ETV Bharat / city

ପିଲାଙ୍କୁ HFMD ହେଲେ ଆଇସୋଲେସନରେ ରଖନ୍ତୁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : May 27, 2022, 5:20 PM IST

HFMD ଆତଙ୍କିତ ହେବା ଭଳି ରୋଗ ନୁହେଁ । ୯୯%ରୁ ଅଧିକ ଭଲ ହେଇଯାଆନ୍ତି । ଏଥିରେ ମୃତ୍ୟୁ ସଂଖ୍ୟା ବହୁତ କମ । ଏହା ସପ୍ତାହେ ଭିତରେ ଭଲ ହୋଇଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ପିଲାଙ୍କୁ HFMD ହେଲେ ଆଇସୋଲେସନରେ ରଖନ୍ତୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: HFMD ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ‘‘ଏହି ରୋଗକୁ ନେଇ ଆତଙ୍କିତ ହେବା ବାର କିଛି ନାହିଁ । ୯୯%ରୁ ଅଧିକ ଭଲ ହେଇଯାଆନ୍ତି । ଏଥିରେ ମୃତ୍ୟୁ ସଂଖ୍ୟା ବହୁତ କମ । ଏହା ସପ୍ତାହେ ଭିତରେ ଭଲ ହୋଇଯିବ । ତେବେ ଖରା ଦିନ ଯୋଗୁଁ ଛୋଟ ପିଲାଙ୍କ ପାଟିରେ ଘା ହେଲେ ଡିହାଇଡ୍ରେସନ ହୋଇପାରେ । ପିଲାଙ୍କୁ ଏହି ରୋଗ ହେଲେ ଆଇସୋଲେସନରେ ରଖନ୍ତୁ । ଯେଉଁ ଲକ୍ଷଣ ହେଉଛି ସେହି ମେଡ଼ିସିନ ଦିଅନ୍ତୁ।’’

ଟମାଟୋ ଫ୍ଲୁ ଏକ ଭୂତାଣୁଜନିତ ଓ ବାୟୁବାହିତ ସଂକ୍ରାମକ ରୋଗ । ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଦେଉଛି । ଏହି ରୋଗ ହେଲେ ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଭୀଷଣ ଜ୍ୱର ହେଉଛି । ଶିଶୁଙ୍କ ଠାରେ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା ଭୂତାଣୁଜନିତ ଓ ବାୟୁବାହିତ ସଂକ୍ରାମକ ରୋଗ ।

ଏହାର ଲକ୍ଷଣ ଗୁଡିକ ହେଉଛି :
୧. ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯିବା
୨. ପାଦ ତଳିପା, ଆଣ୍ଠୁ, ଛାତି ଓ ପିଠିରେ ମଧ୍ଯ ଫଳିଯିବା, ଗଳା ଦରଜ, ସର୍ଦ୍ଦି, କାଶ ଓ ନାକରୁ ପାଣି ବାହାରିବା ଭୀଷଣ ଜ୍ୱର ହେବା
୩. ଦେହ-ହାତ ଘୋଳାବିନ୍ଧା, କ୍ଳାନ୍ତ ଓ ଅବଶ ଲାଗିବା
୪. ‘ଟମାଟୋ ଫ୍ଲୁ’ ଛୋଟ ପିଲାଙ୍କୁ ହେଉଛି

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ମୁତାବକ, ଏହା ଏକ ସଂକ୍ରାମକ ହୋଇଥିବାରୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖନ୍ତୁ । ଏଥିରୁ ସୁସ୍ଥ ହେବା ପାଇଁ ଗୋଟିଏ ସପ୍ତାହ ଲାଗିପାରେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.