ETV Bharat / city

କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଳିଲା ବର୍ଷପୂର୍ତ୍ତି, କଭର ଉନ୍ମୋଚନ କଲେ ବାଚସ୍ପତି

ବିଧାନସଭାରୁ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଥମ ଦିନ କଭରକୁ ଉନ୍ମୋଚନ କଲେ ବାଚସ୍ପତି । ଅଧିକ ପଢନ୍ତୁ...

author img

By

Published : Sep 2, 2021, 9:04 AM IST

କଳାହାଣ୍ଡି ବିଶ୍ବବିଦ୍ୟାଳୟ ପ୍ରଥମ ବର୍ଷିକୀ କଭର ଉନ୍ମୋଚନ କଲେ ବାଚସ୍ପତି

ଭୁବନେଶ୍ବର: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପ୍ରଥମ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ବିଧାନସଭାରୁ ବାଚସ୍ପତି କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଥମ ଦିନ କଭରକୁ ଉନ୍ମୋଚନ କରିଛନ୍ତି । ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୁନାଗଡ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ସ୍ଥାପନା ଦିବସରେ କୁଳପତି ସଞ୍ଜୟ ଶତପଥୀ, ପ୍ରମୁଖ ଉଚ୍ଚଶିକ୍ଷା ସଚିବ ଉପସ୍ଥିତ ଥିଲେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜୁନାଗଡ ବିଧାୟକ ତଥା ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଦିବ୍ୟଶଙ୍କର କହିଛନ୍ତି ଯେ, କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଥମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାବାସୀଙ୍କ ପାଇଁ ଗର୍ବର ଦିନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ଦିବ୍ୟଶଙ୍କର । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପରୁ ଭବାନୀପାଟଣା ସରକାରୀ ସ୍ୱୟଂଶାସିତ କଲେଜକୁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ବୋଲି ଘୋଷଣା କରାଯାଇଥିଲା ।

ପ୍ରଗତି କଳାହାଣ୍ଡିରେ ନିଶ୍ଚିତ ରୂପେ କିଛି ପାଦ ଆଗକୁ ବଢିଛି । ଏହା ପୂର୍ବରୁ ସରକାରୀ ମେଡିକାଲ କଲେଜ, ସରକାରୀ ଇଞ୍ଜିନିୟରିଂ କଲେଜ, ସରକାରୀ ପଲିଟେକ୍ନିକ୍ କଲେଜ, ସରକାରୀ ନର୍ସିଂ କଲେଜ, ସରକାରୀ କୃଷି ମହାବିଦ୍ୟାଳୟ କଳାହାଣ୍ଡି ଜିଲ୍ଲାକୁ ମିଳିଛି ।

ଆଗାମୀ ଭବିଷ୍ୟତରେ କିଛି ସ୍ଥାନରେ ଆଇଟିଆଇ ନିର୍ମାଣ ହେବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଶିକ୍ଷା ହିଁ ମୂଳମନ୍ତ୍ର ଶିକ୍ଷିତ ସମାଜ ହିଁ ପ୍ରଗତିର ସମାଜ ଶିକ୍ଷା ମାଧ୍ୟମରେ ହିଁ ପ୍ରଗତି । କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆଗାମୀ ଭବିଷ୍ୟତରେ ଶିକ୍ଷା କ୍ଷେତ୍ରରେ ନିଶ୍ଚିତ ରୂପେ ଗୋଟେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.