ETV Bharat / city

କାଳିଆ କଣ୍ଟାରୁ ମୁକୁଳିବାକୁ ବିଜେଡିର ଜୋରଦାର ଉଦ୍ୟମ

author img

By

Published : Sep 20, 2019, 7:32 AM IST

କାଳିଆ ନେଇ ଆଉ ଥରେ ଦଳକୁ ଶାସନ କ୍ଷମତାରେ ବସାଇ ଦେଲା। ହେଲେ ସେହି କାଳିଆ ପୁଣି ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧା କାରଣ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କାଳିଆକୁ ନେଇ ରାଜନୀତି ଏବେ ସରଗରମ । କୃଷିମନ୍ତ୍ରୀ ଓ ବିଜେଡି ମୁଖପାତ୍ର ଦେଇଥିବା ତଥ୍ୟରେ ତାଳମେଳ ନାହିଁ । ଯେଉଁ କାଳିଆ ବିଜେଡିକୁ ନିର୍ବାଚନ ବୈତରଣୀ ପାର କରିଥିଲା ସେହି କାଳିଆ ଏବେ ସରକାର ଓ ବିଜେଡିର ତଣ୍ଟିରେ କଣ୍ଟା ହେଇ ଲାଗିଛି । ଦଳ ଏହି ପ୍ରସଙ୍ଗରୁ ଯେତେ ମୁକୁଳିବାକୁ ଚେଷ୍ଟା କରୁଛି ଆହୁରି ସେତେ ଛନ୍ଦି ହୋଇପଡୁଛି । ଯାହାକୁ ନେଇ ଏବେ ବିରୋଧୀ ଜୋରଦାର ହମଲା କରୁଛନ୍ତି ।

ବୁଧବାର ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ପରେ ଗୁରୁବାର ଅନ୍ୟତମ ମୁଖପାତ୍ର ଲେଲିନ ମହାନ୍ତି ଉଭୟ ଦଳ ଓ ସରକାରଙ୍କୁ ସୁରକ୍ଷା ଦେବାକୁ ଓକିଲାତି କରିଛନ୍ତି । କୃଷି ବିଭାଗର ବିଜ୍ଞପ୍ତିକୁ ଧରି ଭାବ ମୂର୍ତ୍ତି ସଜାଡିବାକୁ ଉଦ୍ୟମ କରିଛନ୍ତି । ଆଉ ମନ୍ତ୍ରୀ ଓ ପ୍ରତାପ ଦେବଙ୍କ ବକ୍ତବ୍ୟକୁ ଯଥା ସମ୍ଭବ ଏଡାଇ ଯାଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମାତ୍ର 40 ହଜାର ଅଯୋଗ୍ୟ ବୋଲି ଯୁକ୍ତି ବାଢିଛନ୍ତି । ଯାହା ମୋଟ କାଳିଆ ହିତାଧିକାରୀଙ୍କର 1 ପ୍ରତିଶତ। ଏହାକୁ ନେଇ ବିରୋଧୀ କାଳିଆ ଯୋଜନା ଓ ଟଙ୍କା ବଣ୍ଟନ ପ୍ରକ୍ରିୟାକୁ ସାର୍ବଜନୀନ କରାଯାଉ ଓ ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କାଳିଆ ଯୋଜନାକୁ ନେଇ ରାଜନୀତି ଜୋର। କୃଷି ମନ୍ତ୍ରୀ ଓ ବିଜେଡି ମୁଖପାତ୍ର ଦେଇଥିବା ଭିନ୍ନ ଭିନ୍ନ ତଥ୍ୟ ଏବେ ବିରୋଧୀ ଦଳକୁ ବେଶ ସୁହାଇଛି। ବିଜେପି ଓ କଂଗ୍ରେସ ଏନେଇ ସରକାର ଙ୍କୁ କାଠଗଡରେ ଛିଡା କରିଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀ କରି ସିଧା ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ମଧ୍ୟ ସମାନ ଆଭିମୁଖ୍ୟ ଆପଣାଇଛି। ପ୍ରସଙ୍ଗକୁ ନରି ବିଜେଡି ମୁକୁଳିବା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ବାହାରି ପାରୁନି। ବିରୋଧୀଙ୍କୁ ଚେଙ୍କ ଦେବାକୁ ଜଣଙ୍କ ପରେ ଜଣେ ନେତା ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେଉଛନ୍ତି। ନିଜ ଭାବମୂର୍ତି ବଞ୍ଚାଇବାକୁ ଦଳ ଯଥାସାଧ୍ୟ ଉଦ୍ୟମ କରୁଛି। ଏନେଇ ଆଜି ଦଳର ଆଉ ଜଣେ ମୁଖପାତ୍ର ଲେଲି ନ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ତେବେ କୃଷିମନ୍ତ୍ରୀ ଓ ମୁଖପାତ୍ର ଙ୍କ ତଥ୍ୟରେ ତାଳମେଳ ନରହିବା କଥାରୁ ଦୁରେଇ ଯାଇ ବିଭାଗ ତରଫରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ଉପରେ ଜୋର ଦେଇଛନ୍ତି। ଗତକାଲି ବିଭାଗ ତରଫରୁ ବିଜ୍ଞପ୍ତି ଜରିଆରେ ଦର୍ଶାଯାଇଥିଲା କି ଯୋଜନାରେ ମାତ୍ର 40 ହଜାର ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ଯାହାକି 1 ପ୍ରତିଶତରୁ କମ ବୋଲି ଉଲ୍ଲେଖ ରହିଥିଲା। ତେବେ ଏହି ତଥ୍ୟ ସାର୍ବଜନୀନ କରାଯାଉ ଓ ନିରପେକ୍ଷ ଏଜେନ୍ସି ଦ୍ୱାରା ଯାଂଚ କରିବାକୁ ବିରୋଧୀ ଦାବି କରିଥିଲେ। ଏଭଳି ସମୟରେ କୃଷିମନ୍ତ୍ରୀଙ୍କ ବେପରୁଆ ମନ୍ତବ୍ୟ ଦଳର ମଙ୍ଗୁଆଳ ସହ ସରକାର ଙ୍କୁ ଅଡୁଆ ଭିତରକୁ ଟାଣିଛି।

Body:ବାଇଟ ଲେଲିନ ମହାନ୍ତି, ବିଜେଡି ମୁଖପାତ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.