ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ଚିଠି । କ୍ଵାରେଣ୍ଟାଇନରେ ପ୍ରବାସୀ ଶ୍ରମିକ ମାନଙ୍କୁ ୭ ଦିନ ନୁହେଁ ୧୪ ଦିନ କରିବାକୁ ଚିଠିରେ ଦର୍ଶାଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ୭ଦିନ କ୍ଵାରେଣ୍ଟାଇନ୍ ରଖି ଯେଉଁ ମାନଙ୍କୁ ଛଡାଗଲା ସେମାନେ ପୁଣି କରୋନା ପଜେଟିଭ ବାହାରିଲା । ମୁଖ୍ୟମନ୍ତ୍ରୀଙ୍କୁ ଲେଖିବାର କାରଣ ୧୪ ଦିନ ରଖାଯାଇ ଟେଷ୍ଟିଂ ରିପୋର୍ଟ ଆସିବା ପରେ ଛଡାଯାଉ । ଗୋଷ୍ଠୀ ସଂକ୍ରମଣରୁ ରକ୍ଷା ହୋଇପାରିବ ବୋଲି କହିଛନ୍ତି ପ୍ରଦୀପ୍ତ ନାୟକ ।
ଏହାକୁ ବାଧ୍ୟ ବାଧକ କରାଯାଉ ବୋଲି ସେ କହିଛନ୍ତି । ଏହା ସହ ରାଜ୍ୟରେ ୧୧ ଟି ଜିଲ୍ଲାର ସଟଡାଉନ ପଦକ୍ଷେପକୁ ସେ ସମର୍ଥନ ଜଣାଇଛନ୍ତି । ଏହାକୁ ସମସ୍ତେ ପାଳନ କରିବା ପାଇଁ ମଧ୍ୟ ଅପିଲ କରିଛନ୍ତି ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ