ଭୁବନେଶ୍ବର: ରାଜ୍ୟରେ ସାଧୁ, ସନ୍ଥ, ମଠ ମନ୍ଦିର କେହି ବି ସୁରକ୍ଷିତ ନୁହଁନ୍ତି । ରାଜ୍ୟ ସରକାର ସଂସ୍କୃତି ଓ ପରମ୍ପରାକୁ ବିଲୋପ କରିବାକୁ ବସିଛନ୍ତି । ଯେଉଁଥି ପାଇଁ ପୁରୀରେ ମଠକୁ ବେଆଇନ ଭାବେ ଉଚ୍ଛେଦ କରୁଛନ୍ତି।
ତେଣୁ ଆଗାମୀ ଦିନରେ ସମସ୍ତ ସାଧୁ, ସନ୍ଥ, ମୁନି ଋଷିଙ୍କୁ ନେଇ ଏକ ବିରାଟ ଧର୍ମ ଜାଗରଣ କରାଯିବ ବୋଲି କହିଛି କଳିଙ୍ଗ ସେନା । ଏହା ସହ ସେନା ଦାବି କରିଛି ରାଜ୍ୟ ସରକାର ସମସ୍ତ ମଠକୁ 5 ଏକର ଜମି ପ୍ରଦାନ କରନ୍ତୁ ବୋଲି ଦାବି କରିଛି କଳିଙ୍ଗ ସେନା।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ