ETV Bharat / city

ଦେବସ୍ନାନ ପୂର୍ଣ୍ଣିମାରେ ଅଲୋଡ଼ା କାକଟପୁର ମଙ୍ଗଳା ପୀଠ ମହାପ୍ରଭୁ ! - କାକଟପୁର ମା ମଙ୍ଗଳା

ପବିତ୍ର ସ୍ନାନ ପୂର୍ଣ୍ଣିମାରେ କାକଟପୁର ମା' ମଙ୍ଗଳା ପୀଠରେ ମହାପ୍ରଭୁଙ୍କ ନୀତିରେ ବିଭ୍ରାନ୍ତି ଘଟିଥିବା ଅଭିଯୋଗ । ଅଧିକ ପଢନ୍ତୁ...

କାକଟପୁର ଦେବସ୍ନାନ ପୂର୍ଣ୍ଣିମାରେ ଅଲୋଡ଼ା ହୋଇଗଲେ କି ମହାପ୍ରଭୁ !

author img

By

Published : Jun 25, 2021, 1:21 PM IST

ଭୁବନେଶ୍ବର: ପଦାରେ ପଡିଲା କାକଟପୁର ମନ୍ଦିର ପ୍ରଶାସନର ପାରିବା ପଣିଆ l ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଘଟିଥିବା ଅଭିଯୋଗ ହୋଇଛି l ଜଗନ୍ନାଥଙ୍କ ଏନ୍ତୁଳି ଶାଳ କୁହାଯାଉଥିବା କାକଟପୁର ମଙ୍ଗଳା ପୀଠରେ 108 ସୁବାସିତ ଗରାରେ ପ୍ରଭୁଙ୍କ ସ୍ନାନ ପରେ ଅନ୍ୟ ନୀତିକାନ୍ତି ପାଇଁ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା କରାଯାଇନଥିଲା । ଫଳରେ ପ୍ରଭୁଙ୍କ ବେଶ ଯଥା, ମାଳା, ଦଳଭୂତ, ପାଳ ଭୂତ,ଘଣ୍ଟ, ବାଜା, ପାଟ ପଟୁଆରା ଫୁଲ ପଣା ଭୋଗ ନଥିବାରୁ ପ୍ରଭୁ ଅଣସର ଘରକୁ ବେଶଭୂଷା ହୋଇ ଯାଇ ପାରିନଥିବା ଅଭିଯୋଗ ହୋଇଛି l

କାକଟପୁର ଦେବସ୍ନାନ ପୂର୍ଣ୍ଣିମାରେ ଅଲୋଡ଼ା ହୋଇଗଲେ କି ମହାପ୍ରଭୁ !

ଏମିତି କି ପ୍ରାଚୀ ନଦୀର ଅବ୍ୟବସ୍ଥା ହେତୁ ଥାଳିରେ ଚାପ ଖେଳିଥିଲେ ପ୍ରଭୁ ଜଗନ୍ନାଥ l ଯାହାର ପ୍ରତିବାଦ କରି ମଙ୍ଗଳା ମନ୍ଦିର ସେବାୟତ ଗତକାଲି(ଗୁରୁବାର) ବିଳମ୍ବିତ ରାତି ୧ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ l ଏଥିସହ ମଙ୍ଗଳା ମନ୍ଦିରର କୋଟି କୋଟି ଟଙ୍କା ପ୍ରଶାସନ ଦ୍ୱାରା ଲୁଟ ହେଉଛି , ଯାହା ଫଳରେ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । କାକଟପୁର ମଙ୍ଗଳାଙ୍କ ନିକଟରୁ ଆଜ୍ଞାମାଳା ଗଲେ ପ୍ରଭୁ ଜଗନ୍ନାଥଙ୍କ ନବକଳବର ପାଇଁ ଦାରୁ ଖୋଜା ଆରମ୍ଭ ହୋଇଥାଏ । ପ୍ରଶାସନର ଏପରି ମନୋଭାବ ମନ୍ଦିରର ପ୍ରଶାସନ ସହ ଜଗନ୍ନାଥ ପ୍ରେମୀଙ୍କୁ ମଧ୍ୟ ଗଭୀର ଭାବରେ ଆଘାତ ଦେଇଛି l

୪ ଘଣ୍ଟା ଧରି ସେବାୟତମାନେ ଧାରଣାରେ ବସିବା ପରେ ପ୍ରଶାସନ ଅଧିକାରୀ କାକଟପୁର ତହସିଲଦାର ବିରଞ୍ଚି ନାରାୟଣ ବେହେରା ପହଞ୍ଚି ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ମା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଭାବେ କାକଟପୁର ତହସିଲଦାର ଥିଲାବେଳେ, ତହସିଲଦାର ଏ ବିଷୟରେ କିଛି ଜାଣିନାହାନ୍ତି ଓ ତାଙ୍କୁ କେହି ଏ ବିଷୟରେ ଅବଗତ କରାଇନାହାନ୍ତି ବୋଲି ସେବାୟତ କହିଛନ୍ତି । ପରେ ସେବାୟତମାନଙ୍କୁ ବୁଝାଇବା ସହିତ ପହଣ୍ଡି ଯାତ୍ରା ପାଇଁ ଆବଶ୍ୟକ ହେଉଥିବା ସଜବାଜ ସମସ୍ତ ସାମଗ୍ରୀର ବ୍ୟବସ୍ଥା କରିଥିଲେ । ପରେ ପ୍ରଭୁ ପହଣ୍ଡିଯାତ୍ରା କରି ଅଣସର ଘରକୁ ଯିବାସହ ଅସ୍ଥାୟୀ ଭାବେ ଆନ୍ଦୋଳନ ବନ୍ଦ ରହିଥିବା ସେବାୟତ କହିଛନ୍ତି l

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.