ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରାରେ ସୀମା ଟପିଲା ଅଶ୍ଲିଳତା । ଆଉ ଏହାକୁ ନେଇ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ରାଜନୈତିକ ଦଳଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଖୁଲମଖୁଲା ଭାବେ ଅଙ୍ଗପ୍ରଦର୍ଶନ କରିବାକୁ ନେଇ କଳିଙ୍ଗ ସେନା ତୀବ୍ର ବିରୋଧ କରିଛି । ଆଉ ଅଶ୍ଳୀଳତାକୁ ଯାତ୍ରା ମାଲିକ ସମର୍ଥନ କରୁଥିବାର କଳିଙ୍ଗସେନା ପକ୍ଷରୁ ଅଭିଯୋଗ କରାଯାଇଛି ।
ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି କଳିଙ୍ଗ ସେନାର ସଦସ୍ୟ । ସେନା ପକ୍ଷରୁ କୁହାଯାଇଛି ଯେ ତୁରନ୍ତ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିବା ଅଭିନେତ୍ରୀ ଓ ଯାତ୍ରା ମାଲିକଙ୍କୁ ଗିରଫ କରାଯାଉ । ଅନ୍ୟପଟେ ଏନେଇ ଡିସିପିଙ୍କୁ ଭେଟି ଦାବି ପତ୍ର ଦେଇଛି ନାରୀ ସଚେତନତା ମଞ୍ଚ । ଅନ୍ୟପଟେ ଅଭିଯୋଗ ଆସିବା ପରେ ପୋଲିସ କମିଶନରଙ୍କ ନିର୍ଦେଶ କ୍ରମେ ଘଟଣା ଉପରେ ନଜର ରଖିବାକୁ ଖଣ୍ଡଗିରି ଥାନାକୁ ନିର୍ଦେଶ ଦିଆଯାଇଛି ।
ସେପଟେ ଡିସିପି କହିଛନ୍ତି ଯାତ୍ରା ପେଣ୍ଡାଲ ନିକଟରେ ବ୍ଯାପକ ଫୋର୍ସ ମୁତୟନ କରାଯିବ। ଅନେକ ଅଭିଯୋଗ ଆସିବା ପରେ ଏଭଳି ଅଶ୍ଳୀଳତାକୁ କୌଣସି ମତେ ପ୍ରଶୟ ଦିଆଯିବନି ।
ଭୁବନେଶ୍ୱରରୁ ତାପସ କୁମାର ପରିଡା, ଈଟିଭି ଭାରତ