୍କୁ ସମ୍ମାନର ସହିତ ଆତ୍ମନିର୍ଭର କରିବା ବିଷୟରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ବାରା ଏକ ବୈଠକ ଭର୍ଚୁଆଲ ଜରିଆରେ ଅନୁଷ୍ଠିତ ହୋଇଛି । ଏଥିରେ ମହିଳାଙ୍କୁ ସମ୍ମାନର ସହିତ ଆତ୍ମନିର୍ଭର କରିବା ବିଷୟରେ ଆଲୋଚନା ହୋଇଛି । ଗରିବ ମହିଳାମାନଙ୍କୁ ସେମାନଙ୍କ କାର୍ଯ୍ୟ ଅନୁସାରେ ଉପଯୁକ୍ତ ପ୍ରାପ୍ୟ ମିଳିପାରୁ ନାହିଁ । ବଡ଼ ବଡ଼ ଶିଳ୍ପାନୁଷ୍ଠାନଗୁଡିକ ଲାଭବାନ ଦେଉଛନ୍ତି କିନ୍ତୁ ରାଜ୍ୟ ଖଦି ଭବନରେ କାର୍ଯ୍ୟଶୈଳୀ ଅନ୍ତର୍ଗତ ଯେଉଁ ମହିଳାମାନେ ନିଜ ହାତରେ ସୂତା କାଟି ଲୁଗା ବୁଣୁଛନ୍ତି ସେମାନଙ୍କୁ ଯଥୋଚିତ ସମ୍ମାନ ମିଳି ନାହିଁ । ଆୟୋଜିତ ବୈଠକରେ ଯୋଗ ଦେଇ କହିଛନ୍ତି ଶିଳ୍ପ, MSME ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ।

ଖଦି ଭବନ ମହିଳାଙ୍କୁ ସ୍ବାବଲମ୍ବୀ, ସ୍ବାଭିମାନ ଓ ଆତ୍ମସମ୍ମାନ କ୍ଷେତ୍ରରେ କାର୍ଯ୍ୟ କରୁ । ଏହା ଏକ ବିଶ୍ବସ୍ତରୀୟ କେନ୍ଦ୍ରରେ ପରିଣତ ହେଉ । ପ୍ରସ୍ତାବିତ ଖଦି ଭବନ ରାଜ୍ୟର ଏକ ପ୍ରମୁଖ ଗ୍ରାମୀଣ କଳାକୌଶଳର ପେଣ୍ଠସ୍ଥଳ ଭାବରେ ପରିଗଣିତ ହେଉ । ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କୁଟୀରଶିଳ୍ପ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକୌଶଳ ତାଲିମ୍‌ ପ୍ରଦାନ କରାଯାଉ । ଏଥି ନିମନ୍ତେ ଏଠାରେ ବ୍ୟବସ୍ଥା ଉପଲବ୍ଧ କରାଯାଉ । ଏହା ସହ ଏହାକୁ ଏକ ଅନନ୍ୟ କେନ୍ଦ୍ର ଭାବରେ ଗଢ଼ି ତୋଳିବାକୁ ସେ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ।

ଏଥିସହିତ ଖଦି ଭବନ ମହାତ୍ମା ଗାନ୍ଧୀ ଦେଖାଇଥିବା ‘କୁଟି ଖାଅ, କାଟି ପିନ୍ଧ’ ନୀତିକୁ ସମାଜରେ ପ୍ରତିଫଳିତ କରୁ ବୋଲି ବୈଠକରେ ମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀ ପ୍ରଦର୍ଶିତ ନୀତି ଆଦର୍ଶରେ ବିଶ୍ବାସ କରନ୍ତି । ତେଣୁ ଗରିବ ମା’ ଭଉଣୀଙ୍କ ବିକାଶ ଆମର ମୂଳ ଉଦ୍ଦେଶ୍ୟ ହେବା ଆବଶ୍ୟକ । ଏହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚୁ । ମହିଳାଙ୍କ ବିକାଶ ହେଲେ ଆମର ବଜାର ଚାହିଦା ବୃଦ୍ଧି ପାଇବ । ତେବେ ଯାଇ ବିଶ୍ବସ୍ତରୀୟ ଖଦି ଭବନର ସ୍ବପ୍ନ ସାକାର ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ତତ୍‌ସହିତ ଆଦିବାସୀ ମହିଳାମାନଙ୍କୁ ମଧ୍ୟ ଏ କ୍ଷେତ୍ରରେ କେମିତି ସୁବିଧା ସୁଯୋଗ ମିଳିପାରିବ ଏମ୍‌ଏସ୍‌ଏମ୍‌ଇ ସହାୟତାରେ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଚେଷ୍ଟା ହେବା ଆବଶ୍ୟକ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ହଳଦୀ ଚାଷୀ, ଅଦା ଚାଷୀ, ତେନ୍ତୁଳି ସଂଗ୍ରହକାରୀଙ୍କୁ କେମିତି ବୈଷୟିକ ସହାୟତା ମିଳିପାରିବ ସେ ସମ୍ପର୍କରେ ଜିଲ୍ଲା ଶିଳ୍ପ ଅଧିକାରୀଙ୍କୁ ଅଧିକ ଯତ୍ନବାନ ହେବା ଉପରେ ଗୁରୁତ୍ବାରୋପ କରିଛନ୍ତି । ଶିଳ୍ପ କେନ୍ଦ୍ର ଅଧିକାରୀମାନେ ଅଧିକରୁ ଅଧିକ ଜନହିତୈଷୀ ହେବା ଆବଶ୍ୟକ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଭାବେ ଉପସ୍ଥିତ ଅଧିକାରୀଙ୍କୁ ମନ୍ତ୍ରୀ ଶିଳ୍ପ ଅନୁନ୍ନତ କଳାହାଣ୍ଡି ଜିଲ୍ଲାରେ ପ୍ରଥମେ ଏମ୍‌ଏସ୍‌ଏମ୍‌ଇ ତାର ବିକାଶ କାର୍ଯ୍ୟ ଆରମ୍ଭ କରିବାକୁ ମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି । ଏମ୍‌ଏସ୍‌ଏମ୍‌ଇ ବିଭାଗ ତା’ର ବିଭିନ୍ନ କାର୍ଯ୍ୟକ୍ରମରେ ସରଳ ଋଣ ବ୍ୟବସ୍ଥା, ସହଜ ବୈଷୟିକ ସହାୟତା ଯୋଗାଇ ଜିଲ୍ଲାର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକରେ ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍‌ ଆଲାମ୍‌, ଅତିରିକ୍ତ ସଚିବ ଉଦୟ ନାରାୟଣ ଦାସ ଓ ସମସ୍ତ ଜିଲ୍ଲାର ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.