ETV Bharat / city

ଜଗନ୍ନାଥଙ୍କୁ ଲୁଟି ସରକାରୀ ବାବୁ ଗିରଫ - ବେଆଇନ ପଥର ଖଣି ମାମଲା

ଖଣି ମାଫିଆ ଲିଙ୍କରେ ସରକାରୀ କର୍ମଚାରୀ। ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ପଥର ଖଣି ମାମଲାରେ ଗିରଫ ହେଲେ ଜୁନିୟର କ୍ଲର୍କ ଜୟଦେବ ସାହୁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 20, 2019, 6:47 AM IST

ଭୁବନେଶ୍ବର: ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ ମାମଲା। ଖଣି ମାଫିଆ ଲିଙ୍କରେ ସରକାରୀ କର୍ମଚାରୀ। ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ପଥର ଖଣି ମାମଲାରେ ଗିରଫ ହେଲେ ଜୁନିୟର କ୍ଲର୍କ ଜୟଦେବ ସାହୁ । ଖୋର୍ଦ୍ଧା ପ୍ଲାନିଂ ବୋର୍ଡର ଜୁନିୟର କ୍ଲର୍କ ଜୟଦେବ ସାହୁଙ୍କ ଇସାରାରେ ଚାଲିଥିଲା ବେଆଇନ ପଥର ଖନନ। ଯାହାର ସୁରାକ ପାଇ ଖଣ୍ଡଗିରି ଜାଗମରା ଘରୁ ତାଙ୍କୁ ପ୍ଲଟ ନମ୍ବର ୭୪୦ରୁ ଗିରଫ କରିଛି ଏସଟିଏଫ ଟିମ ।

ତେବେ ଶୁକ୍ରବାର ପିପିଲିର ଖଣି ମାଫିଆ ଶେଖ ମହମ୍ମଦ ଅଖତର ଗିରଫ ପରେ ଖୋଲିଥିଲା ସରକାରୀ ଲିଙ୍କ । ଯେ କି ସରକାରଙ୍କ ନିର୍ଦ୍ଦେଶନାମା କହି ନୂତନ ଷ୍ଟ୍ରକଚର ନିର୍ମାଣ ଆଳରେ ଚଲାଇଥିଲେ ପଥର ଖଣି ଖନନ । ଏଥିପାଇଁ ସରକାରୀସ୍ତରରେ କୌଣସି ନିର୍ଦ୍ଦେଶନାମା କି କୌଣସି ଟେଣ୍ଡର ନ ହୋଇଥିଲେ ବି କ୍ଲର୍କ ବାବୁ ଜଣକ ଦେଉଥିଲେ ବେଆଇନ ପଥର ଖଣି ଖନନ ପାଇଁ ଅନୁମତି ।

ତେବେ ପୂର୍ବରୁ ସମ୍ପୃକ୍ତ କ୍ଲର୍କଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ । ଯେ କି ଭିଜିଲାନ୍ସ କେସରେ ଏବେ ବି ସ୍କାନରରେ ରହିଛି । ତେବେ କ୍ଲର୍କଙ୍କ ଗିରଫ ପରେ ଖୋଲିପାରେ ବଡ ବାବୁଙ୍କ ଖଣି ମାଫିଆ ଲିଙ୍କ୍ । ଯାହାକୁ ନେଇ ଖୋର୍ଦ୍ଧାର କିଛି ପଥର ଖଣିରେ କାମ କରୁଥିବା କର୍ମଚାରୀଙ୍କୁ ପଚରାଉଚରା ଜାରି ରଖିଛି ଏସଟିଏଫ ଟିମ । ତେବେ ଜୟଦେବ ସାହୁକୁ କେସ ନମ୍ବର ୦୭/୨୦୧୯ ଆଧାରରେ ଆଇପିସିର ଧାରା ୩୭୯, ୪୧୧, ୪୬୭, ୪୬୮, ୪୭୧,୧୨୦ବି, ୩୪, ଆର୍ମସ ଆକ୍ଟର ୨୫/୨୭ରେ ଏକ୍ସପ୍ଲୋସିଭ ଆକ୍ଟ ୩,୪,୫ ଓ ଓଏମଏମସି ୨୦୧୬ରେ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଜଗନ୍ନାଥଙ୍କୁ ଲୁଟୁଥିଲେ ଜୟଦେବ

ଖଣି ମାଫିଆ ଲିଙ୍କରେ ସରକାରୀ ବାବୁ ଗିରଫBody:

ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ ମାମଲା।ଖଣି ମାଫିଆ ଲିଙ୍କରେ ସରକାରୀ କର୍ମଚାରି।ଖୋର୍ଦା ତାପଙ୍ଗ ଅଂଚଳରେ ବେଆଇନ ପଥର ଖଣି ମାମଲାରେ ଗିରଫ ହେଲେ ଜୁନିୟର କ୍ଲର୍କ ଜୟଦେବ ସାହୁ।ଖୋର୍ଦା ପ୍ଲାନିଂ ବୋର୍ଡର ଜୁନିୟର କ୍ଲର୍କ ଜୟଦେବ ସାହୁଁକ ଇସାରାରେ ଚାଲିଥିଲା ବେଆଇନ ପଥର ଖନନ।ଯାହାର ସୁରାକ ପାଇ ତାଙ୍କ ନିଜ ଘରୁ ଖଣ୍ଡଗିରି ଜାଗମରା ପ୍ଲଟ ନମ୍ବର ୭୪୦ରୁ ଗିରଫ କରିଛି ଏସଟିଏଫ ଟିମ।ତେବେ ଗତ କାଲି ପିପିଲିର ସେଖ ମହମ୍ମଦ ଅଖତର ଖଣି ମାଫିଆ ଗିରଫ ପରେ ଖୋଲିଥିଲା ସରକାରି ଲିଂକ।ଯେକି ସରକାରଙ୍କ ନିର୍ଦେଶନାମା କହି ନୁତନ ଷ୍ଟ୍ରକର ନିର୍ମାଣ ଆଳରେ ଚଲାଇଥିଲେ ପଥରଖଣି।ଏଥିପାଇଁ ସରକାରି ସ୍ତରରେ କୌଣସି ନିର୍ଦଶନାମା କି କୌଣସି ଟେଣ୍ଡର ନ ହୋଇଥିଲେ ବି କ୍ଲର୍କ ବାବୁ ଜଣକ ଦେଉଥିଲେ ବେଆଇନ ପଥର ଖଣି ଖନନ ପାଇଁ ଅନୁମତି।ତେବେ ପୁର୍ବରୁ ସମ୍ପୃକ୍ତ କ୍ଲର୍କଂକୁ ଗିରଫ କରିଥିଲା ଭିଜିଲାନସ ଟିମ।ଯେକି ଭିଜିଲାନସ କେସରେ ଏବେ ବି ସ୍କନରରେ ରହିଛି।ତେବେ କ୍ଲର୍କଂକ ଗିରଫ ପରେ ଖୋଲିପାରେ ବଡ ବାବୁଂକ ଖଣି ମାଫିଆ ଲିଂକ।ଯାହାକୁ ନେଇ ଖୋର୍ଦାର କିଛି ପଥର ଖଣିରେ କାମ କରୁଥିବା କର୍ମଚାରିଙ୍କୁ ପଚରାଉଚରା ଜାରି ରଖିଛି ଏସଟିଏଫ ଟିମ।ତେବେ ଜୟଦେବ ସାହୁକୁ କେସ ନମ୍ବର ୦୭/୨୦୧୯ ଆଧାରରେ ଆପିସିର ଧାରା ୩୭୯,୪୧୧,୪୬୭,୪୬୮,୪୭୧,୧୨୦ବି,୩୪,ଆର୍ମସ ଆକ୍ଟର ୨୫/୨୭ରେ ଏକ୍ସପ୍ଲୋସିଭ ଆକ୍ଟ ୩,୪,୫,ଓ ଓଏମଏମସି ୨୦୧୬ରେ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.