ETV Bharat / city

ନବୀନ-ଜଗନ ଆଲୋଚନା ସଫଳ, ଖୁବଶୀଘ୍ର ସୀମା ସମସ୍ୟାର ହେବ ସମାଧାନ

ଆଜି ଓଡିଶା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ସଫଳ ରହିଛି । ଉଭୟ ରାଜ୍ୟ ମିଳିତ ପ୍ରେସ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Joint statement of Naveen Pattnaik and jagan mohan ready meeting
ନବୀନ ଜଗନ ଆଲୋଚନା, ଜାରୀ କଲେ ମିଳିତ ପ୍ରେସ ବିବୃତି
author img

By

Published : Nov 9, 2021, 7:02 PM IST

Updated : Nov 9, 2021, 9:36 PM IST

ଭୁବନେଶ୍ବର: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟରେ ଆଜି ଦ୍ବିପାକ୍ଷିକ ଆଲୋଚନା ହୋଇଛି । ୨ ରାଜ୍ୟ ମଧ୍ୟରେ ଥିବା ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଲୋକସେବା ଭବନରେ ଉଭୟ ରାଜ୍ୟର ଶୀର୍ଷ ନେତାଙ୍କ ଆଲୋଚନା ପରେ ମିଳିତ ପ୍ରେସ୍ ବିବୃତ୍ତି ଜାରି କରାଯାଇଛି ।

ନବୀନ-ଜଗନ ଆଲୋଚନା ସଫଳ, ଖୁବଶୀଘ୍ର ସୀମା ସମସ୍ୟାର ହେବ ସମାଧାନ

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡୀ ମଧ୍ୟରେ ବେଶ ସୋହାର୍ଦପୂର୍ଣ୍ଣ ଆଲୋଚନା ହୋଇଛି । ଜଳ ସମ୍ପଦ, ସୀମା ବିବାଦ, ଶକ୍ତି କ୍ଷେତ୍ର ସହ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଛି । ୬ଟି ମୁଖ୍ୟ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ମିଳିତ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନକ୍ସଲ ଓ ଗଞ୍ଜେଇ ଚାଷର ମୂଳୋତ୍ପାଟନ ଲାଗି ଦୁଇ ରାଜ୍ୟ ପରସ୍ପରକୁ ସହଯୋଗର ହାତ ବଢ଼ାଇବେ ବୋଲି ନିଷ୍ପତ୍ତି ହୋଇଛି । ଶ୍ରୀକାକୁଲମ ସ୍ଥିତ ବି.ଆର୍. ଆମ୍ବେଦକର ବିଶ୍ବବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଚେୟାର ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ସରକାର କାମ କରିବେ । ଖୁବଶୀଘ୍ର ଦୁଇ ରାଜ୍ୟ ଦୀର୍ଘ ଦିନରୁ ରହିଥିବା ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ନେଇ ଉଭୟ ରାଜ୍ୟ ସହମତି ପ୍ରକାଶ କରିଛନ୍ତି । ୬ଟି ମୁଖ୍ୟ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ମିଳିତ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ଆଲୋଚନା ହୋଇଥିବା ମୁଖ୍ୟ ସମସ୍ୟା ଗୁଡିକ ହେଲା :-

୧- କୋଟିଆ ସୀମା ବିବାଦ

୨- ନେରାଡ଼ି ବ୍ୟାରେଜ୍

୩- ଝଞ୍ଜାବତୀ ଡ୍ୟାମ୍

୪- ପୋଲାଭରମ

୫- ବାହୁଡ଼ା ନଦୀରୁ ଜଳ ଛାଡ଼ିବା

୬- ବାଲିମେଳା ଓ ଅପର ସିଲେରୁରେ ବିଦ୍ୟୁତ୍ ପ୍ରକଳ୍ପ

ସେହିଭଳି ଦୁଇ ରାଜ୍ୟର ସୀମାନ୍ତ ଜିଲ୍ଲାରେ ଭାଇଚାରାକୁ ବଢ଼ାଇ ଭାଷାଗତ ଶିକ୍ଷକ ସହ ବହି ଯୋଗାଣ, ପରୀକ୍ଷା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଦୁଇ ରାଜ୍ୟ ଏକାଠି ବୁଝାମଣାର ସହ କାମ କରିବେ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ୨ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ କମିଟି କରାଯିବ । ବୈଠକରେ ୨ ରାଜ୍ୟର ମୁଖ୍ୟ ଶାସନ ସଚିବ, ଜଳ ସଂପଦ ସଚିବ, ରାଜସ୍ବ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

Last Updated : Nov 9, 2021, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.