ଭୁବନେଶ୍ବର: କନ୍ଧମାଳରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ କନ୍ଧସମାଲବାସୀଙ୍କ ଖୁସି କହିଲେ ନସରେ l କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନେତୃତ୍ବରେ ଶତାଧିକ କନ୍ଧମାଳବାସୀ ଏକ ଶୋଭାଯାତ୍ରାରେ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି l
କିଛିଦିନ ତଳେ ମୁଖ୍ୟ ଶାସନ ସଚିବ ‘5T’ ସଚିବ କନ୍ଧମାଳରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ସୁପାରିଶକୁ ଅନୁଧ୍ୟାନ କରିବା ପରେ କନ୍ଧମାଳଓ ପୋଡଶୀ ଜିଲ୍ଲାର ବୃହତର ସ୍ବାର୍ଥ ଦୃଷ୍ଟିରୁ କନ୍ଧମାଳରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାରେ ଖୁସୀ ବ୍ୟକ୍ତ କରିଛନ୍ତି କନ୍ଧମାଳବାସୀ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ