ETV Bharat / city

ରାଜଧାନୀରେ ଚାଲିଛି କଳିଙ୍ଗ ହର୍ବାଲ ମେଳା, ମିଳୁଛି ବିଭିନ୍ନ ଜଙ୍ଗଲି ଜଡିବୁଟି

author img

By

Published : Mar 22, 2021, 1:13 PM IST

ଭୁବନେଶ୍ବରୟୁନିଟ-୩ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ୧୩ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା। ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ଆୟୋଜିତ ଏହି ହର୍ବାଲ ମେଳାକୁ ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ମିଳୁଛି ବିଭିନ୍ନ ଜଙ୍ଗଲି ଜଡିବୁଟି
ମିଳୁଛି ବିଭିନ୍ନ ଜଙ୍ଗଲି ଜଡିବୁଟି

ଭୁବନେଶ୍ବର: ସଂଧ୍ୟା ହେଲେ ଜମୁଛି ରାଜଧାନୀବାସୀଙ୍କ ଭିଡ । କାରଣ ରାଜଧାନୀରେ ଚାଲିଛି କଳିଙ୍ଗ ହର୍ବାଲ ମେଳା। ମିଳୁଛି ବିଭିନ୍ନ ଜଡିବୁଟି ଠାରୁ ଆରମ୍ଭ କରି ଔଷଧୀୟ ବୃକ୍ଷ।

ରାଜଧାନୀର ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ୧୩ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା। ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ଆୟୋଜିତ ଏହି ହର୍ବାଲ ମେଳାକୁ ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ମିଳୁଛି ବିଭିନ୍ନ ଜଙ୍ଗଲି ଜଡିବୁଟି
ମିଳୁଛି ବିଭିନ୍ନ ଜଙ୍ଗଲି ଜଡିବୁଟି

ଏହି ହର୍ବାଲ ମେଳାରେ ରାଜ୍ୟର କୋଣ ଅନୁକଣରୁ ପ୍ରାୟ ୧୪୦ଟି ଷ୍ଟଲ ପଡିଛି। ଯେଉଁଠି ଜଡିବୁଟି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଏବଂ ଅନ୍ୟାନ୍ୟ ଘରୋଇ ମସଲା ମିଳୁଥିବା ଦେଖିବାକୁ ମିଳିଛି। ତେବେ କୋରୋନା ଯୋଗୁଁ ଚଳିତବର୍ଷ ବ୍ୟବସାୟ ଉପରେ ପ୍ରଭାବ ପଡିଥିବା ମେଳାରେ ଷ୍ଟଲ ପକାଇଥିବା ଦୋକାନୀମାନେ କହିଛନ୍ତି।

ରାଜଧାନୀରେ ଚାଲିଛି କଳିଙ୍ଗ ହର୍ବାଲ ମେଳା

ସେହିପରି ରାଜଧାନୀର ଏହି ମେଳାରେ ପାହଡି ଇଲାକାର ଜଟିବୁଟି ମିଳୁଥିବାରୁ ସଂଧ୍ୟା ହେଲେ ରାଜଧାନୀବାସୀ ଏଠାକୁ ଭିଡ ଲଗାଉଛନ୍ତି। ସେହିପରି ଏହି ମେଳା ମାର୍ଚ୍ଚ ୨୨ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ସର୍ବସାଧାରଣଙ୍କ ପାଇଁ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍କୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.