ETV Bharat / city

‘ଖଦିର ପ୍ରଚାର ପ୍ରସାର ପାଇଁ ଆଗେଇ ଆସନ୍ତୁ ଲୋକେ’ - ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ

ପ୍ରଦର୍ଶନୀ ପଡିଆରେ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ଉଦଘାଟିତ । ଉଦଘାଟନ କଲେ ରାଜ୍ୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଅଧିକ ପଢ଼ନ୍ତୁ ।

ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା
author img

By

Published : Oct 20, 2019, 6:27 AM IST

ଭୁବନେଶ୍ବର: ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ହୋଇଛି ଜାତୀୟ ସ୍ତରୀୟ ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା। ଯାହାକୁ ଶନିବାର ରାଜ୍ୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି।

ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା

10 ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ବୁଣାକାର ଓ ସମବାୟ ସମିତି ମାନେ ଯୋଗ ଦେଇଛନ୍ତି। 60ଟି ଷ୍ଟଲ ଲାଗିଥିବା ଏହି ପ୍ରଦର୍ଶନୀରେ ସେମାନେ ସେମାନଙ୍କ ଉତ୍ପାଦର ପ୍ରଦର୍ଶନ ସହିତ ବିକ୍ରୟ କରିବାର ସୁବିଧା ରହିଥିବା କହିଛନ୍ତି ରାଜ୍ୟ ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ। ଏହି ଅବସରରେ ପାଇକରାୟ ଆଗାମୀ ଦିନରେ ଖଦି ବୋର୍ଡର କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହିତ ଯୁବଗୋଷ୍ଠୀଙ୍କୁ ଏହି ଧାରାରେ ଅନ୍ତର୍ଭୁକ୍ତ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା କହିଛନ୍ତି।

ତେବେ ଲୋକମାନେ ଖଦିକୁ ବସ୍ତ୍ର ନ ଭାବି ଏହାକୁ ଏକ ବିଚାର ଭାବି ଏହାର ବ୍ୟବହାର କଲେ ଏହାର ପ୍ରସାର ଦିଗରେ ସହାୟକ ହୋଇପାରବ ବୋଲି ସେ କହିଛନ୍ତି। ତେଣୁ ଏହି ପ୍ରଦର୍ଶନୀକୁ ଆସି ହାତ ପାହାନ୍ତାରେ ମିଳୁଥିବା ଖଦି ସାମଗ୍ରୀ କିଣିବା ସହିତ ବୁଣାକାର ଭାଇ ଓ ଭଉଣୀମାନଙ୍କ ଆର୍ଥିକ ବିକାଶ ଦିଗରେ ସହାୟକ ହେବାକୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି ସେ ।

ଶନିବାର ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ଖଦି ବୋର୍ଡର ସଚିବ ସରୋଜ କୁମାର ପଟେଲ, ଉପସଚିବ ରେଣୁପ୍ରଭା ନାୟକ ଓ ତ୍ରିଯୋଗୀ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ଖଦିର ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ ଏହି ପ୍ରଦର୍ଶନୀ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ସହ ଖଦି ଓ ହସ୍ତତନ୍ତର ସାମଗ୍ରୀ ପ୍ରସ୍ତୁତିର ଜୀବନ୍ତ ପ୍ରଦର୍ଶନର ବ୍ୟବସ୍ତା ହୋଇଥିବା ଜଣାପଡିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜନ କରାଯାଇଛି ଜାତୀୟ ସ୍ତରୀୟ ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା।ଯାହାକୁ ରାଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଛନ୍ତି।

Body:10 ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ରେ ଦେଶର ବିଭିନ୍ନ ପ୍ରାନ୍ତରୁ ବୁଣାକାର ଓ ସମବାୟ ସମିତିମାନେ ଯୋଗଦାନ କରିଛନ୍ତି।60 ଟି ଷ୍ଟଲ ଲାଗିଥିବା ଏହି ପ୍ରଦର୍ଶନୀ ରେ ସେମାନେ ସେମାନଙ୍କ ଉତ୍ପାଦ ର ପ୍ରଦର୍ଶନ ସହିତ ବିକ୍ରୟ କରିବାର ସୁବିଧା ରହିଥିବା କହିଛନ୍ତି ରାଜ୍ୟ ଖଦି ବୋର୍ଡ ର ସଭାପତି ସଂଗ୍ରାମ କେଶରୀ ପାଇକରାୟ।ଏହି ଅବସରରେ ଶ୍ରୀ ପାଇକରାୟ ଆଗାମୀ ଦିନରେ ଖଦି ବୋର୍ଡ ର କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବା ସହିତ ଯୁବଗୋଷ୍ଠୀଙ୍କୁ ଏହି ଧାରାରେ ଅନ୍ତର୍ଭୁକ୍ତ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବ କହିଛନ୍ତି।ତେବେ ଲୋକମାନେ ଖଦି କୁ ବସ୍ତ୍ର ନ ଭାବି ଏହାକୁ ଏକ ବିଚାର ଭାବି ଏହାର ବ୍ୟବହାର ନିଜ ଜୀବନରେ କଲେ ଏହାର ପ୍ରସାର ଦିଗରେ ସହାୟକ ହୋଇପାରବ ବୋଲି ସେ କହିଛନ୍ତି।ତେଣୁ ଏହି ପ୍ରଦର୍ଶନୀକୁ ଆସି ହାତ ପାହାନ୍ତାରେ ମିଳୁଥିବା ଖଦି ସାମଗ୍ରୀ କିଣିବା ସହିତ ବୁଣାକାର ଭାଇ ଓ ଭଉଣୀମାନଙ୍କ ଆର୍ଥିକ ବିକାଶ ଦିଗରେ ସହାୟକ ହେବାକୁ ସେ କହିଛନ୍ତି।
ଆଜିର ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ,ବୋର୍ଡ ର ସଚିବ ସରୋଜ କୁମାର ପଟେଲ,ଉପସଚିବ ରେଣୁପ୍ରଭା ନାୟକ ଓ ତ୍ରିଯୋଗୀ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ଖଡ଼ିର ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।
ସୂଚନାଯୋଗ୍ୟ ଏହି ପ୍ରଦର୍ଶନୀ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଅବସରରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ସହ ଖଦି ଓ ହସ୍ତତନ୍ତର ସାମଗ୍ରୀ ପ୍ରସ୍ତୁତିର ଜୀବନ୍ତ ପ୍ରଦର୍ଶନ ର ବ୍ୟବସ୍ତା ହୋଇଥିବା ଜଣାପଡିଛି।
ବାଇଟ-ସଂଗ୍ରାମ କେଶରୀ ପାଇକରାୟ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.