ଭୁବନେଶ୍ବର: କଳାକାର ଦିବସ ପାଳିଲା ଓଡ଼ିଆ କଳାକାର ସ୍ବର । ସରକାର ନହେଲେ ନାହିଁ କଳାକାର ଭାଇମାନଙ୍କୁ ସାହାଯ୍ୟ କରିବା ପାଇଁ ଏକଜୁଟ ହୋଇଛନ୍ତି କଳାକାର । ଏହାକୁ ନେଇ ନିଜର ସକ୍ଷମ ଅନୁସାରେ ଟେକନିସିଆନ ଓ କିଛି କଳାକାରକୁ ସହାୟତାର ହାତ ବଢ଼ାଇଛି ଓଡିଶା କଳାକାର ସ୍ବର । ଏଥିପାଇଁ ରକ୍ତଦାନ ଜୀବନ ଦାନ ଏହି ଉକ୍ତିକୁ ନେଇ ଓଡ଼ିଶାର ଚଳଚିତ୍ର ଓ ଧାରାବାହିକର ୪୦ରୁ ଅଧିକ ଅଭିନେତା ଅଭିନେତ୍ରୀ ଓ ଟେକନିସିଆନମାନେ ରକ୍ତଦାନ କରି ନୂଆ ଦିନଟିଏ ଆରମ୍ଭ କରିଛନ୍ତି।
ଆଉ ଏହି ଦିନଟିକୁ କଳାକାର ଦିବସ ରୂପେ ପାଳନ କରିବାର ଶପଥ ନେଇଛନ୍ତି । ଖାଲି ସେତିକି ନୁହେଁ ଏହି ଅବସରେ ଟେକନିସିଆନ ଓ କିଛି କଳାକାରଙ୍କୁ ଭବିଷ୍ୟତର ସୁରକ୍ଷା ପାଇଁ ବୀମା ପତ୍ର ମଧ୍ୟ ବଣ୍ଟନ କରାଯାଇଛି। କୋରୋନା ଭଳି ମହାମାରୀ ସମୟରେ ଜୀବିକା ହରାଇ ଯେଉଁ କଳାକାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସେମାନଙ୍କୁ ସଂଗଠନ ସହାୟତା କରିବା ସହ ଆଗକୁ ଓଡ଼ିଆ କଳାକାରଙ୍କ କୃତୀକୁ ଉଜ୍ଜିବିତ ରଖିବାର ପ୍ରୟାସ ଜାରି ରଖିବ । ଏହାସହ ଦୁର୍ଦ୍ଦିନରେ ଦିନ କାଟୁଥିବା କଳାକାରଙ୍କୁ ସାହାଯ୍ୟ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି କଳାକାର ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ