ETV Bharat / city

ଜୁନାଗଡକୁ ଟ୍ରେନ ମିଳିବା ପରେ ଶ୍ରେୟ ପାଇଁ ଟଣାଓଟରା - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଲୋକଙ୍କ ପାଇଁ କାମ କରିଥିବା ନେତା ବିନା ଶ୍ରେୟ ବା ପ୍ରଶଂସାରେ ରହିବା ଅବସ୍ଥାରେ ନାହାନ୍ତି । ତେଣୁ ଶ୍ରେୟ ପାଇଁ ଚାଲିଛି ବାକଯୁଦ୍ଧ ।

ଫାଇଲ ଫଟୋ
author img

By

Published : Aug 20, 2019, 7:38 PM IST

ଭୁବନେଶ୍ବର: ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ଜୁନାଗଡକୁ ନୂଆ ଟ୍ରେନ ଘୋଷଣା କରିବା ପରେ ଏବେ ପ୍ରଶଂସା ପାଇଁ ଚାଲିଛି ଟ୍ବିଟର ୱାର । ଗତକାଲି ଏସଂର୍ପକରେ ଘୋଷଣା ହେବା ମାତ୍ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟକରି ରେଳମନ୍ତ୍ରୀଙ୍କୁ ଦାବି ପୂରଣ ପାଇଁ ଧନ୍ୟବାଦ ଜଣାଇଥିଲେ ।

PHOTO
ଫଟୋ ସୌଜନ୍ୟ: @dpradhanbjp

ଖାଲି ଏତିକି ନୁହେଁ ରେଳମନ୍ତ୍ରୀଙ୍କ ଚିଠିକୁ ମଧ୍ୟ ନିଜ ଆକାଉଣ୍ଟରେ ପ୍ରଦର୍ଶିତ କରିଥିଲେ । ଠିକ ଏହାର କିଛି ସମୟ ପରେ ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମଧ୍ୟ ଟ୍ବିଟ ଯୋଗେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଏହାସହ ମନ୍ତ୍ରୀ ହେବା ପରେ ଦିଲ୍ଲୀ ଗସ୍ତ ଅବସରରେ ରେଳମନ୍ତ୍ରୀଙ୍କୁ ଭେଟି ଦାବି ଦେଇଥିଲେ ବୋଲି କହିଛନ୍ତି ।

PHOTO
ଫଟୋ ସୌଜନ୍ୟ: @DSMishraKLD

ତେବେ ସେ ଯାହା ହେଉ ରେଳମନ୍ତ୍ରୀ ଦାବି ପୂରଣ କଲେ ଲୋକଙ୍କ ସେବା ପାଇଁ ନୂତନ ଟ୍ରେନ ଚଳାଚଳ କରିବ । ଶ୍ରେୟ ଯିଏ ନେଉଛି ନେଉ କିନ୍ତୁ ଲୋକଙ୍କ କାମ ହେଉ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଇଟିଭି ଭାରତ

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.