ଭୁବନେଶ୍ବର: ସମ୍ବଲପୁର ଏସପି କନୱର ବିଶାଲ ସିଂଙ୍କୁ ସ୍ବତନ୍ତ୍ର ସମାନ । ମାଓ ଦମନ ନେଇ ମିଳିବ ସ୍ବତନ୍ତ୍ର ଅପରେସନ ସମ୍ମାନ । ବାହାଦୁରୀ ପାଇଁ ମିଳିବ ପୁରସ୍କାର । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ମିଳିଛି ଗ୍ରିନ ସିଗନାଲ ।
୨୦୧୯ ମେ ମାସରେ କୋରାପୁଟ ଏସପି ଥିବା ସମୟରେ ସ୍ବତନ୍ତ୍ର ଅପରେସନ ହୋଇଥିଲା । କନୱର ବିଶାଲ ସିଂ ନେତୃତ୍ବରେ ଅପରେସନରେ ୫ ମାଓବାଦୀ ନିହତ ହୋଇଥିଲେ । ଏଥିରେ ସାମିଲଥିଲେ ଦୁଇ ହାର୍ଡକୋର ମାଓବାଦୀ । ଏହାକୁ ନେଇ ପୂର୍ବତନ ଡିଜି ଆର.ପି ଶର୍ମା, ଏସପିଙ୍କୁ କୋରାପୁଟର ଅପରେସନ ପାଇଁ ବେଶ୍ ଧନ୍ଯବାଦ ଜଣାଥିଲେ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ସ୍ବତନ୍ତ୍ର ସମ୍ମାନ ପାଇଁ ସ୍ଥିର କରାଯାଇଥିଲା । ୨୦୧୦ ବ୍ଯାଚର ଅଫିସର କନୱର ବିଶାଲ ସିଂ। ଯେ କି ଏବେ ସମ୍ବଲପୁର ଏସି ଭାବେ ଦାୟିତ୍ବ ତୁଲାଉଛନ୍ତି ।
ଭୁବନେଶ୍ବରରୁ ଅଜିତ୍ ଦାସ, ଇଟିଭି ଭାରତ