ETV Bharat / city

JP Nadda Odisha Visit: ଦଳୀୟ ବିଧାୟକ ଓ ସାଂସଦଙ୍କ ଦମ୍ଭୋକ୍ତି, ସରକାରକୁ ବଙ୍ଗୋପ ସାଗରରେ ଫିଙ୍ଗି ଦେବୁ

ରାଜଧାନୀରେ ବିଜେଡି ଓ ବିଜେପିର ପାଓ୍ବାର ସୋ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ବିଶାଳ ରୋଡ ସୋ । ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ଯାଏଁ ମୋଟର ସାଇକେଲ ଶୋଭାଯାତ୍ରା । ଜନତା ମଇଦାନରେ ପ୍ରାୟ 30 ହଜାର ବୁଥ ଶକ୍ତିକେନ୍ଦ୍ର ପ୍ରମୁଖଙ୍କୁ ନଡ୍ଡାଙ୍କ ସମ୍ବୋଧନ । ନବୀନ ପଟ୍ଟନାୟକଙ୍କ ସରକାରକୁ ବିଦାୟ ଦେବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇ ନିର୍ବାଚନର ବିଗୁଲ ଫୁଙ୍କିଛନ୍ତି ନଡ୍ଡା । ଯାହାକୁ ନେଇ ଖୁବ ଉତ୍ସାହିତ ଦଳୀୟ ବିଧାୟକ, ସାଂସଦ, ନେତା କର୍ମୀ । ଅଧିକ ପଢନ୍ତୁ

author img

By

Published : Sep 29, 2022, 7:49 PM IST

JP Nadda Odisha Visit
JP Nadda Odisha Visit

ଭୁବନେଶ୍ବର: ରାଜଧାନୀରେ ବିଜେଡି ଓ ବିଜେପିର ପାଓ୍ବାର ସୋ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ବିଶାଳ ରୋଡ ସୋ । ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ଯାଏଁ ମୋଟରସାଇକେଲ ଶୋଭାଯାତ୍ରା । ଜନତା ମଇଦାନରେ ପ୍ରାୟ 30 ହଜାର ବୁଥ ଶକ୍ତିକେନ୍ଦ୍ର ପ୍ରମୁଖଙ୍କୁ ନଡ୍ଡାଙ୍କ ସମ୍ବୋଧନ । ନବୀନ ପଟ୍ଟନାୟକଙ୍କ ସରକାରକୁ ବିଦାୟ ଦେବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇ ନିର୍ବାଚନର ବିଗୁଲ ଫୁଙ୍କିଛନ୍ତି ନଡ୍ଡା । ଯାହାକୁ ନେଇ ଖୁବ ଉତ୍ସାହିତ ଦଳୀୟ ବିଧାୟକ, ସାଂସଦ, ନେତା କର୍ମୀ ।

  • ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ@JPNaddaଜୀ ଆଜି ଭୁବନେଶ୍ଵରସ୍ଥିତ ଜନତା ମଇଦାନରେ ଆୟୋଜିତ "ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ"ରେ ଯୋଗ ଦେଇ ସମ୍ବୋଧିତ କରିଛନ୍ତି । pic.twitter.com/UyzD6LxGgJ

    — BJP Odisha (@BJP4Odisha) September 29, 2022 " class="align-text-top noRightClick twitterSection" data=" ">

ନଡ୍ଡାଙ୍କ ଗସ୍ତ ଅବସରରେ ବରଗଡ ସାଂସଦ ସୁରେଶ ପୂଜାରୀ କହିଛନ୍ତି 1997- 98ରେ ଅଟଳ ବିହାରୀ ବାଜପେୟୀ ଭୁବନେଶ୍ୱରରେ ସାଧାରଣ ସଭା କରିଥିଲେ । 25 ବର୍ଷ ପୂର୍ବରୁ ପରିବର୍ତ୍ତନର ମୁଡ ଦେଖିବାକୁ ମିଳିଥିଲା । ଏବେ ପୁଣି ଓଡିଶାବାସୀଙ୍କ ଠାରେ ପରିବର୍ତ୍ତନର ମୁଡ ଦେଖିବାକୁ ମିଳୁଛି । ପରିବର୍ତ୍ତନର ପଦଧ୍ଵନୀ ଶୁଭିଲାଣି । ଯେଉଁ ସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି ବିକାଶ ଏବଂ ପରିବର୍ତ୍ତନର ଧାରା ଦେଖିବାକୁ ମିଳୁଛି । ଲୋକସଭାରେ ପ୍ରତିଫଳନ ହେଉଛି । କିନ୍ତୁ ଓଡିଶାରେ ବିକାଶ ପଛେଇଛି । ଓଡ଼ିଶାରେ ପରିବର୍ତ୍ତନ ଓ ବିକାଶର ଆବଶ୍ୟକତା ଅଛି । ଯେଉଁମାନେ ଶାସନରେ ଅଛନ୍ତି ସେମାନଙ୍କର ଇଚ୍ଛା ଶକ୍ତି ନାହିଁ କି ସାମର୍ଥ୍ୟ ନାହିଁ । ଜେପି ନଡ୍ଡା ଆସିଛନ୍ତି ବିଜୟର ମନ୍ତ୍ର ଦେବେ । ଆଗାମୀ ନିର୍ବାଚନରେ ବିଜେପି ଯଶସ୍ୱୀ ହେବ । ବିଜେପି ସରକାର ଗଠନ ପାଇଁ ସଂକଳ୍ପ ନେବାକୁ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍ତି ।

ଏହାବି ପଢନ୍ତୁ- ନଡ୍ଡାଙ୍କ ୨ଦିନିଆ ଓଡିଶା ଗସ୍ତ, ଦଳୀୟ କାର୍ଯ୍ୟାଳୟରେ ଉତ୍ସବର ମାହୋଲ

ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଶାସକ ଦଳକୁ ଟାର୍ଗେଟ କରି କହିଛନ୍ତି ବିଜେଡିକୁ ଏତେ ଭୟ କାହିଁକି ? 20 ବର୍ଷ ରୁ ଅଧିକ ସମୟ ଧରି ଶାସନ କରୁଛି ବିଜେଡ଼ି । ବିଜେପି ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସମ୍ମିଳନୀ କରୁଥିବା ବେଳେ ବିଜେଡ଼ି ଆଜି ଦିନରେ କାହିଁକି କଲା । ଏତେ ଭୟ କାହିଁକି ? ଆଜି ଦିନ ହିଁ ମିଳିଲା କାହିଁକି ? ବିଜେଡିକୁ କଟାକ୍ଷ କରି କହିଛନ୍ତି ବରମୁଣ୍ଡା ପଡିଆରେ ଥିବା ବିଜେଡ଼ି କର୍ମକର୍ତ୍ତା ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ପାରିନାହାନ୍ତି । ଭିସି ମାଧ୍ୟମରେ ତାଙ୍କ ବାର୍ତ୍ତା ଶୁଣୁଛନ୍ତି । କିନ୍ତୁ ଆମେ ଆମ ଅଧ୍ୟକ୍ଷଙ୍କୁ ସିଧାସଳଖ ଦେଖିବୁ ଓ ଶୁଣିବୁ । ଆମକୁ ଏମିତି ସରକାର ଦରକାର ଯାହାର ମୁଖିଆ କାର୍ଯ୍ୟକର୍ତ୍ତାଙ୍କ ସହ ଭିସିରେ ନୁହେଁ ସିଧାସଳଖ ଆସି କଥା ହେବେ । ଦେଢ଼ ବର୍ଷର ସମୟ ଅଛି । ନିଜ ନିଜ କ୍ଷେତ୍ରରେ କାମ ଆରମ୍ଭ କରନ୍ତୁ । ସମସ୍ତେ ଏକ ହେବା, ନବୀନ ପଟ୍ଟନାୟକଙ୍କୁ ବଙ୍ଗୋପସାଗରକୁ ଫିଙ୍ଗି ଦେବା ବୋଲି ଅପରାଜିତ କହିଛନ୍ତି ।

ଏହାବି ପଢନ୍ତୁ-

ଅନ୍ୟପଟେ ବିଜେପିର ଫାୟାରବ୍ରାଣ୍ଡ କଠୋର ନେତା ତଥା ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "22 ବର୍ଷରେ ସିଏ ଓଡିଶା ପାଇଁ କିଛି କରି ନାହାନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାର ସାଧକ ନୁହଁନ୍ତି, ଓଡିଶା ପାଇଁ ବାଧକ । ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର ଓ ନାରୀ ନିର୍ଯାତନାରେ ଓଡିଶା ଏକ ନମ୍ବର । ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ନମ୍ବର । ଏହି ଏକ ନମ୍ବର ପୁରସ୍କାର କେମିତି ପାଉଛନ୍ତି ରାଜ୍ୟବାସୀ ଜାଣିଛନ୍ତି । ସମସ୍ତେ ଏକ ହୁଅନ୍ତୁ, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ବଙ୍ଗୋପସାଗରରେ ଫିଙ୍ଗି ଦେବା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.