ETV Bharat / city

ସ୍ପଷ୍ଟ ହେଉନି ସରକାରଙ୍କ ଆଭିମୁଖ୍ୟ, ଦୁର୍ଦ୍ଦିନରେ ଯାତ୍ରା କଳାକାର - ଦୁର୍ଦ୍ଦିନରେ ଯାତ୍ରା କଳାକାର

କମିଛି କୋରୋନା କୋପ । ଚଳଚଞ୍ଚଳ ବଜାର । ଦୀର୍ଘ 4 ମାସ ହେଲାଣି ମଞ୍ଚରେ ଅଭ୍ୟାସ ଜାରି ରଖିଛନ୍ତି କଳାକାର । ଦୁଲୁକୁଛି ମଞ୍ଚ ମାତ୍ର ସରକାର ସ୍ପଷ୍ଟ କରୁ ନାହାଁନ୍ତି ଆଭିମୁଖ୍ୟ । ଅଧିକ ପଢନ୍ତୁ...

ସ୍ପଷ୍ଟ ହେଉନି ସରକାରଙ୍କ ଆଭିମୁଖ୍ୟ, ଦୁର୍ଦ୍ଦିନରେ ଯାତ୍ରା କଳାକାର

author img

By

Published : Feb 15, 2021, 1:21 PM IST

ଭୁବନେଶ୍ବର: କମିଛି କୋରୋନା କୋପ । ଚଳଚଞ୍ଚଳ ବଜାର । ଦୀର୍ଘ 4 ମାସ ହେଲାଣି ମଞ୍ଚରେ ଅଭ୍ୟାସ ଜାରି ରଖିଛନ୍ତି କଳାକାର । ଦୁଲୁକୁଛି ମଞ୍ଚ ମାତ୍ର ସରକାର ସ୍ପଷ୍ଟ କରୁ ନାହାଁନ୍ତି ଆଭିମୁଖ୍ୟ । ଫଳରେ ଜୀବନ ଜୀବିକା ଚିନ୍ତାରେ ଯାତ୍ରା କଳାକାର । ଦର୍ଶକଙ୍କୁ ନୂଆ କିଛି ଭେଟି ଦେବାକୁ ଅପେକ୍ଷା କରିଥିବା ଯାତ୍ରା ଜଗତ, ସରକାରଙ୍କ ପାଇଁ ହାତ ବାନ୍ଧି ବସିଛି ।

ସ୍ପଷ୍ଟ ହେଉନି ସରକାରଙ୍କ ଆଭିମୁଖ୍ୟ, ଦୁର୍ଦ୍ଦିନରେ ଯାତ୍ରା କଳାକାର
10 ମାସରୁ ଉର୍ଦ୍ଧ୍ବ ହେବ ବନ୍ଦ ଖାଲି ପଡିଛି ମଞ୍ଚ । ଯାତ୍ରାକୁ ନିଜ ଜୀବିକା କରିଥିବା ପ୍ରାୟ 50 ହଜାର କଳାକାର ଏବେ ନିରୁପାୟ। ଲକଡାଉନ୍ ସମୟରେ ଯାତ୍ରା କଳାକାରଙ୍କୁ କେତେବେଳେ ଚା ବେପାରୀ ଭାବେ ଦେଖିବାକୁ ମିଳୁଥିଲା ତ କିଏ ପରିବା ବିକୁଥିଲା । ଯାତ୍ରାକୁ ଭଲ ପାଉଥିବା ମଣିଷଟି ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ, ଯାହାଫଳରେ ଜଲିଉଡ୍ ହରାଉଛି ତାର ଅସ୍ତିତ୍ବ । ସ୍କୁଲ-ସିନେମା ହଲ ଠାରୁ ଆରମ୍ଭ କରି ସମସ୍ତ ଅନୁଷ୍ଠାନ ଖୋଲାଯାଇଥିଲେ ବି ଏଯାଏଁ ଯାତ୍ରାଜଗତକୁ ମିଳି ପାରିନି ଅନୁମତି । ଏହାସହ ସରକାର ମଧ୍ୟ ଏନେଇ କୌଣସି ତତ୍ପରତା ପ୍ରକାଶ କରୁ ନାହାଁନ୍ତି ।‘ଆମକୁ ଆମ ମଞ୍ଚ ଫେରେଇ ଦିଅ’ ନଚେତ୍ ଆଗାମୀ ଦିନରେ ଆଉ ମଞ୍ଚରେ ନୁହେଁ ବରଂ ରାଜରାସ୍ତାରେ ଗର୍ଜିବୁ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି କଳାକାର । କଳା କେବେଳ ମନୋରଞ୍ଜନ ପାଇଁ ନୁହେଁ ବରଂ ରାଜ୍ୟର ଅର୍ଥନୀତିରେ ପ୍ରଭାବ ପକାଇଥାଏ ତେଣୁ ଖୁବ୍ ଶୀଘ୍ର ମଞ୍ଚ ଖୋଲି ସେମାନଙ୍କୁ ସେମାନଙ୍କ ଅଧିକାର ଦିଆଯିବ ବୋଲି ଆମର ଆଶା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.