ETV Bharat / city

ଜନ ଶୁଣାଣି ବିଫଳ ପରେ ଲୋକଙ୍କ ପାଇଁ କ୍ଷତିପୂରଣ ପ୍ୟାକେଜ ଘୋଷଣା କଲା JSW - ଢିଙ୍କିଆରେ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ ପାଇଁବଡ ଘୋଷଣା କଲେ କମ୍ପାନୀ

ଢିଙ୍କିଆରେ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ନେଇ ବାରମ୍ବାର ଜନଶୁଣାଣି କରି ବିଫଳ ହେବା ପରେ ଏବେ ଲୋକଙ୍କ ଆସ୍ଥା ଭାଜନ ସହ ନିଜ ଉଦ୍ଦେଶ୍ୟ ପୂରଣ ପାଇଁ ନୂଆ ଯୋଜନା କରିଛି JSW । କମ୍ପାନୀ ଏବେ ଲୋକଙ୍କ ପାଇଁ ଘୋଷଣା କଲା କ୍ଷତିପୂରଣ ପ୍ୟାକେଜ । ଅଧିକ ପଢନ୍ତୁ

ଜନ ଶୁଣାଣି ବିଫଳ ପରେ ଲୋକଙ୍କୁ ପ୍ରଲୋଭିତ କଲା JSW !

author img

By

Published : Dec 16, 2021, 7:30 PM IST

Updated : Dec 16, 2021, 10:10 PM IST

ଜଗତସିଂପୁର: ଢିଙ୍କିଆରେ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ନେଇ ବାରମ୍ବାର ଜନଶୁଣାଣି କରି ବିଫଳ ହେବା ପରେ ଏବେ ଲୋକଙ୍କ ଆସ୍ଥା ଭାଜନ ସହ ନିଜ ଉଦ୍ଦେଶ୍ୟ ପୂରଣ ପାଇଁ ନୂଆ ଯୋଜନା କରିଛି JSW (Jindal Still Plant) । କମ୍ପାନୀ ଏବେ ଲୋକଙ୍କୁ ପ୍ରଲୋଭିତ (JSW Declares Special compensation package) କରିବାକୁ ଉଦ୍ୟମ କରିଛି ।

ଜନ ଶୁଣାଣି ବିଫଳ ପରେ ଲୋକଙ୍କୁ ପ୍ରଲୋଭିତ କଲା JSW !

JSW ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପତି ଅନୁସାରେ କାରଖାନା ପାଇଁ ପ୍ରଭାବିତ/ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ପାଇଁ ନୂଆ ଆର୍ଥିକ ସହାୟତା ଘୋଷଣା କରିଛି । କମ୍ପାନୀ ରାଜ୍ୟ ସରକାରଙ୍କ ନୂତନ ବିସ୍ଥାପିତ ଓ ଥଇଥାନ ନୀତି 2006 ଅନୁସାରେ ଲୋକଙ୍କୁ ସହାୟତା କରିବାକୁ ଘୋଷଣା କରିଛି । ସେହି ଅନୁସାରେ ପାନ ବରଜ ଡିସିମିଲ ପିଛା 17 ହଜାର 500 ଟଙ୍କା ପ୍ରଦାନ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି । ଯେଉଁ ପାନ ଚାଷୀ ମାନେ 15 ଦିନ ମଧ୍ୟର ପାନ ବରଜ ଭାଙ୍ଗିବେ, ସେମାନଙ୍କୁ କମ୍ପାନୀ ନୂଆ ପାନ ବରଜ ପାଇଁ ବୋନସ ଆକରରେ 50 ହଜାର ଟଙ୍କା ପ୍ରଦାନ କରିବ । ସେହିପରି କ୍ଷତି ପୁରଣ ପାଇ ନଥିବା ପରିବାର ଙ୍କୁ 88 ହଜାର ଟଙ୍କା ର କ୍ଷତି ପୂରଣ ପ୍ରଦାନ କରିବ କମ୍ପାନୀ ।

ସେହିପରି ସ୍ବୀକୃତି ପ୍ରାପ୍ତ ଚିଙ୍ଗୁଡି ଘେରୀ ଏକର ପିଛା 2 ଲକ୍ଷ 5 ହଜାର ଟଙ୍କା ପ୍ରଦାନ କରାଯିବ । ଜଙ୍ଗଲ ରକ୍ଷଣା ବେକ୍ଷଣ କରୁଥିବା ବ୍ୟକ୍ତି ବିଶେଷଙ୍କ ପରିବାରଙ୍କୁ 50 ହଜାର ଟଙ୍କା ଦେବାକୁ କମ୍ପାନୀ ପ୍ରସ୍ତାବ ଦେଇଛି। ବିସ୍ଥାପିତ ହେବାକୁ ଥିବା ପରିବାରଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ କମ୍ପାନୀ। ତେବେ ସିଧା ସଳଖ ନିଯୁକ୍ତି ଦାବି କୁ କମ୍ପାନୀ ଏଡାଇ ଯାଇଛି। ଜମି ଅଧିଗ୍ରହଣ ହେଉଥିବା ପୋଲାଙ୍ଗ, ବାୟା ନାଳକନ୍ଧ, ଜଟାଧାର, ନୂଆଗାଁ, ଗୋବିନ୍ଦପୁର, ପାଟଣା, ଢିଙ୍କିଆ ଓ ମହାଳ ଗ୍ରାମରେ ବିସ୍ଥାପିତ ହେବାକୁ ଥିବା ଗ୍ରାମରେ ବସବାସ କରୁଥିବା ପରିବାରଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି JSW କହିଛି ।

ନିଯୁକ୍ତି କ୍ଷେତ୍ରରେ କମ୍ପାନୀ କହିଛି ପ୍ଲାଣ୍ଟ ପାଇଁ ବିସ୍ଥାପିତ ହେବାକୁ ଥିବା ଗ୍ରାମ ଗୁଡିକରେ ଥିବା ରାସନ କାର୍ଡଧାରୀ ପରିବାର ମାନଙ୍କୁ ପ୍ଲାଣ୍ଟ ସାଇଟରେ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ technical none technical ପୃଷ୍ଠଭୂମି ଥିବା ଯୁବକମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରିବ । ଏହାସହ କମ୍ପାନୀ କହିଛି ଆମେ ଅଧିଗ୍ରହଣ କରିବାକୁ ଥିବା ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଆମର ଗ୍ରୀନଫିଲ୍ଡ ପ୍ରୋଜେକ୍ଟ ସାଇଟରେ CSR କାର୍ଯ୍ୟକଳାପକୁ ବୃଦ୍ଧି କରିବୁ ବୋଲି କହିଛନ୍ତି JSW ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା କମ୍ପାନୀର ଓଡିଶା ମୁଖ୍ୟ ରଞ୍ଜନ ନାୟକ କହିଛନ୍ତି। ଏହାସହ କମ୍ପାନୀ କହିଛି ପ୍ରକଳ୍ପ ପାଇଁ ଗ୍ରାମ ଗୁଡିକର ଲୋକଙ୍କ ଜୀବିକାକୁ ପ୍ରାଥମିକତା କ୍ଷେତ୍ର ଭାବେ ଗ୍ରହଣ କରୁଛୁ । ସମସ୍ତ ସମସ୍ୟାର ସମାଧାନ ପାଇଁ ଏକ ଦୀର୍ଘମିଆଦି ରୋଡମ୍ୟାପ ପ୍ରସ୍ତୁତ କରୁଥିବା କମ୍ପାନୀ କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆଙ୍କ ସହ ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Dec 16, 2021, 10:10 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.