ଭୁବନେଶ୍ବର: ଓଡିଶା ମାନବାଧିକାର କମିଶନର ଅଧ୍ୟକ୍ଷ ହେଲେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ । ସେ ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ।
ନିକଟରେ ଶ୍ରୀମନ୍ଦିର ସଂସ୍କାର କମିଶନର ଭାବେ ରାଜ୍ୟ ସରକାର ବିମଳ ପ୍ରସାଦ ଦାସଙ୍କୁ ନିଯୁକ୍ତି ଦେଇଥିଲେ । ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ଜଷ୍ଟିସ ଦାସଙ୍କ ନିଯୁକ୍ତିକୁ ରାଜ୍ୟପାଳ ଅନୁମୋଦନ କରିଛନ୍ତି ।
ସେହିପରି ଓଡିଶା ମାନବାଧିରକାର କମିଶନ ସଦସ୍ୟ ଭାବେ ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସଙ୍କୁ ନିଯୁକ୍ତି ମିଳିଛି । ତାଙ୍କ ନିଯୁକ୍ତିକୁ ମିଧ୍ୟ ରାଜ୍ୟପାଳ ଅନୁମୋଦନ କରିଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ଅଜୀତ ଦାଶ, ଇଟିଭି ଭାରତ