ଭୁବନେଶ୍ବର: ଭୁବନେଶ୍ୱର AIIMS ପରିସର ପରିଦର୍ଶନ କରିଛି କାୟାକଳ୍ପ ଟିମ । ଏହି ଟିମ୍ ହସ୍ପିଟାଲର ରକ୍ଷଣାବେକ୍ଷଣ, ପରିମଳ ଏବଂ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସମର୍ଥନ ସେବା ଏବଂ ସ୍ୱଚ୍ଛତା ପ୍ରୋତ୍ସାହନ ପରି ଏକାଧିକ କ୍ଷେତ୍ରକୁ ଅନୁଧ୍ୟାନ ପରିସରକୁ ନେଇଛି ।

ଏହି ଟିମ ପ୍ରତିବର୍ଷ ହସ୍ପିଟାଲର ସ୍ୱଚ୍ଛତା ଓ ଅନ୍ୟ ଭିତ୍ତିଭୂମି ତଦାରଖ କରନ୍ତି । ସମସ୍ତ ମାପଦଣ୍ଡକୁ ନେଇ ପ୍ରଦର୍ଶନ ଆଧାରରେ ବର୍ଗ ଅନୁଯାୟୀ ପୁରସ୍କୃତ ମଧ୍ୟ କରାଯାଇଥାଏ । ପୁରସ୍କୃତ ଅର୍ଥରାଶିରୁ କିଛି ଟଙ୍କା ସଫେଇ କର୍ମଚାରୀଙ୍କୁ ପ୍ରଦାନ କରାଯିବା ସହ ଅବଶିଷ୍ଟ ଅର୍ଥରାଶିକୁ ହସ୍ପିଟାଲ ବିକାଶରେ ବିନିଯୋଗ କରାଯାଇଥାଏ ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ