ETV Bharat / city

ଜଷ୍ଟିସ ବିଜୟ କ୍ରିଷ୍ଣା ପଟେଲ ହେଲେ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ - Justice Vijay Krishna

ଜଷ୍ଟିସ ବିଜୟ କ୍ରିଷ୍ଣା ପଟେଲଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।

ଜଷ୍ଟିସ ବିଜୟ କ୍ରିଷ୍ଣା ପଟେଲ ହେଲେ ମାନବାଧିକାର କମିଶନ ଅଧ୍ୟକ୍ଷ
ଜଷ୍ଟିସ ବିଜୟ କ୍ରିଷ୍ଣା ପଟେଲ
author img

By

Published : Nov 27, 2020, 8:05 PM IST

ଭୁବନେଶ୍ବର: ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟ କ୍ରିଷ୍ଣା ପଟେଲଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ (ଓଏଚଆରସି) ଭାବେ ନିଯୁକ୍ତି ମିଳିଛି । ଏନେଇ ଆଜି (ଶୁକ୍ରବାର) ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜଷ୍ଟିସ ବିଜୟ କ୍ରିଷ୍ଣା ପଟେଲ ହେଲେ ମାନବାଧିକାର କମିଶନ ଅଧ୍ୟକ୍ଷ
ଜଷ୍ଟିସ ବିଜୟ କ୍ରିଷ୍ଣା ପଟେଲ ହେଲେ ମାନବାଧିକାର କମିଶନ ଅଧ୍ୟକ୍ଷ

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ କମିଟି ଏହି ପଦ ପାଇଁ ଜଷ୍ଟିସ ପଟେଲଙ୍କ ନାମ ସୁପାରିଶ କରିଥିଲେ । ବିଚାରପତି ବିଜୟ କ୍ରିଷ୍ଣା ପଟେଲଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଅନୁମୋଦନ ଦେଇଛନ୍ତି ।

ବିଚାରପତି ବିଜୟ କ୍ରିଷ୍ଣା 2008 ରୁ 2015 ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ଜଷ୍ଟିସ୍ ବିପି ଦାସଙ୍କ ଅବସର ପରେ ଗତ ନଭେମ୍ବର 14 ତାରିଖରୁ OHRC ଅଧ୍ୟକ୍ଷ ପଦ ଖାଲି ପଡିଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.