ଭୁବନେଶ୍ବର: ରବୀନ୍ଦ୍ର ମଣ୍ଡପରେ ୫ ଜଣ ବରପୁତ୍ରଙ୍କ କାହାଣୀକୁ ନେଇ ନାଟକ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଶେଷ ଦିନରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ନେଇ ଶାନ୍ତନୁ କୁମାର ରଥଙ୍କ ରଚିତ ଓ ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନାଟକ 'କବି ସମ୍ରାଟ' ମଞ୍ଚସ୍ଥ ହୋଇଥିଲା ।
ପୂର୍ବରୁ ସନ୍ଥକବି, ଉତ୍କଳ ଗୌରବ ମଧୁସୂଦନ ଦାସ, ଗଣକବି ବୈଷ୍ଣବ ପାଣି, ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ କାହାଣୀକୁ ନେଇ ଭିନ୍ନ ଭିନ୍ନ କଳାକାର ମାନଙ୍କ ଦ୍ବାରା ନାଟକ ପରିବେଷଣ ହୋଇଥିଲା । ଚତୁର୍ଥ ସନ୍ଧ୍ୟାରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ କାହାଣୀକୁ ନେଇ ନାଟକ 'କ୍ରାନ୍ତି ପୁରୁଷ' ପ୍ରଦର୍ଶିତ ହୋଇଥିଲା । ସମ୍ବଲପୁରର ଚୌହାନ ବଂଶର ରାଜା ବୀର ସୁରେନ୍ଦ୍ର ସାଏ ଇଂରେଜଙ୍କ ସହ ଲଢି ଯେଉଁ ବିରତ୍ବ ଦେଖାଇ ଥିଲେ ତାହା ନାଟକରେ ଚିତ୍ରିତ ହୋଇଥିଲା । ତେବେ ଏହି ପାଞ୍ଚ ଦିନ ଦର୍ଶକମାନେ ନାଟକ ମାଧ୍ୟମରେ ଆମ ମହାପୁରୁଷ ପୂର୍ବଜଙ୍କ ଜୀବନୀକୁ ଅନୁଭବ କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ