ETV Bharat / city

ଆସନ୍ତା 19 ରୁ ରାଜଧାନୀରେ ଆରମ୍ଭ ହେବ ଖଦି ମେଳା

author img

By

Published : Feb 17, 2021, 7:08 PM IST

Updated : Feb 17, 2021, 7:45 PM IST

ଭୁବନେଶ୍ୱରରେ ଆରମ୍ଭ ହେବ ଖଦି ମେଳା । ଓଡ଼ିଶା ଖଦି ଓ ଗ୍ରାମ ଉଦ୍ୟୋଗ ବୋର୍ଡ଼ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଆସନ୍ତା 19 ରୁ ରାଜଧାନୀରେ ଆରମ୍ଭ ହେବ ଖଦି ମେଳା
ଆସନ୍ତା 19 ରୁ ରାଜଧାନୀରେ ଆରମ୍ଭ ହେବ ଖଦି ମେଳା

ଭୁବନେଶ୍ୱର: ରାଜଧାନୀରେ ହେବ ଖଦି ମେଳା । ଓଡ଼ିଶା ଖଦି ଓ ଗ୍ରାମ ଉଦ୍ୟୋଗ ବୋର୍ଡ଼ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଫେବୃଆରୀ ୧୯ ତାରିଖରୁ ୨୮ ପର୍ଯ୍ୟନ୍ତ ବୋର୍ଡ଼ର ୟୁନିଟ୍-୩ ଖାରବେଳ ନଗର ସ୍ଥିତ କାର୍ଯ୍ୟାଳୟ ପରିସରରେ ଏକ ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଆୟୋଜନ କରାଯିବ ।

ଏହି ଖଦି ମେଳାରେ ୬୦ ଟି ଷ୍ଟଲ ଖୋଲିବା ସହ ଭଳିକି ଭଳି ଖଦିରେ ପ୍ରସ୍ତୁତ ସାମଗ୍ରୀ ମିଳିବ । ତେବେ ଏହି ପ୍ରଦର୍ଶନୀକୁ ଶକ୍ତି, ଗୃହ, ଶିଳ୍ପ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ କରିବେ ବୋଲି ଜଣାପଡିଛି । ଗାଁ ଗହଳିର ଗରିବ ବୁଣାକାର ଓ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ ଯୋଜନା ଜରିଆରେ ସହାୟତା ପ୍ରାପ୍ତ ଓଡ଼ିଶା ତଥା ଅନ୍ୟ ରାଜ୍ୟର ହିତାଧିକାରୀମାନଙ୍କ ଦ୍ଵାରା ନିର୍ମିତ ସାମଗ୍ରୀ ପ୍ରଦର୍ଶିତ ହେବ । କାର୍ପାସ, ସିକ ଓ ମସ୍କ୍ରିନ୍ ଖଦି ପ୍ରସ୍ତୁତ ଶାଢ଼ୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର୍ଶକଙ୍କ ପାଇଁ ପ୍ରଦର୍ଶିତ ହେବ । ଏହା ସହିତ ଦର୍ଶକଙ୍କ ପାଇଁ ତରଖା, କୁମାର ଶିଳ୍ପ ଇତ୍ୟାଦିର ଜୀବନ୍ତ ପ୍ରଦର୍ଶନୀ କରାଯିବା ପାଇଁ ବୋର୍ଡ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ମନୋରଞ୍ଜନ ପାଇଁ ପ୍ରତ୍ୟେହ ସନ୍ଧ୍ୟାରେ, ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ ହୋଇଛି ।

ଭୁବନେଶ୍ୱରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

Last Updated : Feb 17, 2021, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.